କୋରାଇ, ୦୩ ଅକ୍ଟୋବର(ହି.ସ.) – ପବିତ୍ର ଦଶହରା ଏବଂ ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ରକ୍ତଦାତା ପରିବାର, ଛୋଟରାୟପୁର ପକ୍ଷରୁ ଥାଲାସେମିଆ ପିଲାଙ୍କ ଉଦ୍ଦେଶ୍ୟରେ କୋରେଇ ବ୍ଲକ୍ ଜହ୍ନା ପଂଚାୟତ ଛୋଟରାୟପୁର ପ୍ରାଥମିକ ବିଦ୍ୟାଳୟରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଶିବିରରୁ ମୋଟ ୫୧ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା। କାର୍ଯ୍ୟକ୍ରମରେ ଉଦ୍ଘାଟକ ଭାବେ ଯାଜପୁର ଜିଲ୍ଲା ଟ୍ୟାକ୍ସ ବାର୍ ଆସୋସିଏସନ୍ର ସଭାପତି ତଥା ବରିଷ୍ଠ ଆଇନ୍ଜୀବୀ ବିବେକାନନ୍ଦ ମହାନ୍ତି ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ଶଙ୍ଖଚିଲା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଅଧିକାରୀ ଡ. ନିବେଦିତା ମହାନ୍ତି, ଛୋଟରାୟପୁର ଗ୍ରାମମୁଖ୍ୟ କେଶବ ଚନ୍ଦ୍ର ମଙ୍ଗରାଜ, କୋରେଇ କାହ୍ନୁଚରଣ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ମୋହନ ଚରଣ ଖୁଂଟିଆ, ସମାଜସେବୀ ଶରତ ଚନ୍ଦ୍ର ଦାଶ, ଅକ୍ଷୟ କୁମାର ଚାନ୍ଦ, ଯୁବ ସମାଜସେବୀ ପ୍ରମୋଦ କୁମାର ଖୁଂଟିଆ, ବଳରାମ ଜେନା, ଶିକ୍ଷାବିତ୍ ଜ୍ୟୋତିପ୍ରକାଶ ପଣ୍ଡା ଏବଂ ସିପିଆଇ ନେତା ଆଲୋକ କୁମାର ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ। ଅନ୍ୟତମ ଅତିଥି ଭାବେ ସିଆର୍ସିସି ବିଦ୍ୟାଧର ପାଢ଼ୀ, ଯୁବନେତା ସ୍ମୃତିରଞ୍ଜନ ପତ୍ରି, ରମେଶ ସାହୁ, ସୁଦାମ ଚରଣ ଦାସ, ହରେକୃଷ୍ଣ ରଥ, କ୍ଲବ୍ ଦି ୟୁଥ୍ ମାସ୍ର ସଭାପତି ପ୍ରକାଶ କୁମାର ଜେନା, ସମ୍ପାଦକ ରାଜେଶ କୁମାର ରାଉତ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସୂର୍ଯ୍ୟମଣି ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ସମସ୍ତ ଅତିଥିଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ବରିଷ୍ଠ ସାମ୍ବାଦିକ ତଥା ଅଶୋକ ଦାସ ଫାଉଣ୍ଡେସନ୍ର କୋରେଇ ସଂଯୋଜକ ସୁବାସ ଚନ୍ଦ୍ର ଧଳ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଆୟୋଜକ କ୍ଲବ୍ର ସଭାପତି ଆଦିତ୍ୟ ନାରାୟଣ ଖୁଂଟିଆ, ପରାମର୍ଶଦାତା ରଘୁନାଥ ପାତ୍ର, ଉପସଭାପତି ମହାପ୍ରସାଦ ପଣ୍ଡା, ଗୋପୀନାଥ ପଣ୍ଡା, ସତ୍ୟପ୍ରକାଶ ଦାଶ, ରଞ୍ଜିତ ବେହେରା, ଅମୀୟ ଖୁଂଟିଆ, ତପନ ପାତ୍ର, ଆକାଶ ବେହେରା, ବାଇନ ବେହେରା, ବାସୁଦେବ ନାୟକ, ସନ୍ଦିପ ସାହୁ, ମହେନ୍ଦ୍ର ସାହୁ, ଅମର ପରମାଣିକ, ଓମ୍ପ୍ରକାଶ ଦାସ, ଶନିଦେବ ମଲିକ, ସୌମ୍ୟ ବାରିକ, ପ୍ରଶାନ୍ତ ଘଡ଼େଇ, ନରେନ୍ଦ୍ର ସାହୁ, ପ୍ରଶାନ୍ତ ସାହୁ, ସଞ୍ଜୀବ ସାହୁ, ପ୍ରଶାନ୍ତ ଓଝା, ରାମଚନ୍ଦ୍ର ଶିଅଳ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଯାଜପୁରରୋଡ଼ ରକ୍ତକେନ୍ଦ୍ର ପକ୍ଷରୁ ଡାକ୍ତର ଗୌତମ ସାହୁ, ଏଲ୍ଟି ସମ୍ବିତ କୁମାର ମଲ୍ଲିକ, ସଂଗ୍ରାମ କେଶରୀ ନାୟକ ଏବଂ ନିରଞ୍ଜନ ଜେନା ରକ୍ତ ସଂଗ୍ରହ କରିଥିଲେ। ସାମ୍ବାଦିକ ବିରଂଚି ନାରାୟଣ ଖୁଂଟିଆ ଶିବିର ପରିଚାଳନା କରିଥିଲେ।
ହିନ୍ଦୁସ୍ଥାନ ସମାଚାର/ଭାସ୍କର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି