କୋରାଇ, ୦୩ ଅକ୍ଟୋବର(ହି.ସ.) – ପାଣିକୋଇଲି ପଂଚାୟତ ୨ ନମ୍ବର ୱାର୍ଡରେ ଥିବା ବେନୁଆ ପୋଖରୀରେ କେହି ଦୃର୍ବୃତ ବିଷ ପକାଇ ଦେବାରୁ ସମସ୍ତ ମାଛ ମରି ଯାଇଛନ୍ତି। ଏନେଇ ଗ୍ରାମବାସୀ ପାଣିକୋଇଲି ଥାନାରେ ଅଭିଯୋଗ କରିଛନ୍ତି। ପ୍ରକାଶ ଥାଉକି ପୂର୍ବରୁ ୨୦୧୭ ମସିହାରୁ ନିଲାମ ନେଇଥିବା ବ୍ୟକ୍ତିଙ୍କ ଦୌରାତ୍ମ୍ୟରେ ଗ୍ରାମବାସୀ ବିଡିଓ ଓ ସରପଂଚଙ୍କ ନିକଟରେ ଅଭିଯୋଗ କରିଥିଲେ। ଫଳରେ ତାଙ୍କ ନିଲାମ ବାତିଲ କରାଯାଇ ଗ୍ରାମବାସୀଙ୍କୁ ନିଲାମ ଦିଆଯାଇଥିଲା। ଏନେଇ ଶତ୍ରୁତା ଲାଗିରହିଥିଲା। ମାତ୍ର କେହି ଦୃର୍ବତ ବିଷ ପକାଇ ଦେବାରୁ ପୋଖରୀର ସମସ୍ତ ମାଛ ମରିଯାଇଛନ୍ତି। ଏନେଇ ଅଭିଯୋଗ ପରେ ପୁଲିସ ତଦନ୍ତ ଜାରି ରଖିଛି।
ହିନ୍ଦୁସ୍ଥାନ ସମାଚାର/ଭାସ୍କର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି