ଦୂର୍ଗାପୂଜା ଉପଲକ୍ଷେ ଆମଗାଁ ଆମସାହିତ୍ୟ ପରିଷଦ ପକ୍ଷରୁ କାର୍ଯ୍ୟକ୍ରମ
କେନ୍ଦ୍ରାପଡା, ୩ ଅକ୍ଟୋବର (ହି.ସ.)- କେନ୍ଦ୍ରାପଡା ଜିଲ୍ଲାର ଅଗ୍ରଣୀ ସାହିତ୍ୟ ସଂଗଠନ ଆମ ଗାଁ ସାହିତ୍ୟ ପରିଷଦ ଓ ମା '' ପୌର୍ଣ୍ଣମ।ସୀ ଦୁର୍ଗା ପୂଜା ସମିତି ବାଲିଆ ଆନୁକୁଲ୍ୟରେ ବାଲିଆ ହ।ଟ ଦୁର୍ଗା ମଣ୍ଡପରେ ଶାରଦୀୟ ସାହିତ୍ୟ ଆସର ଅନୁଷ୍ଠିତ ହୋଇଥିଲା। ଆମ ଗାଁ ସାହିତ୍ୟ ପରିଷଦର ସଭାପତି ନାଟ୍ୟକା
ଦୂର୍ଗାପୂଜା ଉପଲକ୍ଷେ ଆମଗାଁ ଆମସାହିତ୍ୟ ପରିଷଦ ପକ୍ଷରୁ କାର୍ଯ୍ୟକ୍ରମ


କେନ୍ଦ୍ରାପଡା, ୩ ଅକ୍ଟୋବର (ହି.ସ.)- କେନ୍ଦ୍ରାପଡା ଜିଲ୍ଲାର ଅଗ୍ରଣୀ ସାହିତ୍ୟ ସଂଗଠନ ଆମ ଗାଁ ସାହିତ୍ୟ ପରିଷଦ ଓ ମା ' ପୌର୍ଣ୍ଣମ।ସୀ ଦୁର୍ଗା ପୂଜା ସମିତି ବାଲିଆ ଆନୁକୁଲ୍ୟରେ ବାଲିଆ ହ।ଟ ଦୁର୍ଗା ମଣ୍ଡପରେ ଶାରଦୀୟ ସାହିତ୍ୟ ଆସର ଅନୁଷ୍ଠିତ ହୋଇଥିଲା। ଆମ ଗାଁ ସାହିତ୍ୟ ପରିଷଦର ସଭାପତି ନାଟ୍ୟକାର ସଞ୍ଜୟ କୁମାର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ଜିଲ୍ଳା ପରିଷଦର ସଭାପତି ଗୀତାଞ୍ଜଳୀ ସେଠୀ, ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ଗବେଷକ ନିରଞ୍ଜନ ମେକାପ, ସମ୍ମାନନୀୟ ଅତିଥି ଭାବେ ସାଂସଦ ପ୍ରତିନିଧି କିଶୋର ଚନ୍ଦ୍ର ପଣ୍ଡା, ପ୍ରାକ୍ତନ ଜିଲ୍ଳା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିଜୟ କେତନ ସାହୁ,ସତୀର୍ଥ ର ସଭାପତି ଅମର ପ୍ରସାଦ ରାଉତ, ବିଶିଷ୍ଟ ଶିକ୍ଷାବିତ୍ ଭରତ ଚରଣ ସାହୁ, ଜିଲ୍ଲା ସାହିତ୍ୟ ସଂସଦ ର ସମ୍ପ।ଦକ ଶୁଭ୍ରାଂଶୁ କୁମାର ଦାସ, ପଞ୍ଚାୟତ ସମିତି ସଭ୍ୟା ପ୍ରମିଳା ମିଶ୍ର ପ୍ରମୁଖ ଯୋଗ ଦେଇ ମାତୃ ଶକ୍ତିର ଉପାସନା, ମା' ଦୁର୍ଗାଙ୍କ ଅ।ବ୍ରିଭାବ, ମଣ୍ଡପରେ ଦୁର୍ଗା ପୂଜାର ଇତିହାସ ସମ୍ପର୍କରେ ଆଲୋଚନା କରିଥିଲେ । ପ୍ରଥମେ କବି ଅଙ୍କିତା ରାଉତ ଅ।ବହନି ସଙ୍ଗୀତ ଗାନ ଓ ବିଶିଷ୍ଟ ଶିକ୍ଷାବିତ୍ ଈଶ୍ୱର ଚନ୍ଦ୍ର ପୃଷ୍ଟି ଅତିଥି ପରିଚୟ ପ୍ରଦାନ କରିଥିଲେ। ଦୁର୍ଗା ପୂଜା ସମିତି ର ସଭାପତି ବିଶିଷ୍ଟ ସମାଜସେବୀ ନାରାୟଣ ପତି ପ।ରମ୍ବିକ ସୂଚନା ଓ ସମ୍ପ।ଦକ ସ୍ବପ୍ନ।ପ୍ସଶୁ କୁମାର ଦାସ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଦୁର୍ଗା ପୂଜା ସମିତି ତରଫରୁ ସର୍ବଶ୍ରୀ ଗୀତାଞ୍ଜଳୀ ସେଠୀ, ଗୋଲାପ ରାଉତ, ଭରତ ଚରଣ ସାହୁ,ଅମର ପ୍ରସାଦ ରାଉତ, ଶୈଳଜା ଶଙ୍କର ସାମଲ, ବୃନ୍ଦାବନ ଦାସ,ପ୍ରଭାସ ଚନ୍ଦ୍ର ଦାସ, ବିଜୟ କେତନ ସାହୁ, ନବ ଉତ୍କଳ ସ୍ୱେଚ୍ଛ।ସେବୀ ସଂଗଠନକୁ ସମ୍ବର୍ଦ୍ଧିତ କରାଯାଇଥିଲା। ବରିଷ୍ଠ କବି ନିକୁଞ୍ଜ ବିହାରୀ ପୃଷ୍ଟି ଓ ଶୈଳଜ। ଶଙ୍କର ସାମଲଙ୍କ ମିଳିତ ସଂଯୋଜନାରେ କବି ଅଜୟ କୁମାର ପାତ୍ର, ସୁରେନ୍ଦ୍ର କୁମାର ବେହେରା,କବିତା ମୁଦୁଲି, ରଞ୍ଜନ ବାଇ, ମେଜର ଭରତ ଜେନା, ଗୀତାଞ୍ଜଳି ସାହୁ, ଅସିତ୍ କୁମାର ସାହୁ, ରଜନୀ କାନ୍ତ ଦାସ, ଡ଼ ଚୈତନ୍ୟ ଚରଣ ପରିଡ଼ା, ସହଦେବ ଜେନା, ବ।ପିନ ମଲ୍ଲ, ନୃସିଂହ ତ୍ରିପାଠୀ, ଡ଼ ଗିରିଜା କାନ୍ତ ଦାସ, ସଞ୍ଜୟ କୁମାର ମଥାନ,ପୂଜାଶ୍ରୀ ସେଠୀ, ଗଗନ ବିହାରୀ ଜେନା,ମଧୁସୂଦନ ଗେରୁ, ନିହାରିକ। ନାୟକ, ପ୍ରମୂଖ ୩୫ ଜଣ କବି କବିତା ପାଠ କରିଥିଲେ। ସକାଳେ ସମିତି ତରଫରୁ ଗୁରୁପୂଜା, କୁମାରୀ ପୂଜା କରାଯାଇଥିଲା । ଏଥିରେ ଦୁର୍ଗା ପୂଜା ସମିତି ଓ ନବାଉତ୍କଲ ସ୍ଵେଚ୍ଛାସେବୀ ସଂଗଠନ ର ଦିପେନ୍ ସାହୁ, ବିଭୂତି ଭୂଷଣ ପତି,ରତିକାନ୍ତ ପଣ୍ଡା,କୈଳାସ ପାଗଳ, ପୂର୍ଣ୍ଣ ଚନ୍ଦ୍ର ବେହେରା, ମଳୟ ରାଉଳ, ଚିତ୍ତ ରଞ୍ଜନ ବେଜ, ଅକ୍ଷୟ ରାଉଳ, ବସନ୍ତ ଜେନା, ବଳରାମ ରଣା , ଚିନ୍ମୟ ମହାନ୍ତି ପ୍ରମୁଖ ୫୦ ଜଣରୁ ଉର୍ଦ୍ଧ୍ବ ସହଯୋଗ କରିଥିଲେ । ଗୋଲକ ସେଠୀ ଦୁର୍ଗା ଭଜନ ଗାନ ଓ ଧରଣୀଧର ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଦୁର୍ଗା ପୂଜା ସମିତି କର୍ମକର୍ତା ମାନେ ସମସ୍ତ କବି ମାନଙ୍କୁ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande