ସିଂହଦ୍ୱାରରେ ଗୋସାଣୀ ଯାତ ସୁସଜ୍ଜିତ ମେଢ ଓ ଆଲୋକ ମାଳାରେ ଝଲସୁଛି
ପୁରୀ, ୩ ଅକ୍ଟୋବର (ହି.ସ.)- ସିଂହଦ୍ଵାର ଚକଡାରେ ଶୁକ୍ରବାର ସଂଧ୍ଯାରେ ଗୋସାଣୀ ଯାତ ଅନୁଷ୍ଠିତ ହୋଇଯାଇଛି । ଶ୍ରୀକ୍ଷେତ୍ରରେ ଦୋଳମଣ୍ଡପ ସାହିର ମା ଜହ୍ନିଖାଇ, ଏମାର ମଠ ନିକଟ ମା କାକୁଡ଼ିଖାଇ, ହରଚଣ୍ଡୀ ସାହିର ମା ବାରବାଟି ,ମାଟିମଣ୍ଡପ ସାହି ଭୋଗ ଯାଗାର ମା ହରଚଣ୍ଡୀ ଓ ମା ଶୂନ୍ଯ ଗୋସାଣୀ, ମର୍ଣ୍
ସିଂହଦ୍ୱାରରେ ଗୋସାଣୀ ଯାତ ସୁସଜ୍ଜିତ ମେଢ ଓ ଆଲୋକ ମାଳାରେ ଝଲସୁଛି


ସିଂହଦ୍ୱାରରେ ଗୋସାଣୀ ଯାତ ସୁସଜ୍ଜିତ ମେଢ ଓ ଆଲୋକ ମାଳାରେ ଝଲସୁଛି


ସିଂହଦ୍ୱାରରେ ଗୋସାଣୀ ଯାତ ସୁସଜ୍ଜିତ ମେଢ ଓ ଆଲୋକ ମାଳାରେ ଝଲସୁଛି


ପୁରୀ, ୩ ଅକ୍ଟୋବର (ହି.ସ.)- ସିଂହଦ୍ଵାର ଚକଡାରେ ଶୁକ୍ରବାର ସଂଧ୍ଯାରେ ଗୋସାଣୀ ଯାତ ଅନୁଷ୍ଠିତ ହୋଇଯାଇଛି । ଶ୍ରୀକ୍ଷେତ୍ରରେ ଦୋଳମଣ୍ଡପ ସାହିର ମା ଜହ୍ନିଖାଇ, ଏମାର ମଠ ନିକଟ ମା କାକୁଡ଼ିଖାଇ, ହରଚଣ୍ଡୀ ସାହିର ମା ବାରବାଟି ,ମାଟିମଣ୍ଡପ ସାହି ଭୋଗ ଯାଗାର ମା ହରଚଣ୍ଡୀ ଓ ମା ଶୂନ୍ଯ ଗୋସାଣୀ, ମର୍ଣ୍ଣିକର୍ଣ୍ଣିକା ସାହିର ମା ବନଦୁର୍ଗା, ହରଚଣ୍ଡୀ ସାହି ଆଖଡା ହାଟମୁଣ୍ଡ ଛକର ମା ତ୍ରିପୁରା ସୁନ୍ଦରୀ, ଗୌଡବାଡ ସାହିର ମା ଜହ୍ନିଖାଇ, ବାଲିସାହି ର ମା ଜହ୍ନିଖାଇ, ଖୁଣ୍ଟିଆ ସାହିର ମା ବେଲବାଇ, ତିଆଡି ସାହିର ମା ହାଡବାଇ, ମହାସୁଆର ସାହିର ମା ହରଚଣ୍ଡୀ, ବାସେଳି ସାହିର ମା ପଣାପ୍ରିୟା, ମର୍ଣ୍ଣିକର୍ଣ୍ଣିକା ସାହି ର ମା ଗେଲବାଇ, ଗୁଡିଆ ସାହିର ଯମକୋଟ ଓ ଗେଲବାଇ, ହରଚଣ୍ଡୀ ସାହିର ମା ଚକ୍ରକୋଟ, ମା ମହତେଶ୍ବରୀ , ଗୋଛିକାର ସାହିର ମା ବନଦୁର୍ଗା, ହଜୁରୀ ଗଳିର ମା ହରପ୍ରିୟା, କରତି ସାହିର ମା ହରଚଣ୍ଡୀ, ଶୀତଳ ପିଣ୍ଡା ସାହିର ମା ଶୀତଳେଶ୍ୱରୀ ଯାଗାର ଗୋସାଣୀ ମାନେ ପଟୁଆର ସହ ସିଂହଦ୍ଵାର ଚକଡାକୁ ଆସିଥିଲେ । ଦେବୀ ମାନେ ଏକତ୍ରୀକରଣ ହୋଇଥିବାରୁ ଏହାକୁ ମଧ୍ଯ ଦେବୀ ସଭା କୁହାଯାଏ । ନାଗକୋଟ ନାଗା, ସିମ୍ପାଥୀ, ବୁଢାବୁଢୀ, ଦଶମୁଣ୍ଡିଆ ରାବଣ, ଛୋଟ ହନୁମାନ ଆଦି ୫୦ରୁ ଉର୍ଦ୍ଧ୍ବ ମେଢ ସୁସଜ୍ଜିତ ଆଲୋକ ମାଳରେ ଝଲସିତ ହେବା ସହ ଏକାଠି ରହି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥିଲେ । ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ପରିଲକ୍ଷିତ ହୋଇଥିଲା । ଗୋସାଣୀ ମାନଙ୍କ ମେଢ ସୁସଜ୍ଜିତ ସହ ଆଲୋକ ମାଳାରେ ଝଲସୁଥିଲା । ବିରାଟ ବିରାଟ ଗୋସାଣୀଙ୍କୁ ଦର୍ଶନ କରି ଶ୍ରଦ୍ଧାଳୁ ଓ ଭକ୍ତ ଭାବବିହ୍ବଳ ହୋଇପଡିଥିଲେ । ଶ୍ରୀମନ୍ଦିରରେ ନୀଳଚକ୍ରକୁ ଏକାଦଶୀ ଦୀପ ଉଠିବା ପରେ ଗୋସାଣୀ ମାନଙ୍କୁ ଘଣ୍ଟ ଘଣ୍ଟୁଆଙ୍କ ତାଳ ସହ ବିରାଟ ପଟୁଆରରେ ନିଆଯାଇ ମଙ୍ଗଳାଘାଟ ଅସ୍ଥାୟୀ ପୁଷ୍ପରିଣୀରେ ବିସର୍ଜନ କରାଯାଇଥିଲା । ପୁରୀ ପୋଲିସ ପ୍ରଶାସନ ପକ୍ଷରୁ ବ୍ଯାପକ ବ୍ଯବସ୍ଥା ଗ୍ରହଣ କରାଯାଇଥିଲା ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande