କେନ୍ଦ୍ରାପଡା, ୩ ଅକ୍ଟୋବର (ହି.ସ.)- କେନ୍ଦ୍ରାପଡା ଜିଲ୍ଲା ଓକିଲ ସଂଘ ତରଫରୁ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ଓକିଲ ସଂଘ ସଭାପତି ଗୋବର୍ଦ୍ଧନ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ପାଦକ ନୃସିଂହଚରଣ ରାଉତ, ବରିଷ୍ଠ ଆଇନ୍ଜିବୀ, ପୂର୍ବତନ ସଭାପତି ଧ୍ରୁବ ଚରଣ ଜେନା, ସରକାରୀ ଓକିଲ ନିରଞ୍ଜନ ବଳ, ସହସମ୍ପାଦକ ବିନୋଦ କୁମାରବେହେରା, କୋଷାଧ୍ୟକ୍ଷ ବିଭୁତିଭୂଷଣ କର, ହାଡିବନ୍ଧୁସିଂ, ହରି ପ୍ରସାଦ କର, ମମତାମୟୀ ସାମଲ, ରେଣୁବାଳା ସାମଲ, ପ୍ରଫୁଲ୍ଲ କୁମାର ସାହୁ ପ୍ରମୁଖ ଯୋଗଦେଇ କୋର୍ଟ ପରିସରରେ ଥିବା ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିବା ସହ ତାଙ୍କର ଜୀବନ, ଆଦର୍ଶ ଓ ତ୍ୟାଗ ସମ୍ପର୍କରେ ଆଲୋଚନା କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ରବି