ତୁଳସୀକ୍ଷେତ୍ର କଳାକାର ସଂଘ ପକ୍ଷରୁ ଦାବିପତ୍ର
କେନ୍ଦ୍ରାପଡା, ୩ ଅକ୍ଟୋବର (ହି.ସ.)- କେନ୍ଦ୍ରାପଡା ଜିଲ୍ଲା ତୁଳସୀକ୍ଷେତ୍ର କଳାକାର ସଂଘ ପକ୍ଷରୁ ଓଡିଶାଭାଷା ସାହିତ୍ୟ, ସଂସ୍କୃତି ବିଭାଗ ନିର୍ଦ୍ଦେଶକ(ଭୁବନେଶ୍ୱର)ଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଜିଲ୍ଲାପାଳ ରଘୁରାମ୍‌.ଆର୍ .ଆଇ.ଆର୍ ଙ୍କ ଜରିଆରେ ପ୍ରଦାନ କରାଯାଇଛି । ଏହି ଦାବିପତ୍ରରେ ସଂଘ ତରଫରୁ
ତୁଳସୀକ୍ଷେତ୍ର କଳାକାର ସଂଘ ପକ୍ଷରୁ ଦାବିପତ୍ର


କେନ୍ଦ୍ରାପଡା, ୩ ଅକ୍ଟୋବର (ହି.ସ.)- କେନ୍ଦ୍ରାପଡା ଜିଲ୍ଲା ତୁଳସୀକ୍ଷେତ୍ର କଳାକାର ସଂଘ ପକ୍ଷରୁ ଓଡିଶାଭାଷା ସାହିତ୍ୟ, ସଂସ୍କୃତି ବିଭାଗ ନିର୍ଦ୍ଦେଶକ(ଭୁବନେଶ୍ୱର)ଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଜିଲ୍ଲାପାଳ ରଘୁରାମ୍‌.ଆର୍ .ଆଇ.ଆର୍ ଙ୍କ ଜରିଆରେ ପ୍ରଦାନ କରାଯାଇଛି । ଏହି ଦାବିପତ୍ରରେ ସଂଘ ତରଫରୁ ଆସନ୍ତା ନଭେମ୍ବର ମାସ ୭ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି କେନ୍ଦ୍ରାପଡା ଜିଲ୍ଲା ତୁଳସୀକ୍ଷେତ୍ର ମହୋତ୍ସବ କରିବା ପାଇଁ ଜିଲ୍ଲାର ସବୁବର୍ଗର କଳାକାରମାନଙ୍କୁ ନେଇ ତୁଳସୀକ୍ଷେତ୍ର କଳାକାରସଂଘ ନିଷ୍ପତ୍ତି ନେଇଛି । ଏହି କାର୍ଯ୍ୟକ୍ରମରେ ଦାସକାଠିଆ, ଘୋଡାନାଚ, ସଂକୀର୍ତ୍ତନ, କେନ୍ଦରା, ଶ୍ରୀରାମଲୀଳା, ଗୀତିନାଟ୍ୟ, ତୁଳସୀବିବାହଭଜନ, ଘଣ୍ଟ ନୃତ୍ୟ, ଓଡିଶା ନୃତ୍ୟ, ଷଣ୍ଢନୃତ୍ୟ, ପ୍ରବଚନ ଓ ମୃଦଙ୍ଗ ବାଦ୍ୟ ପରିବେଷଣ ହେବା ପାଇଁ ସ୍ଥିର ହେବା ସଙ୍ଗେ ସଙ୍ଗେ ବରିଷ୍ଠବୃଦ୍ଧ, ବୃଦ୍ଧା, କଳାକାରମାନଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ଏହି କାର୍ଯ୍ୟକ୍ରମରେ ନିଷ୍ପତ୍ତି ନିଆଯାଇଛି । ତେଣୁସଂଘ ପକ୍ଷରୁ କାର୍ଯ୍ୟକ୍ରମଗୁଡିକୁ କରିବା ପାଇଁ ୫ ଲକ୍ଷଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିବାକୁ ନିର୍ଦ୍ଦେଶକଙ୍କୁ ଅନୁରୋଧ କରାଯାଇଛି ।ଏହି ଦାବିପତ୍ର ପ୍ରଦାନ ସମୟରେ ଜିଲ୍ଲା ସଭାପତି ଗଗନ ବିହାରୀସିଂ, ବିଦୁଭୂଷଣ ତ୍ରିପାଠୀ, ବିଭୁତି ପଟ୍ଟନାୟକ, ପରୀକ୍ଷିତବିଶ୍ୱାଳ, ସତ୍ୟନାରାୟଣ ପରିଡା, ଶ୍ରୀଧର ସାହୁ, ବସନ୍ତ ବେଉରା, ବାବାଜିବେହେରା, କୃଷ୍ଣଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande