ଧର୍ମଶାଳା,୩ଅକ୍ଟୋବର(ହି.ସ.) - ଯାଜପୁର ଜିଲା ଧର୍ମଶାଳା ପ୍ରଖଣ୍ଡ ବିଶ୍ୱହିନ୍ଦୁ ପରିଷଦ ବଜରଙ୍ଗ ଦଳ ତରଫରୁ ଉତରଶାସନ ମା ଅମରେଶରୀ ମନ୍ଦିର ପ୍ରାଙ୍ଗଣରେ ଶସ୍ତ୍ର ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯ।।ଇଛି । ଦଳର ଜିଲ୍ଲା କୋଷାଧ୍ୟକ୍ଷ ଯଶବନ୍ତ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶ୍ୱହିନ୍ଦୁ ପରିଷଦ ଜିଲ୍ଲା ସଂଯୋଜକ ରାଜକିଶୋର ମଲ୍ଲିକ, ମୁଖ୍ୟବକ୍ତା ଭାବେ ଜିଲ୍ଲା ଗୋ-ରକ୍ଷକ ପ୍ରମୁଖ ମଦନ ମୋହନ ବିନ୍ଧାଣୀ,ସମ୍ମାନିତ ଅତିଥି ଭାବେ ପୂର୍ବତନ ବିଜେପି ଜିଲ୍ଲା ସଭାପତି ପବିତ୍ର ମୋହନ ଦାଶ ଯୋଗଦେଇଥିଲେ । ଧର୍ମଶାଳା ପ୍ରଖଣ୍ଡ ବିଶ୍ୱହିନ୍ଦୁ ପରିଷଦ ବଜରଙ୍ଗ ଦଳ ସଭାପତି ବିବେକାନନ୍ଦ ଜେନା ଅତିଥି ପରିଚୟ ପ୍ରଦାନ କରିଥିଲା ବେଳେ ପ୍ରଖଣ୍ଡ ସହ-ସଂଯୋଜକ ଲକ୍ଷ୍ମଣ ସେଠୀ ଶାନ୍ତି ପାଠ କରିଥିଲେ । ଏହି ବୈଠକ ରେ ଧର୍ମଶାଳା ପ୍ରଖଣ୍ଡ ସୁରକ୍ଷା ପ୍ରମୁଖ ଜ୍ଞାନରଞ୍ଜନ ମହାନ୍ତି,ପ୍ରଖଣ୍ଡ ଗୋ-ରକ୍ଷକ ସୁମନ୍ତ ଦାସ, ଅଶୋକ ବରାଳ,ନେଉଳପୁର ଶାଖା ର ସଂଯୋଜକ ଅମର ନାଏକ,କାହ୍ନୁ କାଣ୍ଡି,ପହିଲି ପ୍ରଧାନ,ତ୍ରିଲୋଚନ ମହାନ୍ତି, ଟୁକୁନା କାଣ୍ଡି,ରାଜେଶ୍ କୁମାର ଜେନା,ମନୋଜ ସାମଲ, ରମେଶ ସାହୁ,ସନ୍ତୋଷ ସାମଲ,ନଗେନ ରାଉତ,ଶିଶିର ମାହାନା,ସମାଜସେବୀ ଇଶ୍ୱର ପ୍ରଧାନ, ଚନ୍ଦନ ସାହୁ,ଆଦିତ୍ୟ ନାଏକ,ସନ୍ତୋଷ ନାଏକ, ପ୍ରମୁଖ ଶତାଧିକ ରାଷ୍ଟ୍ରପ୍ରେମୀ ଗୋ ଭକ୍ତ ଉପସ୍ଥିତ ରହିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ