ଜିଲ୍ଲାସ୍ତରୀୟ ମହାତ୍ମା ଗାନ୍ଧୀ ଓ ଲାଲବାହାଦୁର ଶାସ୍ତ୍ରୀ ଜୟନ୍ତୀ ପାଳିତ
ଜିଲ୍ଲାସ୍ତରୀୟ ମହାତ୍ମା ଗାନ୍ଧୀ ଓ ଲାଲବାହାଦୁର ଶାସ୍ତ୍ରୀ ଜୟନ୍ତୀ ପାଳିତ
ଜିଲ୍ଲାସ୍ତରୀୟ  ମହାତ୍ମା  ଗାନ୍ଧୀ  ଓ  ଲାଲବାହାଦୁର ଶାସ୍ତ୍ରୀ ଜୟନ୍ତୀ ପାଳିତ


ଜିଲ୍ଲାସ୍ତରୀୟ  ମହାତ୍ମା  ଗାନ୍ଧୀ  ଓ  ଲାଲବାହାଦୁର ଶାସ୍ତ୍ରୀ ଜୟନ୍ତୀ ପାଳିତ


ଜିଲ୍ଲାସ୍ତରୀୟ  ମହାତ୍ମା  ଗାନ୍ଧୀ  ଓ  ଲାଲବାହାଦୁର ଶାସ୍ତ୍ରୀ ଜୟନ୍ତୀ ପାଳିତ


ସମ୍ବଲପୁର, ୦୩ ଅକ୍ଟୋବର (ହି.ସ.) ସମ୍ବଲପୁର ଜିଲ୍ଲାପାଳଙ୍କ ପ୍ରେକ୍ଷାଳୟର ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ମହାତ୍ମା ଗାନ୍ଧୀ ଓ ଲାଲବାହାଦୁର ଶାସ୍ତ୍ରୀ ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବ ଅବସରରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଆୟୋଜିତ ସମାରୋହରେ ଅତିଥିବୃନ୍ଦ ଗାନ୍ଧୀଜି ଓ ଲାଲବାହାଦୁର ଶାସ୍ତ୍ରୀଙ୍କ ଫୋଟୋଚିତ୍ର ରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।ପରେ ଶିଶୁମନ୍ଦିର ର ଛାତ୍ରଛାତ୍ରୀ ଙ୍କ ଦ୍ଵାରା ରଘୁପତି ରାଘବ ଓ ବୈଷ୍ଣବ ଜନତୋ ଗାନ ପରିବେଷଣ କରଯାଇଥିଲା।ପରେ ସର୍ବଧର୍ମ ପ୍ରାର୍ଥନା ର ଆୟୋଜନ କରଯାଇଥିଲା। ସର୍ବଧର୍ମ ପ୍ରାର୍ଥନା ରେ ପଣ୍ଡିତ ବ୍ଯାସଦେବ ପଣ୍ଡା , ଫାଦର ସୁରେଶ କେରକେଟା , ମୌଲାନା କାଶିଫ ରଜା ଏବଂ ଗୁରୁ ଗୀତାଙ୍ଗ ସିଂ ଯୋଗ ଦେଇଥିଲେ। ମାନେଶ୍ବର ତହସିଲଦାର ବ୍ରଜ କିଶୋର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଥିଲେ ଯେ ମହାତ୍ମା ଗାନ୍ଧୀ, ଯାହାଙ୍କୁ ସମଗ୍ର ବିଶ୍ୱ ଅହିଂସା ଓ ସତ୍ୟର ପ୍ରତୀକ ଭାବେ ଜାଣେ, ସେମାନଙ୍କର ଆଦର୍ଶ କେବଳ ସ୍ୱାଧୀନତାର ସଂଗ୍ରାମକୁ ନୁହେଁ, ଆଜିର ସମାଜକୁ ମଧ୍ୟ ପଥଦର୍ଶନ କରୁଛି। ଗାନ୍ଧୀଜୀଙ୍କ ଜୀବନ ଆମକୁ ଶିଖାଏ ସତ୍ୟ ହେଉଛି ଜୀବନର ସର୍ବୋଚ୍ଚ ଧ୍ୟେୟ, ଅହିଂସା ହେଉଛି ସବୁଠୁ ବଡ଼ ଶକ୍ତି, ସରଳତା ଓ ସ୍ୱଚ୍ଛତା ହେଉଛି ନିଜର ମଣିଷତ୍ୱର ସୁନ୍ଦରତା ଆଜିର ଦିନଟିରୁ ଆମେ ସଙ୍କଳ୍ପ କରିବା ସତ୍ୟ ଓ ଅହିଂସାରେ ଆମର ଆସ୍ଥା ରହିବ, ଆଜିର ପିଲାମାନେ ହେଉଛନ୍ତି କାଲିର ଭବିଷ୍ୟତ ପ୍ରତ୍ୟେକ ପିଲାମାନେ ଦୈନନ୍ଦିନ ଜୀବନରେ ସତ୍ୟ, ଅହିଂସା, ସ୍ବରାଜ, ସ୍ୱଚ୍ଛତା, ଦୟା, ଶ୍ରମଦାନ ଓ ସେବା କୁ ଅନୁସରଣ କରିବା ଆବଶ୍ୟକ ବୋଲି କହିଥିଲେ । ମୁଖ୍ୟବକ୍ତା ଏନଏସସିବି ମହାବିଦ୍ୟାଳୟର ଆସିଷ୍ଟାଣ୍ଟ ପ୍ରଫେସର ଡ. ରଘୁମଣି ନାୟକ, ଗାନ୍ଧୀଜୀଙ୍କର ୧୫୬ ତମ ଓ ଶାସ୍ତ୍ରୀଙ୍କର ୧୨୨ ତମ ଜନ୍ମ ଜୟନ୍ତୀ ଅବସରରେ ଗାନ୍ଧୀଙ୍କ ଜିବନାଦର୍ଶ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଜାତିର ପିତା ମହାତ୍ମାଗାନ୍ଧୀ ସତ୍ୟ ଓ ଅହିଂସାର ପ୍ରତୀକ ଥିଲେ। ଜାତିର ପିତା ମହାତ୍ମାଗାନ୍ଧୀଙ୍କ ଯୋଗଦାନ ଭାରତୀୟ ମୁକ୍ତିସଂଗ୍ରାମକୁ ଏକ ନୂତନ ମୋଡ଼ ଦେଇ ତାଙ୍କୁ ବିଶ୍ଵବାସୀଙ୍କ ନିକଟରେ ମହାମାନବର ମାନ୍ୟତା ଦେଇଥିଲା। ଶାନ୍ତିଦୂତ ଲାଲ ବାହାଦୁର ଶାସ୍ତ୍ରୀ ଜଣେ ନିଆରା ଜନନାୟକ ଭାବେ ସାରା ବିଶ୍ୱରେ ସୁପରିଚିତ। ଏହି ଦୁଇ ଯୋଗଜନ୍ମା ବରପୁତ୍ର ନିଜ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ମାନବଜାତିର ଉନ୍ନତି ପାଇଁ ଜୀବନକୁ ଉତ୍ସର୍ଗ କରିଯାଇଛନ୍ତି। ସେମାନଙ୍କ ତ୍ୟାଗ, ତିତିକ୍ଷା ଓ ବଳିଦାନର ପଟାନ୍ତର ନାହିଁ। ଭାରତୀୟ ମୁକ୍ତି ସଂଗ୍ରାମରେ ୧୯୨୧ ମସିହାରେ ଅସହଯୋଗ ଆନ୍ଦୋଳନ, ୧୯୩୦ ରେ ଲବଣ ସତ୍ୟାଗ୍ରହ ଓ ୧୯୪୨ ରେ ଭାରତ ଛାଡ଼ ଆନ୍ଦୋଳନର ଫଳ ସ୍ୱରୂପ ୧୯୪୭ ମସିହା ଅଗଷ୍ଟ ମାସ ୧୫ ତାରିଖରେ ଭାରତବର୍ଷ ପରାଧିନତାର ଶୃଙ୍ଖଳାରୁ ମୁକ୍ତ ହେଲା ବୋଲି କହିଥିଲେ। ଗାନ୍ଧୀ ଦର୍ଶନ ଆଜି ସାରା ପୃଥିବୀରେ ଆଦୃତ ହୋଇଛି। ତାଙ୍କ ମତରେ ସବୁ ସମସ୍ୟାର ସମାଧାନର ଚାବିକାଠି ସତ୍ୟ ଓ ଅହିଂସା ବୋଲି ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ସମ୍ମାନିତ ଧର୍ମଗୁରୁ ମାନଙ୍କୁ ଅତିଥି ଙ୍କ ଦ୍ଵାରା ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଏହି ଜୟନ୍ତୀ ଉତ୍ସବରେ ଛାତ୍ରଛାତ୍ରୀ, ଅଭିଭାବକ, ଗଣମାଧ୍ୟମ ପ୍ରତିନିଧି, ସ୍ଥାନୀୟ ବୁଦ୍ଧିଜୀବୀ, ଯୋଗ ଦେଇଥିଲେ। ମହାତ୍ମା ଗାନ୍ଧୀ ଓ ଲାଲବାହାଦୁର ଶାସ୍ତ୍ରୀ ଜୟନ୍ତୀ ପାଳନ ଅବସରରେ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗୀତା କରାଯାଇ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। ଏହି ଦିବସ ବ୍ୟାପି କାର୍ଯ୍ୟକ୍ରମ ର ପ୍ରାରମ୍ଭ ରେ ପ୍ରାତଃ ରୁ ସହରରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଡାକବାଜି ଯନ୍ତ୍ର ଯୋଗେ ରାମଧୁନ ପରିବେଷଣ କରଯାଇଥିଲା।ଏହା ପରେ ସମ୍ବଲପୁର ର ଜିଲ୍ଲାପାଳ ଙ୍କ ସମେତ ପ୍ରମୁଖ ପ୍ରଶାସନିକ ଅଧିକାରୀ ସହିଦ ସ୍ତମ୍ବ, ଭତରା ସ୍ଥିତ ଗାନ୍ଧୀମନ୍ଦିର, ଏବଂ କମିଶନର କୋଲୋନି ଫିଲ୍ଡ ସ୍ଥିତ ଜାତିର ପିତା ଗାନ୍ଧୀଜୀ ଙ୍କ ପ୍ରତିମୂର୍ତି ରେ ମାଲ୍ୟାର୍ପଣ କରିଥିଲେ।

ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ମାନେଶ୍ବର ତହସିଲଦାର ବ୍ରଜକିଶୋର ସାହୁ, ମୁଖ୍ୟବକ୍ତା ଏନଏସସିବି ମହାବିଦ୍ୟାଳୟ ର ଅଧ୍ୟାପକ ଡ. ରଘୁମଣି ନାୟକ, ସମ୍ମାନିତ ଅତିଥି ଭାବେ ସମ୍ବଲପୁର ସଦର ତହସିଲଦାର ଅଭିଜିତ ମହନ୍ତ, ସମ୍ବଲପୁର ର ଜିଲ୍ଲା ସମାଜ ସୁରକ୍ଷା ଅଧିକାରୀ ସୌରଚନ୍ଦ୍ର ପାଣି, ପର୍ଯ୍ୟଟନ ବିଭାଗ ର ଉପ ନିର୍ଦ୍ଦେଶକ ରବୀନ୍ଦ୍ର ଦଳେଇ ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସଂଯୁକ୍ତା କୁଲ୍ଲୁ ପ୍ରମୁଖ ମଞ୍ଚାସୀନ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande