ଟିକ୍ରାପଡା ପୂଜାମଣ୍ଡପ(ଗାନ୍ଧି ପାଠାଗାର)ରେ ୫୮ତମ ସାର୍ବଜନୀନ ଦୁର୍ଗା ପୂଜା ମହାସମାରୋହରେ ପାଳିତ
ବଲାଙ୍ଗିର, ୩ ଅକ୍ଟୋବର (ହି.ସ.)- ବଲାଙ୍ଗୀର ସହରର ପୁରାତନ ଅନୁଷ୍ଠାନ ଟିକ୍ରାପଡା ପୂଜାମଣ୍ଡପ(ଗାନ୍ଧି ପାଠାଗାର)ରେ ୫୮ତମ ସାର୍ବଜନୀନ ଦୁର୍ଗା ପୂଜା ରବିବାର ମହାଳୟା ସନ୍ଧ୍ୟାରେ ବିଲ୍ଵ ବରଣ ସହ ସୋମବାର ଦିନ ଠାରୁ ନବରାତ୍ର ଦୁର୍ଗା ପୂଜା ଆରମ୍ଭ ହୋଇ ଦଶହରା ଦିନ ଘଟ ବିସର୍ଜନ ଏବଂ ଅପରାଜିତା ପୂଜା କର
ଟିକ୍ରାପଡା ପୂଜାମଣ୍ଡପ(ଗାନ୍ଧି ପାଠାଗାର)ରେ ୫୮ତମ ସାର୍ବଜନୀନ ଦୁର୍ଗା ପୂଜା ମହାସମାରୋହରେ ପାଳିତ


ବଲାଙ୍ଗିର, ୩ ଅକ୍ଟୋବର (ହି.ସ.)-

ବଲାଙ୍ଗୀର ସହରର ପୁରାତନ ଅନୁଷ୍ଠାନ ଟିକ୍ରାପଡା ପୂଜାମଣ୍ଡପ(ଗାନ୍ଧି ପାଠାଗାର)ରେ ୫୮ତମ ସାର୍ବଜନୀନ ଦୁର୍ଗା ପୂଜା ରବିବାର ମହାଳୟା ସନ୍ଧ୍ୟାରେ ବିଲ୍ଵ ବରଣ ସହ ସୋମବାର ଦିନ ଠାରୁ ନବରାତ୍ର ଦୁର୍ଗା ପୂଜା ଆରମ୍ଭ ହୋଇ ଦଶହରା ଦିନ ଘଟ ବିସର୍ଜନ ଏବଂ ଅପରାଜିତା ପୂଜା କରାଯାଇଥିଲା l ସଂନ୍ଧ୍ୟାରେ ପ୍ରତିଦିନ ଭଳି ସଂନ୍ଧ୍ୟା ଆଳତି ସହ ମହିଳା ମାନଙ୍କ ସିନ୍ଦୁର ଖେଳର ଏକ ଅନନ୍ୟ ଉତ୍ସବ ଆୟୋଜିତ ହୋଇଥିଲା l ମା ଦୁର୍ଗାଙ୍କ ଆଶୀର୍ବାଦରୁ ସଦାସର୍ବଦା ସଧବା ରହିବାର ଆଶୀର୍ବାଦ ସହ ସିନ୍ଦୁର ପିନ୍ଧିଥାନ୍ତି l ଆଜିର ଏହି କାର୍ଯ୍ୟକ୍ରମରେ ସମସ୍ତ ପଡ଼ାବାସୀ ତଥା ମହିଳା କମିଟି ସଦସ୍ୟା ମାନେ ସହଯୋଗ କରିଥିଲେ l ଏହି ଦୁର୍ଗା ପୂଜା ଆୟୋଜନ ୫୮ ବର୍ଷ ଧରି ଜାତି ଧର୍ମ ନିର୍ବିଶେଷ ରେ ବିଶେଷ କରି ମୁସଲିମ ସାମ୍ପ୍ରଦାୟର ଯୁବକ ମାନଙ୍କର ପ୍ରତ୍ୟକ୍ଷ ସହଯୋଗରେ ଆୟୋଜିତ ହେଉଛି ବୋଲି ପାଠାଗାର ସଭାପତି ପ୍ରକାଶ ନେପାକ ସୂଚନା ଦେଇଛନ୍ତି l

ଚଳିତ ବର୍ଷ ପାଠାଗାର ସଭ୍ୟ ରିଆଜ଼ ଖାନ, କୋଷାଧକ୍ଷ ଜିତେନ୍ଦ୍ର ନାଗ ଓ ଚିତ୍ତ ରଞ୍ଜନ ସାହୁଙ୍କ ସହ ପାଠାଗାର ସଭାପତି ପ୍ରକାଶ ନେପାକ, ଉପସଭାପତି ସନ୍ତକ ବହିଦାର, ସମ୍ପାଦକ ପ୍ରଦୀପ ସାହୁ, ସଭ୍ୟ ସଞ୍ଜୟ ଗଡ଼ତ୍ୟା, ରାଜେନ୍ଦ୍ର ପାଣି,ଦୁର୍ଗା ସାହୁ, ଜିତୁ ମଟାରୀ, ଅବଦୁଲ ରଜ଼ାକ, ଆକବର ଖାନ, ଦାଶରଥି ସାହୁ, ବାବୁ ଶ୍ରୀଚନ୍ଦନ, ସଂଗ୍ରାମ ବହିଦାର,ବାଦଲ ସାହୁ ପ୍ରମୁଖ ପୂଜା ର ଦାଇତ୍ୱ ନିର୍ବାହ କରୁଛନ୍ତି l ବରଗଡ଼ ରୁ ଆସିଥିବା ପୂଜକ ଶୁକଦେବ ତ୍ରିପାଠୀ ଓ ତାଙ୍କ ସହକାରୀ ମାନେ ପୂଜା କାର୍ଯ୍ୟ ସମ୍ପାଦନ କରୁଛନ୍ତି l ମୁଖ୍ୟ କର୍ତ୍ତା ରାଜେନ୍ଦ୍ର ମିଶ୍ର ଓ ସହଧର୍ମିଣୀ ମଞ୍ଜୁଳା ମିଶ୍ର ଙ୍କ ସହ ପାର୍ଶ୍ୱ କର୍ତ୍ତା ରୂପେ ଅଶୋକ ଦାସ, ବୈଷ୍ଣବ ସାହୁ, ଅବିନାଶ ବେହେରା,ସମ୍ବିତ ( ପିଙ୍କୁ) ପଣ୍ଡା, ରାଜେଶ ଭୋଇ, ଦୁର୍ଗା ସାହୁ, ଦିଲୀପ ସାହୁ, ଚିତ୍ତରଞ୍ଜନ ସାହୁ, ଜିତୁ ମଟାରୀ ନବରାତ୍ର ଦୁର୍ଗା ପୂଜା ସମ୍ପାଦନ କରିଥିଲେ l ଚଳିତ ବର୍ଷ ଦୁର୍ଗା ପୂଜା ଆୟୋଜନ ରେ ବିଭିନ୍ନ କମିଟି ଗଠନ କରି କମିଟି ସଭ୍ୟ ଶିବେନ୍ଦ୍ର ସାହୁ, କୁନୁ ପାତ୍ର,ଟୁନୁ ସାହୁ,ସୁରୁ ସାହୁ, ନଳିନୀ ସାହୁ, ପ୍ରମୋଦ ପ୍ରଧାନ, ବାଦଲ ସାହୁ, ଅଜିତ ପଣ୍ଡା ପ୍ରମୁଖ ପୂଜା କାର୍ଯ୍ୟ ରେ ସହଯୋଗ କରୁଛନ୍ତି l ଉପଦେଷ୍ଟା କମିଟି ର ମୁଖ୍ୟ ଭଗବାନ ବଗର୍ତି ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପୂଜାକାର୍ଯ୍ୟ ଆୟୋଜନ ହେଉଛି l ପ୍ରତିଦିନ ସନ୍ଧ୍ୟାରେ ଆକର୍ଷଣୀୟ ଆଳତି ସହ ଅନ୍ନ ପ୍ରସାଦ ବଣ୍ଟନର ବ୍ୟବସ୍ଥା କରାଯାଇଥିଲା l ସମସ୍ତ ମହିଳା ସଭ୍ୟା ଓ ମହିଳା ସଭାନେତ୍ରୀ ବନେଶ୍ୱରୀ ବେହେରା ପୂଜା କାର୍ଯ୍ୟ ରେ ସହଯୋଗ କରିଥିଲେ l ନୂତନ ପୂଜାମଣ୍ଡପ ନିର୍ମାଣ ପାଇଁ ପାଠାଗାର ତରଫରୁ ଜନସାଧାରଣଙ୍କ ସହଯୋଗ କାମନା କରାଯାଇଛି l

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande