ସୁବର୍ଣ୍ଣପୁର, ୦୩ ଅକ୍ଟୋବର(ହି.ସ.) – ମା’ ଦୁର୍ଗାଙ୍କ ପୂଜାରେ ପ୍ରଶାସନ ଠାରୁ ଆରମ୍ଭ କରି ସମସ୍ତ ପ୍ରକାର ସାଧାରଣଲୋକେ ବ୍ୟସ୍ତ ଥିବାବେଳେ ଏହାର ସୁଯୋଗ ନେଇ ଜଣେ କାଠ ବ୍ୟବସାୟୀ ରାତି ଅଧିଆ ଗାଡ଼ିରେ ଲୋଡ଼ିଂ କରି ଶାଲ କାଠ ନେଉଥିବାବେଳେ ସ୍ଥାନୀୟ ବିନିକା କଲେଜ ଛକ ଠାରେ କୌଣସି ପ୍ରକାରରେ ଖବର ପାଇ ବନ ବିଭାଗ କର୍ମଚାରୀ ମାଡ଼ି ବସିଥିଲେ। ଫଳରେ ଗାଡ଼ି ଚାଳକ ଗାଡ଼ି ରଖି ଫେରାର ମାରିବାରେ ସଫଳ ହୋଇଛି। ମିଳିଥିବା ସୂଚନା ଅନୁସାରେ ଙଊ ୧୭ଛ ୫୮୭୧ ନଂ ଟାଟା ଗାଡ଼ି ରେ ୫୨ଖଣ୍ଡ ଶାଲ କାଠ ଭର୍ତି ହୋଇଥିଲା ରାତି ପ୍ରାୟ ୧୧ଟା କିଟିକିଟି ଅନ୍ଧାର ସୁଯୋଗ ନେଇ ଡ୍ରାଇଭର ଓ କାଠ ମାଫିଆ ଗାଡ଼ିରେ କାଠ ନେଉଥିବା ବେଳେ ବନ ବିଭାଗ କର୍ମଚାରୀ ଅତର୍କିତ ଚଢ଼ାଉ କରିଥିଲେ ।ଫଳରେ ଡ୍ରାଇଭର ଓ କାଠ ମାଫିଆ ସେଠାରୁ ଚମ୍ପଟ ମାରିଥିଲେ। ଘଟଣା ସ୍ଥଳରୁ ବନ ବିଭାଗ ରେଞ୍ଜର ଡମ୍ବରୁଧର ପ୍ରଧାନ ଓ ଷ୍ଟାଫ ଶାଲ କାଠ ଗାଡିକୁ ଜବତ କରି ଅଧିକ ତଦନ୍ତ ଜାରି ରଖିଥିବା ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି।
ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ