କନ୍ଧମାଳ , ୩ ଅକ୍ଟୋବର (ହି.ସ.) ଦୁଇ ଦିନ ଧରି ଓଡ଼ିଶାର ବିଶ୍ୱ ବିଖ୍ଯାତ ମଞ୍ଚ ଶ୍ରୀ ଜଗନ୍ନାଥ ଧାମ,ପୁରୀସ୍ଥିତ ଅନ୍ନପୂର୍ଣା ରଙ୍ଗମଞ୍ଚ,ପୁରୀ ଠାରେ ସର୍ବଭାରତୀୟ ସ୍ତରୀୟ ଶଂଖ କ୍ଷେତ୍ର ନୃତ୍ୟ ସଙ୍ଗୀତ ଉତ୍ସବ ଏବଂ ଗୁରୁ ଶିଷ୍ୟ ପରମ୍ପରା ସମ୍ମାନ କାର୍ଯ୍ୟକ୍ରମ, ୨୦୨୫ ଭାରତର ସୁପ୍ରସିଦ୍ଧ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ତ୍ରିଭଙ୍ଗ କଳା ନିକେତନ, ଭୁବନେଶ୍ଵର ତରଫରୁ ଦଶହରା ପର୍ବ ଅବସର ରେ ବହ୍ଵାଡମ୍ବର ସହିତ ଆୟୋଜନ କରାଯାଇ ଥିଲା । ଅନୁଷ୍ଠାନର ପ୍ରତିଷ୍ଠାତା ବିଶ୍ୱ ବିଖ୍ଯାତ ଓଡ଼ିଶୀ ନୃତ୍ୟ ଗୁରୁ ଓ ନିର୍ଦ୍ଦେଶକ ଶ୍ରୀଯୁକ୍ତ ବିକ୍ରମ ସାମଲଙ୍କ ତତ୍ତ୍ଵାବଧାନରେ ଭାରତର ବିଭିନ୍ନ ସ୍ଥାନରୁ ଆସିଥିବା ନୃତ୍ୟଶିଳ୍ପୀ ମାନେ ଶାସ୍ତ୍ରୀୟ ନୃତ୍ୟ, ଲୋକ ନୃତ୍ୟ ଆଦି ପରିବେଷଣ କରି ଗୁରୁ ଶିଷ୍ଯ ପରମ୍ପରା ସମ୍ମାନରେ ସମ୍ମାନିତ ହୋଇଥିଲେ।ଉକ୍ତ କାର୍ଯ୍ୟକ୍ରମରେ ପିଏମଶ୍ରୀ ବରଡ଼ା ବାଲୁଙ୍କେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟ, ଲାଇନପଡ଼ା,କନ୍ଧମାଳର ହିନ୍ଦୀ ଶିକ୍ଷକ ତଥା ସଙ୍ଗୀତକାର,ରଚନାକାର, ବିଶିଷ୍ଟ ଭଜନ ଗାୟକ, ସାହିତ୍ୟିକ,ଉତ୍ତମ ଉଦ୍ଘୋଷକ ବୌଦ୍ଧର ଲକ୍ଷ୍ମୀନାରାୟଣ ପୁରୋହିତ ନିଜସ୍ୱ ରଚନା,ସଙ୍ଗୀତ ନିର୍ଦ୍ଦେଶନାରେ ହିନ୍ଦୀ ଏବଂ ବାଙ୍ଗଲା ଭାଷାର ଦୁଇଗୋଟି ଭଜନ ପରିବେଷଣ କରି ବିଶ୍ୱ ବିଖ୍ଯାତ ଓଡ଼ିଶୀ ନୃତ୍ୟ ଗୁରୁ ତଥା ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ, ଭୁବନେଶ୍ୱରର ଶ୍ରୀଯୁକ୍ତ ନିରଞ୍ଜନ ରାଉତ,ବିଶ୍ୱ ବିଖ୍ଯାତ ଓଡ଼ିଶୀ ନୃତ୍ୟ ଗୁରୁ ଶ୍ରୀଯୁକ୍ତ ଦୁଷ୍ମନ୍ତ ସ୍ୱାଇଁ,ଓଡ଼ିଶାର ବିଶିଷ୍ଟ ଶିକ୍ଷାବିତ୍ ଶ୍ରୀଯୁକ୍ତ ଗୋପାଳ କୃଷ୍ଣ ସାର୍,ବିଶ୍ୱ ପ୍ରସିଦ୍ଧ ଯୁବ ଓଡ଼ିଶୀ ନୃତ୍ୟ ଗୁରୁ ଓ ନିର୍ଦ୍ଦେଶକ ଶ୍ରୀ ବିବେକ ମହାନ୍ତି,ବିଶ୍ୱ ପ୍ରସିଦ୍ଧ ଓଡ଼ିଶୀ ନୃତ୍ୟ ଗୁରୁ ଓ ନିର୍ଦ୍ଦେଶକ ଶ୍ରୀଯୁକ୍ତ ନାରାୟଣ ପାଣ୍ଡେ ଆଦି ଙ୍କ କର କମଳ ରେ ଗୁରୁ ଶିଷ୍ଯ ପରମ୍ପରା ସମ୍ମାନରେ ସମ୍ମାନିତ ହୋଇଛନ୍ତି। ଉକ୍ତ ସମ୍ମାନକୁ ନେଇ ଶ୍ରୀ ପୁରୋହିତଙ୍କୁ ଅଞ୍ଚଳବାସୀ ଜିଲ୍ଲାବାସୀ ଏବଂ ବିଭିନ୍ନ ବୁଦ୍ଧିଜୀବୀ ମହଲରୁ ଅନେକାନେକ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରାଯାଉଅଛି। ଉକ୍ତ କାର୍ଯ୍ୟକ୍ରମକୁ ସୁପରିଚାଳନା କରିଥିଲେ ପ୍ରସିଦ୍ଧ ଓଡ଼ିଶୀ ନୃତ୍ୟ ଗୁରୁ,ନିର୍ଦ୍ଦେଶକ ଏବଂ କନ୍ଧମାଳ ଜିଲ୍ଲା ର ନଟରାଜ କଳା ମନ୍ଦିର ଅନୁଷ୍ଠାନର ପ୍ରତିଷ୍ଠାତା ଶ୍ରୀ ବିନୋଦଚନ୍ଦ୍ର ସାହୁ।
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ