ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର ୪ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା, ୧୧ ସ୍ଥାନରେ ଅତି ଭୀଷଣ ବର୍ଷା, ୪୬ ସ୍ଥାନରେ ଭୀଷଣ ବର୍ଷା ରେକର୍ଡ଼
ଭୁବନେଶ୍ୱର, ୩ ଅକ୍ଟୋବର (ହି.ସ.)- ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର ୪ଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିବା ବେଳେ ୧୧ଟି ସ୍ଥାନରେ ଅତି ଭୀଷଣ ବର୍ଷା ଏବଂ ୪୬ଟି ସ୍ଥାନରେ ଭୀଷଣ ବର୍ଷା ହୋଇଛି । କଳାହାଣ୍ଡି ଜିଲ୍ଲାର ଥୁଆମୁଳ ରାମପୁରରେ ସର୍ବାଧିକ ୩୫୨.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି । ସେହ
ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର ୪ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା, ୧୧ ସ୍ଥାନରେ ଅତି ଭୀଷଣ ବର୍ଷା, ୪୬ ସ୍ଥାନରେ ଭୀଷଣ ବର୍ଷା ରେକର୍ଡ଼


ଭୁବନେଶ୍ୱର, ୩ ଅକ୍ଟୋବର (ହି.ସ.)- ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର ୪ଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିବା ବେଳେ ୧୧ଟି ସ୍ଥାନରେ ଅତି ଭୀଷଣ ବର୍ଷା ଏବଂ ୪୬ଟି ସ୍ଥାନରେ ଭୀଷଣ ବର୍ଷା ହୋଇଛି । କଳାହାଣ୍ଡି ଜିଲ୍ଲାର ଥୁଆମୁଳ ରାମପୁରରେ ସର୍ବାଧିକ ୩୫୨.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି ।

ସେହିପରି ଗଜପତି ଜିଲ୍ଲାର ଆର.ଉଦୟଗିରିରେ ୨୯୧.୦ ମି.ମି., ଗୁମ୍ମାରେ ୨୧୧.୦ ମି.ମି., କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ରେ ୨୧୦.୪ ମି.ମି., ନୂଆପଡ଼ା ଜିଲ୍ଲାର କୋମନାରେ ୧୯୭.୦ ମି.ମି., ଗଜପତି ଜିଲ୍ଲାର ଗୋଷାଣି ୧୭୪.୦ ମି.ମି., ନୂଆଗଡ଼ରେ ୧୬୫.୬ ମି.ମି., କନ୍ଧମାଳ ଜିଲ୍ଲାର କୋଟଗଡ଼ରେ ୧୫୧.୦ ମି.ମି., ନୂଆପଡ଼ା ଜିଲ୍ଲାର ନୂଆପଡ଼ାରେ ୧୪୮.୬ ମି.ମି., ଗଜପତି ଜିଲ୍ଲାର ମହେନ୍ଦ୍ରଗଡ଼ରେ ୧୪୬.୮ ମି.ମି., କୋରାପୁଟ ଜିଲ୍ଲାର ଲମତାପୁଟରେ ୧୪୧.୨ ମି.ମି., କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ିରେ ୧୩୭.୦ ମି.ମି. ଏବଂ କଳାହାଣ୍ଡି ଜିଲ୍ଲାର ନର୍ଲାରେ ୧୩୬.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଶୁକ୍ରବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande