ପାଣିକୋଇଲିରେ ମା ଦୁର୍ଗାଙ୍କ ଭଷାଣ ଉତ୍ସବ
କୋରାଇ, ୦୩ ଅକ୍ଟୋବର(ହି.ସ.) – ପାଣିକୋଇଲିରେ ମା ଦୁର୍ଗାଙ୍କ ଭଷାଣ ଉତ୍ସବ ମହାଆଡ଼ମ୍ବରେ ପାଳିତ ହୋଇଛି। ଜିଲ୍ଲା ପୁଲିସ ମୁଖ୍ୟାଳୟ ପକ୍ଷରୁ ଭଷାଣ ଉତ୍ସବ କରାଯାଇଥିବାବେଳେ ଦୁର୍ଗା ମାର୍କେଟ ପକ୍ଷରୁ ମଧ୍ୟ ଭଷାଣ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଏସ୍‌ପି ୟସ୍ ପ୍ରତାପ ଶ୍ରୀମଲ, ଅତିରିକ୍ତ ଏସପି ଶ
ପାଣିକୋଇଲିରେ ମା ଦୁର୍ଗାଙ୍କ ଭଷାଣ ଉତ୍ସବ


କୋରାଇ, ୦୩ ଅକ୍ଟୋବର(ହି.ସ.) – ପାଣିକୋଇଲିରେ ମା ଦୁର୍ଗାଙ୍କ ଭଷାଣ ଉତ୍ସବ ମହାଆଡ଼ମ୍ବରେ ପାଳିତ ହୋଇଛି। ଜିଲ୍ଲା ପୁଲିସ ମୁଖ୍ୟାଳୟ ପକ୍ଷରୁ ଭଷାଣ ଉତ୍ସବ କରାଯାଇଥିବାବେଳେ ଦୁର୍ଗା ମାର୍କେଟ ପକ୍ଷରୁ ମଧ୍ୟ ଭଷାଣ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଏସ୍‌ପି ୟସ୍ ପ୍ରତାପ ଶ୍ରୀମଲ, ଅତିରିକ୍ତ ଏସପି ଶୀତକଣ୍ଠ କାନୁନଗୋ, ସଂଘ ସଭାପତି ଦିଲ୍ଲୀପ ଦାସ, କାହ୍ନୁଚରଣ ପରିଡ଼ା, ସୁଜିତ କର , ସତ୍ୟବ୍ରତ ସାହୁ, ଶତୃଘ୍ନ ସ୍ୱାଇଁ, ଡିଡି ବେହେରା, ଆନନ୍ଦ ଲିମାଙ୍କ ସମେତ ଅଧିକାରୀ/କର୍ମଚାରୀ ଯୋଗ ଦେଇଥିଲେ। ସେହିପରି ଦୁର୍ଗା ମାର୍କେଟ ପକ୍ଷରୁ ସଭାପତି ଅଜୟ ସାହୁ, ସମ୍ପାଦକ ପ୍ରଦୀପ ମାଝୀ, ଡା. ନିର୍ମଳ ରଥ, ଆଲୋକ ପରିଡ଼ା, ଅନିରୁଦ୍ଧ ସ୍ୱାଇଁ, ଜଳଧର ଓଝାଙ୍କ ସମେତ ସମସ୍ତ ସଦସ୍ୟ ଯୋଗଦେଇ ମହାଆଡ଼ମ୍ବରେ ଭଷାଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର/ଭାସ୍କର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande