ଆନ୍ତର୍ଜାତୀକ ବରିଷ୍ଠ ନାଗରିକ ମଂଚ ଦିବସ ପାଳନ
କୋରାଇ, ୦୩ ଅକ୍ଟୋବର(ହି.ସ.) – ଯାଜପୁର ଜିଲ୍ଲା କୋରାଇ ବ୍ଲକ ଅନ୍ତର୍ଗତ ପାଣିକୋଇଲିସ୍ଥିତ କଲ୍ୟାଣ ମଣ୍ଡପ ପରିସରରେ କୋରାଇ ଉନ୍ନୟନ ପରିଷଦ ଓ ବରିଷ୍ଠ ନାଗରିକ ମଂଚର ଯୁଗ୍ମ ସହଭାଗିତାରେ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳନ ହୋଇଯାଇଛି। କାର୍ଯ୍ୟକମରେ ମୁଖ୍ୟ ଅତିଥି ଭାବେ କୋରାଇ ଉନ୍ନୟନ ପରିଷଦର ପ
ଆନ୍ତର୍ଜାତୀକ ବରିଷ୍ଠ ନାଗରିକ ମଂଚ ଦିବସ ପାଳନ


କୋରାଇ, ୦୩ ଅକ୍ଟୋବର(ହି.ସ.) – ଯାଜପୁର ଜିଲ୍ଲା କୋରାଇ ବ୍ଲକ ଅନ୍ତର୍ଗତ ପାଣିକୋଇଲିସ୍ଥିତ କଲ୍ୟାଣ ମଣ୍ଡପ ପରିସରରେ କୋରାଇ ଉନ୍ନୟନ ପରିଷଦ ଓ ବରିଷ୍ଠ ନାଗରିକ ମଂଚର ଯୁଗ୍ମ ସହଭାଗିତାରେ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳନ ହୋଇଯାଇଛି। କାର୍ଯ୍ୟକମରେ ମୁଖ୍ୟ ଅତିଥି ଭାବେ କୋରାଇ ଉନ୍ନୟନ ପରିଷଦର ପ୍ରତିଷ୍ଠାତା ତଥା ଜାତୀୟ ମାନବଧିକାର ସଦସ୍ୟ ମନୋଜ ଜେନା ଯୋଗ ଦେଇଥିବାବେଳେ କୋରାଇ ଉନ୍ନୟନ ପରିଷଦର ସଭାତି ଶ୍ରୀଧର ଦାସ, ସମ୍ପାଦକ ଆଲୋକ କୁମାର ଦାସ, ଉପଦେଷ୍ଟା ମଦନ ମୋହନ କର, ଡ଼ଃ ଦୁଷ୍ମନ୍ତ ନାୟକ ଓ ବରିଷ୍ଠ ନାଗରିକ ମଂଚର ସଭାପତି ନୃସିଂହ ଚରଣ ଦଳାଇ, ସମ୍ପାଦକ ସୁରେନ୍ଦ୍ର କୁମାର ରାୟ, ଉପଦେଷ୍ଟା ଉମାକାନ୍ତ ଖଣ୍ଡାଇ ପ୍ରମୁଖ ମଂଚାସୀନ ଥିଲେ। ବରିଷ୍ଠ ନାଗରିକମାନଙ୍କ ସୁରକ୍ଷା ନିମନ୍ତେ ଉଭୟ ଅନୁଷ୍ଠାନର ସଦସ୍ୟମାନଙ୍କ ତତ୍ପରତରକୁ ମୂଖ୍ୟ ଅତିଥି ପ୍ରଶଂସା କରିବା ସହିତ ବରିଷ୍ଠ ନାଗରିକମାନେ ଆମର ଗର୍ବ ଓ ଗୌରବ ବୋଲି ନିଜ ଅଭିଭାଷଣରେ ମତବ୍ୟକ୍ତ କରିଥିଲେ। ଇତ୍ୟବସରରେ ୮୦ ବର୍ଷରେ ପଦାର୍ପଣ କରିଥିବା ୫ ଜଣ ଅବସର ପ୍ରାପ୍ତ ଶିକ୍ଷକ କରଦା ପଂଚାୟତର ଚିନ୍ତାମଣୀ ବେହେରା, ପଥରପଦା ପଂଚାୟତର ବୈଷ୍ଣବ ଚରଣ ସାହୁ, କୋରାବନ୍ଦୀ ଗ୍ରାମର ସୁନୀଲ କୁମାର ରାଉତ, ବଡ଼ବିରୁହାଁ ପଂଚାୟତର ପଂଚାନନ ପଣ୍ଡା, ରସୁଲପୁର ବ୍ଲକ ବରାଂଶ ଗ୍ରାମର ଧନେଶ୍ୱର ରଥଙ୍କୁ ଉଭୟ ଅନୁଷ୍ଠାନ ପକ୍ଷରୁ ମାନପତ୍ର ଓ ଉତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିବା ସହିତ ସେମାନଙ୍କର ଦୀର୍ଘାୟୁ କାମନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନାଗରିକ ମଂଚର ଅଦୈତ୍ୟ ଚରଣ ଦାସ, ରାମଚନ୍ଦ୍ର ବେହେରା, ଗୋକୁଳାନନ୍ଦ ମହାରଣା, ନିରଞ୍ଜନ ରାଉତ, ମଦନ ମୋହନ ବେହେରା, ରାମଚନ୍ଦ୍ର ମଲିକ, ଗୌରାଙ୍ଗ ବାରିକ ଓ ପରିଷଦର ଜନ୍ତୀ ଜେନା, ପ୍ରସନ୍ନ କୁମାର ସ୍ୱାଇଁଙ୍କ ସମେତ ସମସ୍ତ ସଭ୍ୟ କାର୍ଯ୍ୟକ୍ରମ ପରିଚାନା କରିଥିଲେ।

ହିନ୍ଦୁସ୍ଥାନ ସମାଚାର/ଭାସ୍କର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande