ଭୁବନେଶ୍ୱର, ୩ ଅକ୍ଟୋବର (ହି.ସ.)- ଆଭ୍ୟନ୍ତରୀଣ ଓଡ଼ିଶାରେ ଥିବା ଅବପାତ ଗତ ୬ ଘଂଟା ମଧ୍ୟରେ ଉତର-ଉତରପଶ୍ଚିମ ଦିଗକୁ ଘଂଟା ପ୍ରତି ୧୫ କି.ମି. ବେଗରେ ଗତି କରିଥିଲା । ଏବଂ ଆଜି ଅକ୍ଟୋବର ୩ ତାରିଖ ସକାଳ ୮ଟା ୩୦ ରେ ସେହି ଅଂଚଳ ଉପରେ ଅକ୍ଷାଂଶ ୨୦.୭ ଉ. ଏବଂ ଦ୍ରାଘିମା ୮୩.୭ ପୂ. ପାଖାପାଖି କେନ୍ଦ୍ରୀଭୂତ ହୋଇଥିଲା, ଯାହା ଫୁଲବାଣୀ (ଓଡ଼ିଶା)ରୁ ପ୍ରାୟ ୬୦ କି.ମି. ପଶ୍ଚିମ-ଉତରପଶ୍ଚିମ, ଭବାନୀପାଟଣା (ଓଡ଼ିଶା)ରୁ ପ୍ରାୟ ୧୦୦ କିଲୋମିଟର ଉତର-ଉତରପୂର୍ବ ଏବଂ ସମ୍ବଲପୁର(ଓଡ଼ିଶା)ରୁ ୯୦ କି.ମି. ଦକ୍ଷିଣ-ଦକ୍ଷିଣପଶ୍ଚିମ ଦିଗରେ ଅବସ୍ଥିତ ।
ଏହା ପ୍ରାରମ୍ଭରେ ଆଭ୍ୟନ୍ତରିଣ ଓଡ଼ିଶା ଦେଇ ଉତର-ଉତରପଶ୍ଚିମ ଦିଗକୁ ଏବଂ ତା’ ପରେ ଉତର ଛତିଶଗଡ଼ ଦେଇ ଉତର ଦିଗକୁ ଗତି କରି ଧିରେ ଧିରେ ଦୁର୍ବଳ ହୋଇ ପରବର୍ତୀ ୨୪ ଘଂଟାରେ ଏକ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଶୁକ୍ରବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ