ଟିକ୍ରାପଡ଼ା ଗାନ୍ଧୀ ପାଠାଗାରରେ ଗାନ୍ଧୀ ଜୟନ୍ତୀ ପାଳନ
ବଲାଙ୍ଗୀର, ୦୩ ଅକ୍ଟୋବର(ହି.ସ.) – ସ୍ଥାନୀୟ ଟିକ୍ରାପଡ଼ା ଗାନ୍ଧୀ ପାଠାଗାରରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ପାଳନ କରାଯାଇଥିଲା। ପ୍ରାତଃ ରାମଧୂନ ସହ ଗାନ୍ଧିଜୀଙ୍କ ପ୍ରତିମୂର୍ତିରେ ଗାନ୍ଧୀ ପାଠାଗାର ସଭାପତି ପ୍ରକାଶ ନେପାକ, ସମ୍ପାଦକ ପ୍ରଦୀପ ସାହୁଙ୍କ ସହ ପାଠାଗାରର ବରିଷ୍ଠ ସଭ୍ୟ ସଭ୍ୟା
ଟିକ୍ରାପଡ଼ା ଗାନ୍ଧୀ ପାଠାଗାରରେ ଗାନ୍ଧୀ ଜୟନ୍ତୀ ପାଳନ


ବଲାଙ୍ଗୀର, ୦୩ ଅକ୍ଟୋବର(ହି.ସ.) – ସ୍ଥାନୀୟ ଟିକ୍ରାପଡ଼ା ଗାନ୍ଧୀ ପାଠାଗାରରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ପାଳନ କରାଯାଇଥିଲା। ପ୍ରାତଃ ରାମଧୂନ ସହ ଗାନ୍ଧିଜୀଙ୍କ ପ୍ରତିମୂର୍ତିରେ ଗାନ୍ଧୀ ପାଠାଗାର ସଭାପତି ପ୍ରକାଶ ନେପାକ, ସମ୍ପାଦକ ପ୍ରଦୀପ ସାହୁଙ୍କ ସହ ପାଠାଗାରର ବରିଷ୍ଠ ସଭ୍ୟ ସଭ୍ୟା ତଥା ବିଶିଷ୍ଟ ବ୍ୟକ୍ତି ମାଲ୍ୟାର୍ପଣ କରି ଗାନ୍ଧିଜୀଙ୍କ ଅହିଂସା ନୀତିର ସାମ୍ପ୍ରତିକ ପରିସ୍ଥିତିରେ ସମଗ୍ର ବିଶ୍ୱ ପାଇଁ ଜରୁରୀ ବୋଲି ଉପସ୍ଥିତ ବକ୍ତାମାନେ ଉଦ୍‌ବୋଧନ ଦେଇଥିଲେ। ଲାଲ୍‌ବାହାଦୂର ଶାସ୍ତ୍ରୀଙ୍କ ଜନ୍ମତିଥିରେ ତାଙ୍କୁ ମଧ୍ୟ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ପାଠାଗାର ଉପସଭାପତି ସନ୍ତକ ବହିଦାର, ବରିଷ୍ଠ ସଭ୍ୟ ଭଗବାନ ବଗର୍ତି, ସୂର୍ଯ୍ୟ ପୁରୋହିତ, ଧର୍ମବ୍ରତ ରଥ ଏବଂ ସଭ୍ୟ ରାଜେନ୍ଦ୍ର ମିଶ୍ର, ଦୁର୍ଗା ସାହୁ, ଜିତେନ୍ଦ୍ର ନାଗ, ରିଆଜ ଖାନ, ଅବଦୁଲ ରଜାକ, ଚିତ ସାହୁ, ମହେନ୍ଦ୍ର ବାଗ, ଜିତୁ ମଟାରୀ, ଶିବେନ୍ଦ୍ର ସାହୁ, ଦାଶରଥି ସାହୁ, ପ୍ରମୋଦ ପଧାନ, ସଂଜୀବ ସାହୁ, ପ୍ରମୋଦ ସାହୁ, ବାବୁ ଶ୍ରୀଚନ୍ଦନ, କୁନୁ ପାତ୍ର, ସୁରେଶ ମିଶ୍ର, ଦିଲୀପ ସାହୁ, ଅଜିତ ପଣ୍ଡା, ସୁରେଶ ଅଗ୍ରୱାଲ, ଯଶବୀର ସିଂ, ନବୀନ ନନ୍ଦ, ଅଶୋକ ଚାନ୍ଦ, ମହିଳା ସଦସ୍ୟା ବନେଶ୍ୱରୀ ବେହେରା, ଦମୟନ୍ତୀ ବାଗ, ଲିନା ମହାନ୍ତି, ସବିତା ବେହେରା, ଗାନ୍ଧିଜୀ ଓ ଶାସ୍ତ୍ରୀଜିଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande