ମେଦିନପୁର ଗାଁରେ କୁରାଢ଼ୀରେ ହାଣି ଜଣକୁ ହତ୍ୟା
କେନ୍ଦୁଝର, ୩ ଅକ୍ଟୋବର (ହି.ସ.)- ଘଟଗାଁ ଥାନା ଅଧୀନସ୍ଥ ମେଦିନପୁର ଗାଁ ରେ ଘଟିଛି ବିଭତ୍ସ ହତ୍ୟାକାଣ୍ଡ, ଭଦ୍ରୁ ମହାକୁଡ଼ (୫୫),ଙ୍କୁ ହତ୍ୟାକାରୀ ହତ୍ୟା କରିଛନ୍ତି। ଭଦ୍ରୁ ନିଜ ଘରେ ଏକା ରହୁଥିଲେ। ସକାଳୁ ନିଜର ବାରଣ୍ଡାରେ କେହି ହତ୍ୟା କରିଥିବା ଓ ଶବ ପଡ଼ିଥିବା ରକ୍ତ ବହିଯାଇ ବାରଣ୍ଡା ତଳକୁ ଜମା
ମେଦିନପୁର ଗାଁରେ କୁରାଢ଼ୀରେ ହାଣି ଜଣକୁ ହତ୍ୟା


କେନ୍ଦୁଝର, ୩ ଅକ୍ଟୋବର (ହି.ସ.)- ଘଟଗାଁ ଥାନା ଅଧୀନସ୍ଥ ମେଦିନପୁର ଗାଁ ରେ ଘଟିଛି ବିଭତ୍ସ ହତ୍ୟାକାଣ୍ଡ, ଭଦ୍ରୁ ମହାକୁଡ଼ (୫୫),ଙ୍କୁ ହତ୍ୟାକାରୀ ହତ୍ୟା କରିଛନ୍ତି। ଭଦ୍ରୁ ନିଜ ଘରେ ଏକା ରହୁଥିଲେ। ସକାଳୁ ନିଜର ବାରଣ୍ଡାରେ କେହି ହତ୍ୟା କରିଥିବା ଓ ଶବ ପଡ଼ିଥିବା ରକ୍ତ ବହିଯାଇ ବାରଣ୍ଡା ତଳକୁ ଜମା ହୋଇଛି। ପାଖ ଘର ଲୋକେ ଓ ପଡୋଶୀ ଦେଖି ଥାନାକୁ ଖବର ଦେଇଥିଲେ। ଗ୍ରାମର ଲୋକେ ଜମା ହୋଇଥିଲେ ଓ ଘଟଗାଁ ଥାନା ପୋଲିସ, ଅଧିକାରୀ ଓ ଢେଂକିକୋଟ ଫାଣ୍ଡି ଅଧିକାରୀ, କେନ୍ଦୁଝରରୁ ସାଇଣ୍ଟିଫିକ ଦଳ ଆସିଥିବା ବେଳେ, ହତ୍ୟାକାଣ୍ଡ କାହିଁକି ଘଟିଲା ଓ ହତ୍ୟାକାରୀ କିଏ ପୋଲିସ ଶବକୁ ଜବତ କରିବା ସହ ମାମଲା ରୁଜୁ କରି, କିଛି ଦୂରରୁ ରକ୍ତ ଲଗା କୁରାଢ଼ୀକୁ ଜବତ କରି ଜଣକୁ ଅଟକ ରଖିବା ସହ ଅନୁସନ୍ଧାନ ଜାରି ରଖିଛି ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande