ସମ୍ବଲପୁର, ୦୩ ଅକ୍ଟୋବର (ହି.ସ.) ଏମ୍ସିଏଲ୍ ପକ୍ଷରୁ ସ୍ୱଚ୍ଛତା ପାଇଁ ସ୍ୱତନ୍ତ୍ର ଅଭିଯାନ ୫.୦ ଆରମ୍ଭ କରାଯାଇଛି । ସରକାରୀ କାର୍ଯ୍ୟାଳୟରେ ସ୍ୱଚ୍ଛତା, କାର୍ଯ୍ୟକୁଶଳତା ଏବଂ ସୁଶାସନର ପ୍ରୋତ୍ସାହନ ପାଇଁ କମ୍ପାନୀର ଏହି କାର୍ଯ୍ୟକ୍ରମରେ କାର୍ମିକ ନିର୍ଦ୍ଦେଶକ କେଶବ ରାଓ ସ୍ୱଚ୍ଛତା କେବଳ ଏକ ଅଭିଯାନ ନୁହେଁ ବରଂ ଏକ ଦାୟିତ୍ୱ ବୋଲି କହିଥିଲେ । ଏ ଅବସରରେ ବୈଷୟିକ ଓ ଯୋଜନା ନିର୍ଦ୍ଦେଶକ ସଂଜୟ କୁମାର ଝା କମ୍ପାନୀ ମୁଖ୍ୟାଳୟରେ କର୍ମଚାରୀମାନଙ୍କୁ ସ୍ୱଚ୍ଛତା ଶପଥ କରାଇଥିଲେ । ଅଭିଯାନ ଅବସରରେ କମ୍ପାନୀର ୬ ଲକ୍ଷ ବର୍ଗଫୁଟ୍ ପରିମିତ ୨୩୧ଟି ଖଣି, କର୍ମଶାଳା, କଲୋନୀ ଓ କାର୍ଯ୍ୟାଳୟ ପରିସରକୁ ସାମିଲ କରାଯାଇଛି । ଏହି ସମୟରେ ୫୪୩ ମେଟ୍ରିକ୍ ଟନ୍ କବାଡ଼ ଅପସାରଣ କରାଯାଉଛି । ଏହି ଅଭିଯାନ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ । କମ୍ପାନୀର ଅନୁଗୁଳ, ଝାରସୁଗୁଡ଼ା, ସୁନ୍ଦରଗଡ଼ ଏବଂ ସମ୍ବଲପୁରର ବିଭିନ୍ନ ସ୍ଥାନରେ ସ୍ୱଚ୍ଛତା ପ୍ରତି ବିଶେଷ ଗୁରୁତ୍ୱ ଦେବ ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ