ଭୁବନ, ୦୩ ଅକ୍ଟୋବର(ହି.ସ.) – ଭୁବନ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଯମୁନାକୋଟ ଛକ ନିକଟରେ ସଡ଼କ ଦୁର୍ଘଟଣାରେ ମୃତ ବାରହାକୁ ବନ ବିଭାଗ ଉଦ୍ଧାର କରି ଶବ ବ୍ୟବଚ୍ଛେଦ କରାଇ ପୋତି ଦେଇଥିବା ଜଣାପଡ଼ିଛି। ପ୍ରାପ୍ତ ଖବରରୁ ପ୍ରକାଶ ଯେ ଶୁକ୍ରବାର ସକାଳେ ଯମୁନା କୋଟ ଛକ ନିକଟରେ ସଡ଼କ ଦୁର୍ଘଟଣାରେ ଏକ ମାଈ ବାରହାର ମୃତ୍ୟୁ ହୋଇଥିବା ଖବର ପାଇ ଫରେଷ୍ଟ ରେଞ୍ଜର ରାକେଶ କୁମାର ଦଳେଇ, ଭୁବନ ଫରେଷ୍ଟର କଳ୍ପନା ବେହେରା ସଦଳ ବଳେ ଘଟଣା ସ୍ଥଳରେ ପହଂଚିି ବାରହାକୁ ଉଦ୍ଧାର କରି ପ୍ରଥମେ ଶବ ବ୍ୟବଚ୍ଛେଦ କରାଇଥିଲେ ଓ ପରେ ନିକଟସ୍ଥ ଜଙ୍ଗଲରେ ଗାତଖୋଳି ପୋତି ଦେଇଥିଲେ। ମୃତ ବାରହାର ବୟସ ପ୍ରାୟ ତିନିବର୍ଷ ହେବ ବୋଲି ଜଣାପଡ଼ିଛି।
ହିନ୍ଦୁସ୍ଥାନ ସମାଚାର/ସୁଶାନ୍ତ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି