ପ୍ରସିଦ୍ଧ ଅପରାଜିତା ପୂଜା ପରେ ଦଶହରା ସମାପ୍ତ
ଜୟପୁର, ୩ ଅକ୍ଟୋବର (ହି.ସ.)- ଜୟପୁର ଦଶହରା ପର୍ବ ପାରମ୍ପରିକ ରୀତି ନୀତି ଅନୁସାରେ ଲକ୍ଷାଧିକ ଭକ୍ତଙ୍କ ସମାଗମରେ ଜୟପୁରର ଇତିହାସ ପ୍ରସିଦ୍ଧ ଅପରାଜିତା ପୂଜା ସମାପ୍ତ ହୋଇଯାଇଛି । ଏହି ପୂଜା ଜୟପୁର ଦଶହରା ପଡ଼ିଆ ଠାରେ ସମାପନ ହୋଇଛି । ଅପରାଜିତା ପୁଜାରେ ଅଧିଷ୍ଠାତ୍ରୀ ମା
ପ୍ରସିଦ୍ଧ ଅପରାଜିତା ପୂଜା ପରେ   ଦଶହରା ସମାପ୍ତ


ପ୍ରସିଦ୍ଧ ଅପରାଜିତା ପୂଜା ପରେ   ଦଶହରା ସମାପ୍ତ


ପ୍ରସିଦ୍ଧ ଅପରାଜିତା ପୂଜା ପରେ   ଦଶହରା ସମାପ୍ତ


ପ୍ରସିଦ୍ଧ ଅପରାଜିତା ପୂଜା ପରେ   ଦଶହରା ସମାପ୍ତ


ପ୍ରସିଦ୍ଧ ଅପରାଜିତା ପୂଜା ପରେ   ଦଶହରା ସମାପ୍ତ


ଜୟପୁର, ୩ ଅକ୍ଟୋବର (ହି.ସ.)- ଜୟପୁର ଦଶହରା ପର୍ବ ପାରମ୍ପରିକ ରୀତି ନୀତି ଅନୁସାରେ ଲକ୍ଷାଧିକ ଭକ୍ତଙ୍କ ସମାଗମରେ ଜୟପୁରର ଇତିହାସ ପ୍ରସିଦ୍ଧ ଅପରାଜିତା ପୂଜା ସମାପ୍ତ ହୋଇଯାଇଛି । ଏହି ପୂଜା ଜୟପୁର ଦଶହରା ପଡ଼ିଆ ଠାରେ ସମାପନ ହୋଇଛି । ଅପରାଜିତା ପୁଜାରେ ଅଧିଷ୍ଠାତ୍ରୀ ମା ଦକ୍ଷିଣ କାଳିକା, ଅଧିଷ୍ଠାତ୍ରୀ ମା ଭଗବତି, ମା ବସନ୍ତାୟୀ, କନକ ଦୁର୍ଗା ଙ୍କ ବିମାନ ବାହାରି ଜୟପୁର ଦଶହରା ପଡିଆରେ ପହଞ୍ଚିଥିଲା । ବାଜା, ନାଚ, ଗୀତ ବାଣ ଫୁଟାଇ ବିରାଟ ପଟୁଆରରେ ୪ଟି ବିମାନକୁ ଦଶହରା ପଡିଆକୁ ନିଆଯାଇଥିଲା । ଦଶହରା ପଡିଆରେ ୪ଟି ଅସ୍ଥାୟି ମଣ୍ଡପ କରାଯାଇ ମା ଙ୍କ ଅପରାଜିତା ପୁଜା କରାଯାଇଥିଲା । ଏହା ସହ ରଜାନହର ଠାରେ ବସାଯାଇଥିବା ମୃଣୟ ମୁତ୍ତିକୁ ମଧ୍ୟ ମେଲାଣି ଦିଆଯାଇଥିଲା । କଡା ସୁରକ୍ଷା ବଳୟରେ ଅପରାଜିତା ପୁଜାରେ ହୋମ, ଯଜ୍ଞରେ ଭୋଗ ଦ୍ୱାରା ଅପରାଜିତା ପୂଜା ଅନୁଷ୍ଠିତ କରାଯାଇ ଜୟପୁର ଐତିହାସିକ ଦଶହରା ଶେଷ ହୋଇଛି । ଏଠାରେ ଜୟପୁ ବିଧାୟକ ତାରା ପ୍ରସାଦ ବାହିନିପତି ଯୋଗ ଦେଇ ରାଷ୍ଟ୍ର ମଙ୍ଗଳ ପାଇ ପାର୍ଥନା ପୁଜା ପାଠ କରିଥିଲେ । ଲଗାଣ ବର୍ଷା ପାଇ ରାବଣ ପୋଡି ସହ ଆତସବାଜୀ କାଯ୍ୟକ୍ରମ ବନ୍ଦ ରହିଥିଲା । ଶନିବାର ସଂନ୍ଧ୍ୟାରେ ରାବଣ ବୋଡି କାଯ୍ୟକ୍ରମ ହେବ ବୋଲି ବିଧାୟକ ବାହିନିପତି ସୂଚନା ଦେଇଛନ୍ତି । ପ୍ରଚଳିତ ପ୍ରଥା ଅନୁସାରେ ଅବିଭକ୍ତ କୋରାପୁଟ ଜିଲ୍ଲାର ବିଭିନ୍ନ ଦେବୀ ପୀଠରୁ ଆସିଥିବା ଲାଠି ଗୁଡ଼ିକ ବାଙ୍କମଠ ଠାରୁ ବିଶାଳ ଶୋଭାଯାତ୍ରା ରେ ବାହାରିଥିବା ବେଳେ ମାଁଙ୍କ ପ୍ରତିକ ଲାଠିଧାରି ଆସି ଦଶହରାରେ ସାମିଲ ହୋଇ ଜୟପୁର ବାସିଙ୍କୁ ଆଶିବାଦ କରିଥିଲେ । ଅଧିଷ୍ଠାତ୍ରୀ ମା ଙ୍କ ଶୋଭାଯାତ୍ରା ରେ ବାଜା ବାଣ, ନାଚ ଗୀତ ଡେନ୍ସ ବିଭିନ୍ନ ଆଦିବାସୀ ନାଚ ପାରମ୍ପାରିକ ବାଦ୍ୟରେ ଜୟପୁର ଐତିହାସିକ ଦଶହରା ଶେଷ ହୋଇଛି । ଜୟପୁର ସହରରେ ରାଜ ଉଆସରେ ଦଶହରା ପାଳନ କରାଯାଇଛି । ଧିରେ ଧିରେ ସମସ୍ତ ପରମ୍ପରା ଲୋପ ପ।।ଇଯାଇଥିବା ବେଳେ ପୁଣି ଉଜବିତ କରିଛନ୍ତି ରାଜ ପରିବାର । ଦଶହରାରେ ରାଜ ମହଲରେ ଗୁରୁବାର ଲାଠି ପୁଜା ରାଜ ରୁଜୁଡା ଅମଳର ପରମ୍ପରା ରେ ଦଶହରା ପାଳନ କରାଯାଇଛି । ଯୁବ ରାଜ ଭିଶ୍ୱେସ୍ୱର ଚନ୍ଦ୍ର ଚୁଡ ଦେବ ଦଶହରା ଦିନ ରାଜ ଉଆସରେ ଥିବା ଅଧିଷ୍ଠାତ୍ରୀ ମା କନକ ଦୁର୍ଗା ଙ୍କ ନିକଟରେ ପୁଜା ପାଠ କରିଛନ୍ତି । ଏହା ସହ ଲାଠି ଧାରିଙ୍କୁ ପୁଜା କରିଛନ୍ତି । ଗଜପତି ପୁରୁଷୋତ୍ତମ ଦେବଙ୍କ କାଞ୍ଚି ଅଭିଯାନ ସମୟରେ ଜୟପୁର ରାଜ୍ୟର ସୁଯ୍ୟବଂଶୀ ରାଜା ବିଜୟ ଚନ୍ଦ୍ରାକ୍ଷ ଦେବ ତାଙ୍କୁ ସାହାଯ୍ୟ କରିଥିଲେ । ବିଜୟ ପରେ ଗଜିପତି ରାଜା କାଞ୍ଚିରୁ ଆଣିଥିବା କନକ ଦୁର୍ଗାଙ୍କ ମୂର୍ତିକୁ ଉପହାର ସ୍ୱରୁପ ଜୟପୁର ରାଜାଙ୍କୁ ଭେଟି ଦେଇଥିଲେ । ପରେ କନକ ଦୁର୍ଗା ଜୟପୁର ରାଜବଂଶର ଇଷ୍ଟଦେବି ଭାବେ ପୁଜା ପାଇଲେ । ୧୭୫୮ ଖ୍ରୀଷ୍ଟାଦ୍ଦରେ ବିକ୍ରମଦେବ-୧ ଜୟପୁର ରାଜଧାନୀ ନନ୍ଦପୁର ଠାରୁ ଜୟପୁରକୁ ଉଠାଇ ଆଣିଲେ । ଏଥିସହ ଜୟପୁର ରାଜପ୍ରସାଦର ଉତ୍ତର ପଶ୍ଚିମ କୋଣରେ ଏକ ମନ୍ଦିର ନିର୍ମାଣ କରି ଦେବୀ କନକଦୁର୍ଗାଙ୍କୁ ପ୍ରତିଷ୍ଠା କରାଇଥିଲେ । ଏହି ସ୍ମୁତିର ପ୍ରତୀକ ସ୍ୱରୁପ ଦଶହରା ପବ ଧୁମଧାମରେ କରାଯାଉଥିଲା । ସେବେ ଠାରୁ ଏଠାରେ ଦଶହରା ପବ ୧୬ ଦିନ ବ୍ୟାପି ପାଳନ କରାଯାଉଛି । ଧିରେ ଧିରେ ସେହି ପରମ୍ପରା ଲୋପ ପାଇଯାଇଥିବା ବେଳେ ଦଶହରା ଉପଲକ୍ଷେ ବିଭିନ୍ନ ଅଞ୍ଚଳରୁ ଆସିଥିବା ମା ଙ୍କ ପ୍ରତିକ ଲାଠିଙ୍କୁ ପୁଜା କରାଯାଇଥିବା ବେଳେ ଆଦିବାସୀ ନାଚ ଗୀତ ସହ ଅସ୍ତ୍ର, ଶସ୍ତ୍ର ର ପୁଜା କରାଯାଇଛି । ରାଜାଙ୍କ ଅସ୍ତ୍ରାଗାରର ସମସ୍ତ ଅସ୍ତ୍ରଶସ୍ତ୍ର ପୁଜା କରାଯାଇଥିଲା । ପ୍ରସିଦ୍ଧ ଜୟପୁର ଦଶହରା ପୁଜାରେ ଆନ୍ୟତମ ଆକର୍ଷଣ ଲାଠିପୁଜା ଲାଠି ଧାରି ମାନେ ରାଜ ଉଆସେ ଯାଇ ପହଞ୍ଚି ଥିବାବେଳେ ରାଜ ପରିବାର ତରଫରୁ ସ୍ୱାଗତ କରାଯାଇଥିଲା ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande