କେନ୍ଦ୍ରାପଡା, ୩ ଅକ୍ଟୋବର (ହି.ସ.)- କେନ୍ଦ୍ରାପଡା ଜିଲା ଜମଧର ପଞ୍ଚାୟତ ଆରଏମସି ପରିସରରେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର 'ଶତାବ୍ଦୀ ସମାରୋହ ଉଦଘାଟନ ଉତ୍ସବ' ବଡ ଧୁମଧାମରେ ପାଳିତ ହୋଇଯାଇଛି। ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ଜମଧର ଖଣ୍ଡ ପକ୍ଷରୁ ଆୟୋଜିତ ଏହି ଭବ୍ୟ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଇଂ ବିଶ୍ବରଂଜନ ମିଶ୍ର ଯୋଗଦେଇ ସଂଘ ଦୀର୍ଘ ଶହେ ବର୍ଷ ମଧ୍ୟରେ ବ୍ୟକ୍ତି ଗଠନ ମାଧ୍ୟମରେ ରାଷ୍ଟ୍ର ଗଠନ ଭଳି ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ନିର୍ବାହ କରି ଆସିଛି ବୋଲି କହିଥିଲେ। ଉତ୍ସବରେ ଆରଏସ୍ଏସ୍ କଟକ ବିଭାଗ ବୌଦ୍ଧିକ ପ୍ରମୁଖ ବିଜୟ କୁମାର ନାୟକ ମୁଖ୍ୟବକ୍ତା ଭାବେ ଯୋଗଦେଇ ସଂଘର ପ୍ରତିଷ୍ଠା, ଏହାର ଲକ୍ଷ୍ୟ ଓ ଶହେବର୍ଷ ର ଯାତ୍ରା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ସଂଘର ଡେରାବିଶ ଖଣ୍ଡ ସଂଘଚାଳକ ନାରାୟଣ ବାରିକ୍ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ଅବସରରେ ସ୍ଵୟମ ସେବକ ମାନଙ୍କ ଦ୍ଵାରା ଗଣବେଶ, ଶାରୀରିକ, ଘୋଷ ପ୍ରଭୃତି କରାଯାଇଥିଲା। କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ, ସାହିତ୍ୟକ ଓ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଥିଲେ।
ହିନ୍ଦୁସ୍ଥାନ ସମାଚାର / ରବି