ଜିଲାସ୍ତରୀୟ ଗାନ୍ଧି ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ
ଭଦ୍ରକ, ୩ ଅକ୍ଟୋବର (ହି.ସ.) - ଭଦ୍ରକ ଜିଲ୍ଲା ସଂସ୍କୃତି ଭବନ ଠାରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ ହୋଇଯାଇଛି। ମୁଖ୍ୟ ବକ୍ତା ଭାବେ ଯୋଗଦେଇ ବିରୂପାକ୍ଷ ତ୍ରିପାଠୀ ଉପସ୍ଥିତ ସମସ୍ତଙ୍କୁ ଗାନ୍ଧୀ ଓ ଶାସ୍ତ୍ରୀ ଙ୍କ ଜିବନ ଆଦର୍ଶ ରେ ଅନୁପ୍ରାଣିତ ହେବା
ZILLASTARIYA GANDHI & SHASTRI JAYANTI


ଭଦ୍ରକ, ୩ ଅକ୍ଟୋବର (ହି.ସ.) - ଭଦ୍ରକ ଜିଲ୍ଲା ସଂସ୍କୃତି ଭବନ ଠାରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ ହୋଇଯାଇଛି। ମୁଖ୍ୟ ବକ୍ତା ଭାବେ ଯୋଗଦେଇ ବିରୂପାକ୍ଷ ତ୍ରିପାଠୀ ଉପସ୍ଥିତ ସମସ୍ତଙ୍କୁ ଗାନ୍ଧୀ ଓ ଶାସ୍ତ୍ରୀ ଙ୍କ ଜିବନ ଆଦର୍ଶ ରେ ଅନୁପ୍ରାଣିତ ହେବାପାଇଁ ପରାମର୍ଶ ଦେଇଥିଲେ। ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ସୁଭେନ୍ଦ୍ର ସାମଲ , ଉପ ଜିଲ୍ଲାପାଳ ସୌରଭ ଚକ୍ରବର୍ତୀ , ସ୍ୱାଧୀନତା ସଂଗ୍ରାମୀ ବ୍ରଜ କିଶୋର ରାଉତ, ଜିଲ୍ଲା ସଂସ୍କୃତି ଅଧିକାରି ତନୁଜା ସିର୍ଖା ,ସହରର ବୁଦ୍ଧିଜୀବୀ, ଆଇନଜୀବୀ, ଶିକ୍ଷକ ଶିକ୍ଷୟିତ୍ରୀ,ଛାତ୍ରଛାତ୍ରୀ, ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ। ସଭାକୁ ଡେପୁଟୀ କଲେକ୍ଟର ତଥା ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ କାର୍ତିକ ନାଥ ମଣ୍ଡଳ ସଂଚାଳନ କରିଥିଲେ। ଆଜି ପ୍ରାତଃ ୫ ଘଟିକା ରେ ସହର ରେ ରାମ ଧୂନ୍ ବାଜିଥିଲା,୭ ଘଟିକା ରେ ପ୍ରଭାତ ଫେରି,୮ ଘଟିକା ରେ ସଦର ମହକୁମା ରେ ଥିବା ମହାତ୍ମା ଗାନ୍ଧୀ ଙ୍କ ର ପ୍ରତିମୂର୍ତିରେ ମାଲ୍ୟାର୍ପଣ ସହିତ ଗାନ୍ଧି ପଡ଼ିଆରେ ପୌରପାଳିକା ତରଫରୁ ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକ୍ରମ, ଗାନ୍ଧି ବାଳାଶ୍ରମରୁ ଆଉ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଛାତ୍ର ଛାତ୍ରୀ ଓ ବହୁ ବୁଦ୍ଧିଜୀବି ଏକ ପଦଯାତ୍ରାରେ ବାହାରି ସଂସ୍କୃତି ଭବନରେ ପହଁଚିଥିଲେ ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande