ଜୟପୁର, 3 ଅକ୍ଟୋବର (ହି.ସ.)
ଅକ୍ଟୋବର ଦୁଇ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ। ଜନସ˚ପର୍କ ପଦଯାତ୍ରା ପାଇଁ ସ˚କଳ୍ପ ନେଇଛି ବିଜେଡି। ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ପ୍ରତି ମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ବିଜୁ ଜନତା ଦଳ ପକ୍ଷରୁ ଜନସ˚ପର୍କ ପଦଯାତ୍ରା ପାଇଁ ସ˚କଳ୍ପ ନିଆଯାଇଛି। ଗତକାଲି ଜୟପୁର ବ୍ଲକ ଅନ୍ତର୍ଗତ ଆମ୍ବାଗୁଡା ପଞ୍ଚାୟତରୁ ଏହି ପଦଯାତ୍ରା ଆରମ୍ଭ ହୋଇଥିଲା। ପୂର୍ବତନ ମନ୍ତ୍ରୀ ରବିନାରାୟଣ ନନ୍ଦଙ୍କ ନେତୃତ୍ବରେ ସୂର୍ଯ୍ୟନାରାୟଣ ରଥ, ବ୍ଲକ ସଭାପତି ଶିବପଟ୍ଟନାୟକ, ବାଲଙ୍କି ରାଓଙ୍କ ସମେତ ନାଗରାଜ ଦୋରା, ଜିଲ୍ଲା ପରିଷଦ ରାଜେନ୍ଦ୍ର ରଥ, ପିଣ୍ଟୁ ନାୟକ, ସତ୍ୟଦାନ ମହାନନ୍ଦିଆଙ୍କ ସମେତ ଅନ୍ୟ ବିଜେଡି କର୍ମୀ ଉପସ୍ଥିତ ଥିଲେ। ପଦଯାତ୍ରା ଜରିଆରେ ଜନସଧାରଣଙ୍କ ହସ ସ˚ପର୍କ ସ୍ଥାପନ ସହିତ ଗତ ୧୫ ମାସର ବିଜେପି ସରକାରଙ୍କ ବିଫଳତାକୁ ରାଜ୍ୟବାସୀଙ୍କ ପାଖରେ ପହଞ୍ଚାଯିବ। ବିଜେପି ସରକାରକୁ ଆସିବା ପରେ ସବୁ କଥାରେ ଗତ ସରକାରଙ୍କୁ ଦାୟୀ କରି ଆସୁଥିଲା। ହେଲେ ଏହି ୧୫ ମାସ ଭିତରେ ମାଳମାଳ ଅଭିଯୋଗରେ ଛନ୍ଦିହୋଇ ଯାଇଛନ୍ତି ସରକାର। ଯେଉଁଥିପାଇଁ ସକ୍ରିୟ ବିରୋଧିଦଳ ଭାବେ ସରକାରଙ୍କ ବିରୋଧରେ ସ୍ବର ଶାଣିତ କରିଛି ବିଜେଡି। ବିଜେପି ଶସନରେ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇ ପଡିଥିବା ବେଳେ ମହିଳାମାନେ ନିଜକୁ ଅସୁରକ୍ଷିତ ମନୁଛନ୍ତି। ସେହିପରି ଅଭିଶାପ ପାଲଟିଲାଣି ଆୟୁଷ୍ମାନ। ସାର ଅଭାବ ଯୋଗୁଁ ଚାଷୀ ହନ୍ତସନ୍ତ, ମଦମୁକ୍ତ ଓ ନିଶାମୁକ୍ତ ଓଡିଶା ଗଠନ ପାଇଁ ପ୍ରତିଶୃତି ଦେଇଥିବା ବିଜେପି ସରକାର ବନ୍ଦ ଥିବା ୭୦ଟି ନୂଆ ମଦ ଦୋକାନ ଓ ଦୁଇଟି ମଦ କାରଖାନା ଖୋଲି ବିବାଦରେ ଛନ୍ଦି ପଡିଛନ୍ତି। ପଞ୍ଚାୟତ ସ୍ତରରେ ନିର୍ବାଚିତ ପ୍ରତିନିଧି ମାନଙ୍କ କ୍ଷମତାକୁ ସଙ୍କୁଚିତ କରି ସରକାର ଗଣତନ୍ତ୍ରକୁ ହତ୍ୟା କରିଛନ୍ତି। ଘର ଘର ବୁଲି ଏ ସବୁ ପ୍ରସଙକୁ ନେଇ ବିଜେଡି ରାଜ୍ୟ ବିଜେପି ସରକାରଙ୍କୁ ପଦଯାତ୍ରା ମାଧ୍ୟମରେ ଘେରିବ।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି