ଆସନ୍ତା ୬ ତାରିଖରୁ ଆରମ୍ଭ ହେବ ପ୍ରସିଦ୍ଧ ହରଗୌରୀ ଯାତ୍ରା
ସୁବର୍ଣ୍ଣପୁର, ୦୩ ଅକ୍ଟୋବର(ହି.ସ.) – ଆସନ୍ତା ୬ ତାରିଖରୁ ସହରର ଢ଼େରାପଡା ଠାରେ ଆରମ୍ଭ ହେବ ପ୍ରସିଦ୍ଧ ହରଗୌରୀ ଯାତ୍ରା। ପ୍ରତିବର୍ଷେ ଅନ୍ତରରେ ଏହା ସହରର ତେଲୁଗୁ ସଂପ୍ରଦାୟ ଦେବାଙ୍ଗ(ଢେରା)ଙ୍କ ଦ୍ୱାରା ଆୟୋଜନ ହେଉଥିବା ଏହି ଯାତ୍ରା ୬ ତାରିଖରେ ପ୍ରଥମେ ଗୌରୀଙ୍କ ଆଗମନ ପରେ ୮ ତାରିଖରେ ହରଙ୍କୁ ଆମନ୍
ଆସନ୍ତା ୬ ତାରିଖରୁ ଆରମ୍ଭ ହେବ ପ୍ରସିଦ୍ଧ ହରଗୌରୀ ଯାତ୍ରା


ଆସନ୍ତା ୬ ତାରିଖରୁ ଆରମ୍ଭ ହେବ ପ୍ରସିଦ୍ଧ ହରଗୌରୀ ଯାତ୍ରା


ସୁବର୍ଣ୍ଣପୁର, ୦୩ ଅକ୍ଟୋବର(ହି.ସ.) – ଆସନ୍ତା ୬ ତାରିଖରୁ ସହରର ଢ଼େରାପଡା ଠାରେ ଆରମ୍ଭ ହେବ ପ୍ରସିଦ୍ଧ ହରଗୌରୀ ଯାତ୍ରା। ପ୍ରତିବର୍ଷେ ଅନ୍ତରରେ ଏହା ସହରର ତେଲୁଗୁ ସଂପ୍ରଦାୟ ଦେବାଙ୍ଗ(ଢେରା)ଙ୍କ ଦ୍ୱାରା ଆୟୋଜନ ହେଉଥିବା ଏହି ଯାତ୍ରା ୬ ତାରିଖରେ ପ୍ରଥମେ ଗୌରୀଙ୍କ ଆଗମନ ପରେ ୮ ତାରିଖରେ ହରଙ୍କୁ ଆମନ୍ତ୍ରଣ କରି ଅଣାଯିବ। ପ୍ରତିଦିନ ହରଗୌରୀଙ୍କ ଠାରେ ସୁପ୍ରଭାତମ୍‌, ମହାପୂଜା, ରୁଦ୍ରାଭିଷେକ ପ୍ରଭୃତି ଜାରି ରହିବା ସହ ପ୍ରତି ସଂଧ୍ୟାରେ ସଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜିତ ହେବ। ୯ ତାରିଖରେ ବଲାଙ୍ଗୀରର ଡେନ୍ସ ଗୃପ କିଲର୍ ବଏଜ୍‌ଙ୍କ ଦ୍ୱାରା ଡେନ୍ସ ପରିବେଷଣ ହେବାକୁ ଥିବାବେଳେ ୧୦ ତାରିଖରେ ଭକ୍ତି ଆରାଧନା ଭଜନ ସଂଧ୍ୟା, ୧୧ ତାରିଖରେ ବର୍ଷାରାଣୀ ତ୍ରିପାଠୀଙ୍କ ଦ୍ୱାରା ସୁନ୍ଦରାକାଣ୍ଡ ପାରାୟଣ ଓ ଭଜନ ପରିବେଷଣ ହେବ। ୧୨ତାରିଖରେ ସମ୍ବଲପୁରର ପଂଚବାଦ୍ୟ ସାଂସ୍କୃତିକ ଅନୁଷ୍ଠାନ ଦ୍ୱାରା ସମ୍ବଲପୁରୀ ଲୋକନୃତ୍ୟ ପରିବେଷଣ ରହିଛି। ୧୩ ତାରିଖରେ ହରିଓଁ ମେଲୋଡି ଓ ୧୪ ତାରିଖ ଭୁବନେଶ୍ୱରର ତରଙ୍ଗ ସଙ୍ଗୀତ ଭଜନ ସଂଧ୍ୟା ଓ ମଧ୍ୟରାତ୍ରରୁ ଭଷାଣୀ ଉତ୍ସବ ଅନୁଷ୍ଠିତ ହେବ ବୋଲି ବୁଢ଼ିମା କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ଏକ ଖବର ଦାତା ସମ୍ମିଳନୀରେ ସଭାପତି ସହଦେବ ପାତ୍ର ପ୍ରକାଶ କରିଛନ୍ତି। ପ୍ରକାଶଯୋଗ୍ୟ ଯେ ଏହି ଅବସରରେ କୁଙ୍କୁମପୂଜା ସହ ଦେବାଙ୍ଗ ଦମ୍ପତିଙ୍କ ପାଇଁ ଏକ ଦିକ୍ଷା ପ୍ରଦାନ ସମାରୋହ ଆୟୋଜିତ ହେବ। ଦେବାଙ୍ଗ ସଂସ୍କୃତି ଓ ପରମ୍ପରାକୁ ନେଇ ଏହି ଯାତ୍ରା ୯ ଦିନ ଧରି ଚାଲିବ ବୋଲି ଯାତ୍ରା କମିଟିର ସଂପାଦକ ବି.ସତ୍ୟନାରାୟଣ ରାଓ ସୂଚନା ଦେଇଛନ୍ତି।

ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande