ସମ୍ବଲପୁର ଜିଲ୍ଲାରେ ଭକ୍ତିମୟ ପରିବେଶରେ ଶାରଦୀୟ ଦଶହରା ସମ୍ପନ୍ନ
ସମ୍ବଲପୁର, ୦୩ ଅକ୍ଟୋବର (ହି.ସ.) ଭକ୍ତି ଭାବନା ଓ ବିଧିବିଧାନର ସହିତ ପରମ୍ପରାନୁଯାୟୀ ସମ୍ବଲପୁର ଜିଲ୍ଲାର ପୁରପଲ୍ଲୀରେ ଶାରଦୀୟ ଦୁର୍ଗାପୂଜା ଓ ଦଶହରା ସମ୍ପନ୍ନ ହୋଇଯାଇଛି । ଏଥର ଦଶହରା ପୂଜା ସମୟରେ ୪ ଦିନ ଧରି ମନ୍ଦିର ଓ ସାର୍ବଜନୀନ ପୂଜା ମଣ୍ଡପ ମାନଙ୍କରେ ଭକ୍ତମାନଙ୍କ ବ୍ୟାପକ ଗହଳି ଦେଖିବାକୁ ମି
ସମ୍ବଲପୁର ଜିଲ୍ଲାରେ ଭକ୍ତିମୟ ପରିବେଶରେ ଶାରଦୀୟ ଦଶହରା ସମ୍ପନ୍ନ


ସମ୍ବଲପୁର, ୦୩ ଅକ୍ଟୋବର (ହି.ସ.) ଭକ୍ତି ଭାବନା ଓ ବିଧିବିଧାନର ସହିତ ପରମ୍ପରାନୁଯାୟୀ ସମ୍ବଲପୁର ଜିଲ୍ଲାର ପୁରପଲ୍ଲୀରେ ଶାରଦୀୟ ଦୁର୍ଗାପୂଜା ଓ ଦଶହରା ସମ୍ପନ୍ନ ହୋଇଯାଇଛି । ଏଥର ଦଶହରା ପୂଜା ସମୟରେ ୪ ଦିନ ଧରି ମନ୍ଦିର ଓ ସାର୍ବଜନୀନ ପୂଜା ମଣ୍ଡପ ମାନଙ୍କରେ ଭକ୍ତମାନଙ୍କ ବ୍ୟାପକ ଗହଳି ଦେଖିବାକୁ ମିଳି ଥିଲା । ଏ ବର୍ଷ ସମ୍ବଲପୁର ମହାନଗରର ୫୭ଟି ସ୍ଥାନକୁ ମିଶାଇ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରାୟ ୧୦୦ଟି ସାର୍ବଜନୀନ ମଣ୍ଡପରେ ମା’ ଜଗତ୍‌ଜନନୀଙ୍କୁ ପୂଜା କରାଯାଇଥିଲା । ମଣ୍ଡପ ଓ ପୀଠମାନଙ୍କରେ ଭକ୍ତମାନେ ମାନସୀକ ଜାଗର ବସାଇଥିଲେ । ସେହିଭଳି ବିଭିନ୍ନ ଘରମାନଙ୍କରେ କୁଳଦେବୀଙ୍କ ଦଶହରା ପୂଜା ଅନୁଷ୍ଠିିତ ହୋଇଯାଇଛି । ଅଷ୍ଟମୀ ତିଥିରେ ପାଟଣେଶ୍ୱରୀ ସୁନା ଅଳଙ୍କାରରେ ସଜ୍ଜିତ ହୋଇ ଭକ୍ତମାନଙ୍କୁ ଦର୍ଶନ ଦେଇଥିଲେ । ଯୁଯୋମୁର ବ୍ଲକ୍ ଅନ୍ତର୍ଗତ ପଡ଼ିଆବାହାଲ ଠାରେ ସାର୍ବଜନୀନ ଦୁର୍ଗାପୂଜାର ଏଥର ୫୧ ବର୍ଷ ପାଳନ ଅବସରରେ ଭବ୍ୟ ଆୟୋଜନ କରାଯାଇଥିଲା । ଗତକାଲି ସର୍ବତ୍ର ବିଜୟା ଦଶମୀ ଉତ୍ସବ ପାଳନ କରାଯାଇଥିଲା । ଏଥିସହିତ ଭସାଣୀ ପର୍ବ ପାଳନ ହୋଇଛି । ଦଶହରା ପାଇଁ ଦୂରଦୁରାନ୍ତ ସ୍ଥାନରୁ ମହିଳାମାନେ ନିଜ ମା’ ଘରକୁ ଓ ଚାକିରିଆମାନେ ପରିବାର ସହିତ ନିଜନିଜ ଘରମାନଙ୍କୁ ଆସିଥାଆନ୍ତି । ପୂର୍ବରୁ ଦୋକାନ ବଜାରରେ ମଧ୍ୟ ଭିଡ଼ ହୋଇ ଥିଲା ।

ଅନ୍ୟପକ୍ଷରେ ବିଜୟା ଦଶମୀ ଦିନ ସମଲେଶ୍ୱରୀ ଓ ଅନ୍ୟାନ୍ୟ ମନ୍ଦିରରେ ରଣଜିତା ଉତ୍ସବ ପାଳନ କରାଯାଇଛି । ସପ୍ତମୀ ଠାରୁ ନବମୀ ତିଥି ପର୍ଯ୍ୟନ୍ତ ସମଲେଶ୍ୱରୀ ଯୁବକ ସଂଘ, ହାଟପଡ଼ା,ଦଲେଇପଡ଼ା, ମୁଦିପଡ଼ା ଆଦି ବିଭିନ୍ନ ପଡ଼ାର ଏବଂ ବାଟମଂଗଳା ମନ୍ଦିରରୁ ଯୁବକମାନେ ପାରମ୍ପରିକ ଆଖଡ଼ା ସହ ସହର ପରିକ୍ରମା କରିବାର ପରମ୍ପରା ନିର୍ବାହ କରାଯାଇଥିଲା । ଏମାନେ ଜୁଗାର ଆଦି ପୂଜା ସାମଗ୍ରୀ ନେଇ ସମଲାଇ, ପାଟଣେଶ୍ୱରୀ ପ୍ରଭୃତି ପୀଠ ଠାରେ ପୂଜା ଆରାଧନା କରିଥିଲେ । ଅଷ୍ଟମୀ ଦିନ ସମଲାଇ ମନ୍ଦିରର ପୂଜକମାନେ ମହାନଦୀକୁ ଯାଇ ଆୟୂଧ ଆଣିଥିଲେ ।

ଏହି ତିଥିରେ ପାଟଣେଶ୍ୱରୀ ସୁନାବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଥିଲେ । ଆସନ୍ତା ଆଶ୍ୱୀନ ମାସ ଶୁକ୍ଲ ପକ୍ଷର ଦଶହରା ପୂର୍ଣିମା ଉତ୍ସବ ଆୟୋଜନ ପାଇଁ ପ୍ରସ୍ତୁତି ଚାଲିଛି । ଏହି ଦିନ ପଶ୍ଚିମ ଓଡ଼ିଶାର ଗ୍ରାମ ମାନଙ୍କରେ ସ୍ୱତନ୍ତ୍ର ଯାତ୍ରା ପାରମ୍ପାରିକ ଭାବରେ ପାଳନ କରାଯାଇଥାଏ । ଏଥର ଭସାଣୀ ଶୋଭାଯାତ୍ରା ହେଉ ନଥିବାରୁ ବିିଭିନ୍ନ ପୂଜା ମଣ୍ଡପରେ ଭଜନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା ଏବଂ ଦଶମୀ ଠାରୁ ପାରମ୍ପାରିକ ରୀତିରେ ଶୋଭାଯାତ୍ରା ବଦଳରେ ମା’ଙ୍କୁ ମହାନଦୀ ଓ ଯୋରମାନଙ୍କରେ ମେଳାଣୀ ଦିଆଯାଇଥିଲା । ଏହି ଦିନ ସମଲେଶ୍ୱରୀ ରାଜରାଜେଶ୍ୱରୀ ଏବଂ ପାଟଣେଶ୍ୱରୀ, ବାଟମଙ୍ଗଳା, ବନଦୁର୍ଗା ପ୍ରଭୃତି ମନ୍ଦିରେ ଦେବୀ ସ୍ୱତନ୍ତ୍ର ବେଶରେ ଦର୍ଶନ ଦେବେ । ଏଥି ସହିତ ଦେବୀ ମନ୍ଦିରରେ ନୂତନ ଧ୍ୱଜା ବନ୍ଧା ଯିବା ନୀତି ସମ୍ପନ୍ନ କରାଯିବ । ଅନ୍ୟ ପକ୍ଷରେ ମାନେଶ୍ୱର ବ୍ଲକ୍ ଅନ୍ତର୍ଗତ ଝାଡ଼େଶ୍ୱରୀ ମନ୍ଦିରରେ ଗତକାଲି ସ୍ୱତନ୍ତ୍ର ଯାତ୍ରା ଅନୁଷ୍ଠିତ ହୋଇଥିଲା ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande