ଜୟପୁର, 3 ଅକ୍ଟୋବର (ହି.ସ.)
ଜୟପୁର ସଦରଥାନା ଅନ୍ତର୍ଗତ ବାରିଣିପୁଟ୍ ଅଞ୍ଚଳରୁ ସଦରପୁଲିସ ପେଟ୍ରୋଲି˚ କରୁଥିବା ସମୟରେ ୧୨ଜଣ ଜୁଆଡିକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ନେଇ ସଦରଥାନାରେ ଏକ ମାମଲା ରୁଜୁ ହୋଇଛି। ଗତକାଲି ରାତି ପ୍ରାୟ ଗୋଟାଏ ବେଳେ ଜୟପୁର ସଦର ପୁଲିସ ପେଟ୍ରୋଲି˚ କରୁଥିବା ସମୟରେ ଖବର ପାଇଁ ବାରିଣିପୁଟ୍ ନିକଟ୍ସ୍ଥ ଏକ ଘରେ ଚଢାଉ କରିଥିଲା। ଘଟଣା ସ୍ଥଳରୁ ୧୩୯୦୨ ଟଙ୍କା ଜବତ କରିବା ସହ ୧୨ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସଦରଥାନା ଅଧିକାରୀ ସଚ୍ଚିନ୍ଦ୍ର ପ୍ରଧାନ ପ୍ରକାଶ କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି