ବଲାଙ୍ଗୀର, ୦୩ ଅକ୍ଟୋବର(ହି.ସ.) – ବଲାଙ୍ଗୀର ସ୍ଥିତ ଭୀମ ଭୋଇ ମେଡିକାଲ କଲେଜରୁ ଜଣେ ରୋଗୀ ନିଖୋଜ ହୋଇ ଯାଇଥିବା ନେଇ ଅଭିଯୋଗ ହୋଇଛି। ସର୍ଜରୀ ୱାର୍ଡରୁ ରୋଗୀ ନିଖୋଜ ହୋଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ। ତେବେ ଗୁରୁବାର ରାତି ୧୧ଟାରୁ ରୋଗୀ ଜଣକ ନିଖୋଜ ଥିବା ନେଇ ପରିବାର ଲୋକେ ଅଭିଯୋଗ ଆଣିବା ପରେ ମେଡିକାଲ ପରିସରରେ ଉତେଜନା ଦେଖାଦେଇଛି।
ରୋଗୀ ଜଣକ କଳାହାଣ୍ଡି ଜିଲା ହରଲଙ୍ଗା ଗାଁରେ ପ୍ରତାପ ବେହେରା ଦଳେଇ ବୋଲି ଜଣାପଡ଼ିଛି। ଗରମ ପାଣିରେ ଗୋଡ଼ ପୋଡ଼ି ଯିବାରୁ ଗତ ରବିବାର ଦିନଠାରୁ ଭର୍ତି ହୋଇଥିଲେ ପ୍ରତାପ। ହସ୍ପିଟାଲ କର୍ତୃପକ୍ଷ ୧୪ ଘଂଟା ପରେ ମଧ୍ୟ ଥାନାରେ ନିଖୋଜ ସମ୍ପର୍କରେ କାହିଁକି ଜଣାଇ ନାହାନ୍ତି ବୋଲି ଅଭିଯୋଗ କରିଛନ୍ତି ପରିବାର ଲୋକେ।
ମେଡିକାଲ ସୁପରିଟେଡେଂଟ ଡ.ମାନସୀ ପଣ୍ଡାଙ୍କୁ ନିଖୋଜ ଅଭିଯୋଗକୁ ନେଇ ପଚାରିବାରୁ ରୋଗୀଙ୍କର ପୁଅ ଶୋଇ ଥିବାବେଳେ ରାତି ଗୋଟାଏରେ ରୋଗୀ ପଳେଇଛନ୍ତି, ଏ ନେଇ ରୋଗୀ ନିଖୋଜ ହୋଇଥିବା ଅଭିଯୋଗ ହୋଇଛି, ମୁଁ ଏକ ମିଟିଂରେ ବସିଛି ମିଟିଂ ସରିଲେ ଜଣାଇବେ ବୋଲି କହିଥିଲେ।
ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ