ଭଦ୍ରକ, ୩ ଅକ୍ଟୋବର (ହି.ସ.) - ଛେନାପଦିସ୍ଥିତ ବିଷ୍ଣୁପ୍ରିୟା ବାଳାଶ୍ରମର ସମ୍ପାଦକ ଏବଂ ସମାଜସେବୀ ପ୍ରେମାନନ୍ଦ ଦାସଙ୍କ ଏକାଦଶାହ ଦିବସ ଅବସରରେ କୁଆଁସ ସ୍ଥିତ ବାସଭବନଠାରେ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଗାନ୍ଧୀ ବାଳାଶ୍ରମର ସମ୍ପାଦକ ତଥା କନିଷ୍ଠ ଭ୍ରାତା ଅଶୋକ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବିଶିଷ୍ଟ ପ୍ରବଚକ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ପ୍ରାକ୍ତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ତ୍ୟାଗଭୂମିର ସଭାପତି ଅଜୟ ନାୟକ, ସମାଜସେବୀ ଏସ. ଏମ୍. ଫାରୁକ, ଲଲାଟେନ୍ଦୁ ମହାନ୍ତି, ଗାନ୍ଧୀ ବିଚାର ମଂଚର ସମ୍ପାଦକ ସୁଧାକର ରାଉତ, ଠାକୁର ନିଗମାନନ୍ଦ ସାରସ୍ୱତ ସଙ୍ଘ ଭଦ୍ରକର ସଭାପତି ନରହରି ମହାନ୍ତି, ବିଷ୍ଣୁପ୍ରିୟା ବାଳାଶ୍ରମ ପରିଚାଳନା କମିଟିର ବରିଷ୍ଠ ସଦସ୍ୟ ସୁରେନ୍ଦ୍ର ପରିଡ଼ା, ଅନନ୍ତପୁରସ୍ଥିତ ଚିତୋଳ ସଙ୍ଘର ସଭ୍ୟ ନିଶିକାନ୍ତ ନାୟକ, ଅବସରପ୍ରାପ୍ତ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ବାସୁଦେବ ଦାସ, ପୁରୁବାଇ କନ୍ୟାଶ୍ରମର ସମ୍ପାଦିକା ସୁମତି ମହାନ୍ତି, ଭଦ୍ରକ ଜିଲ୍ଲା ସର୍ବୋଦୟ ମଣ୍ଡଳର ସଭାପତି, ଅମର କୁମାର ପାଣିଗ୍ରାହୀ, ଓଡ଼ିଶା ଜଳସେଚନ ବିଭାଗର ଅବସରପ୍ରାପ୍ତ ସର୍ବୋଚ୍ଚ ଯନ୍ତ୍ରୀ ଅକ୍ଷୟ କୁମାର ଦାସ, ବିଜେପି ରାଜ୍ୟ ଅନୂସୁଚିତ ଜନଜାତି ମୋର୍ଚ୍ଚାର ଉପସଭାପତି ଫାଗୁରାମ ହାଁସଦା, ପ୍ରାଧ୍ୟାପିକା ଝରଣା ପଟ୍ଟନାୟକ, ଡ. ମନୀନ୍ଦ୍ର ମହାନ୍ତି, ରାଧାରାଣୀ ମହାପାତ୍ର, ଗଦାଧର ବଳ, ଜ୍ୟୋତିପ୍ରକାଶ ମହାନ୍ତି, କମଳାକାନ୍ତ ସ୍ୱାଇଁ, ମୁସ୍ତାକ ଗହ୍ୱର, ଅବଦୁଲ ଦୟାନ୍, ହରିପ୍ରସାଦ ନନ୍ଦୀ, ରୂପକ ବିହାରୀ ରାୟ, କାଦମ୍ବିନୀ ମହାନ୍ତି, ବିଜୟ କୁମାର ମହାନ୍ତି, ଦିଲ୍ଲୀପ କୁମାର ମହାନ୍ତି, କୃଷ୍ଣଚନ୍ଦ୍ର ଜେନା, ହୃଷିକେଶ ମହାନ୍ତି, ଆଦି ଯୋଗ ଦେଇ ସ୍ୱର୍ଗତ ଦାସଙ୍କ ସମାଜସେବା ଓ ତ୍ୟାଗପୂତ ଜୀବନ ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ନିଜ ପିତା ସ୍ୱର୍ଗତ କପିଳ ଚରଣ ଦାସଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ନିଜ ମାତା ବିଷ୍ଣୁପ୍ରିୟା ଦାସଙ୍କ ନାମରେ ଛେନାପଦିଠାରେ ଏକ ବାଳାଶ୍ରମ ଓ ଜରାନିବାସ ପ୍ରତିଷ୍ଠା କରିଥିଲେ। ସ୍ୱର୍ଗତ ଦାସ ଗାନ୍ଧୀଜୀଙ୍କ ଜୀବନ ଦର୍ଶନ, ନୀତି ଆଦର୍ଶକୁ ପାଥେୟ କରି ସମାଜର ଅନାଥ ଅସହାୟ ଶିଶୁମାନଙ୍କୁ କୋଳେଇ ଆଣି ଆଶ୍ରମରେ ପାରିବାରିକ ସ୍ନେହ ଶ୍ରଦ୍ଧା ପରିବେଶରେ ଲାଳନପାଳନ କରି ସେମାନଙ୍କୁ ଯେଉଁଭଳି ଭାବରେ ସମାଜର ମୁଖ୍ୟସ୍ରୋତରେ ସାମିଲ କରିପାରିଥିଲେ ତାହା ଯୁଗଯୁଗକୁ ସ୍ମୃତି ହୋଇ ରହିବ । ଯଥାର୍ଥରେ ସ୍ୱର୍ଗତ ଦାସ ଥିଲେ ଜଣେ ସାର୍ଥକ ରଚନାତ୍ମକ କର୍ମୀ ଓ କିମ୍ବଦନ୍ତୀ ସମାଜସେବୀ । ତାଙ୍କର ବହୁବିଧ ପ୍ରତିଭା ଆଜିର ଯୁବପିଢ଼ି ପାଇଁ ପ୍ରେରଣାର ଉତ୍ସ ହେବ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ । ସଭାପ୍ରାରମ୍ଭରେ ଦୁଇମିନିଟ୍ ନୀରବ ପ୍ରାର୍ଥନା କରାଯିବା ପରେ ଗାନ୍ଧୀ ବାଳାଶ୍ରମ ପକ୍ଷରୁ ଶୋକ ସଙ୍ଗୀତ ପରିବେଷଣ କରାଯାଇଥିଲା । ଜ୍ୟୈଷ୍ଠ ପୁତ୍ର ମ୍ରିନାଲ ଦାସ, କନିଷ୍ଠ ପୁତ୍ର ଅମ୍ଳାନ ଦାସଙ୍କ ସମେତ ସମସ୍ତ ପରିବାରବର୍ଗ ସଭା ପରିଚାଳନାରେ ସହଯୋଗ କରିଥିଲେ । ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ