ସୁବର୍ଣ୍ଣପୁର, ୩ ଅକ୍ଟୋବର (ହି.ସ.)- ଆଜି ପୂର୍ବାହ୍ନ ୯ଟା ୩୦ ସମୟରେ ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ସ୍ଥିତ ବସଷ୍ଟାଣ୍ଡ ଠାରେ ନୂତନ ବସ ଷ୍ଟାଣ୍ଡ ଗୃହ ନିର୍ମାଣ ପାଇଁ ଉପ-ମୁଖ୍ୟ ମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓଙ୍କ ଦ୍ୱାରା ଶିଳାନ୍ୟାସ ବା ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଏହି ଭିତ୍ତିପ୍ରସ୍ତର ସ୍ଥାପନ ସମୟରେ ସାଂସଦ, ବଲାଙ୍ଗିର, ଶ୍ରୀମତି ସଙ୍ଗୀତା କୁମାରୀ ସିଂହ ଦେଓ, ଜିଲ୍ଲାପାଳ, ସୁବର୍ଣ୍ଣପୁର, ଡ଼ ନୃପରାଜ ସାହୁ, ଆରକ୍ଷୀ ଅଧିକ୍ଷକ, ସୁବର୍ଣ୍ଣପୁର, ନାରାୟଣ ନାଏକ, ସୋନପୁର ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତି ତାମସି ତାମସ୍ମିତା ନାୟକ ଓ ଭାରତୀୟ ଜନତା ପାର୍ଟିର ଜିଲ୍ଲା ସଭାପତି ବେଣୁଧର ଦାଶ ଉପସ୍ଥିତ ଥିଲେ ଓ ଏହି ଅବସରରେ ଆୟୋଜିତ ସାଧାରଣ ସଭାରେ ମଞ୍ଚାସିନ ଥିଲେ। ଏହି ସାଧାରଣ ସଭାର ସମସ୍ତ ମଞ୍ଚାସିନ ଅତିଥି ଓ ଉପସ୍ଥିତ ଜନସାଧାରଣ ଓ ସମ୍ବାଦପତ୍ର ଓ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ ସ୍ଵାଗତ ଜଣାଇଥିଲେ। ସାଧାରଣ ସଭାରେ ଉପ ମୁଖ୍ୟ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ଶ୍ରୀମତି ସଂଗୀତା କୁମାରୀ ସିଂହ ଦେଓ ସମବେତ ଜନସାଧାରଣଙ୍କୁ ଉଦବୋଧନ ଦେଇଥିଲେ।
ଏହି ଶିଳାନ୍ୟାସ ବା ଭିତ୍ତପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ଜିଲ୍ଲା ପରିଚାଳିକା ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ, ସୁବର୍ଣ୍ଣପୁର ଜିଲ୍ଲା ଶ୍ରୀମତି ଜୟଶ୍ରୀ ଲକ୍ଷ୍ମୀ, ଶୁଭ୍ରଜିତ ଦାଶ, ବ୍ଲକ ସୂପରଭାଇଜର, ରାଜ୍ୟ ସଡ଼କ ପରିବହନ ନିଗମ, ସୁବର୍ଣ୍ଣପୁର ଜିଲ୍ଲା, ଅଧିକ୍ଷଣ ଯନ୍ତ୍ରୀ, ଓଡ଼ିଶା ବ୍ରିଜ ନିର୍ମାଣ ନିଗମ ଶ୍ରୀ ସୁନା ମୁର୍ମୁ, କନିଷ୍ଠ ଯନ୍ତ୍ରୀ ଶ୍ରୀ ଅନିଲ କୁମାର ସାହୁ ଓ ଶ୍ରୀ ଅବନୀ ଶଙ୍କର ନାୟକ ଉପସ୍ଥିତ ରହି ସଭାର ଆୟୋଜନ କରିଥିଲେ। ପ୍ରଦ୍ମ୍ୟୁମ୍ନ କୁମାର ସାହୁ ସାଧାରଣ ପରିଚାଳନା କରିଥିଲେ ଓ ସଭା ଶେଷରେ ଜିଲ୍ଲାପାଳ, ସୁବର୍ଣ୍ଣପୁର ମଞ୍ଚାସିନ ସମସ୍ତ ଅତିଥି, ଉପସ୍ଥିତ ଜନସାଧାରଣ ଓ ସମ୍ବାଦପତ୍ର ଓ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ