ଭୁବନେଶ୍ୱର, 3 ଅକ୍ଟୋବର (ହି.ସ.)- ଭୁବନେଶ୍ଵର
ସହରରେ ଦୁର୍ଗା ପୂଜା ଭଷାଣୀ ଉତ୍ସବକୁ ନେଇ କମିସନରେଟ ପୋଲିସ ଗାଇଡ଼ଲାଇନ ଜାରି କରିଛି । ଭୁବନେଶ୍ଵର ସହରରେ ୪ ଗୋଟି ରାସ୍ତାରେ ୪ ଟି ଭଷାଣୀ
କମିଟି ଭଷାଣୀ ଉତ୍ସବ ପାଳନ କରାଯିବ । ଭୁବନେଶ୍ବର ଭଷାଣୀ ଉତ୍ସବ କମିଟିରେ ସହିଦ ନଗର, ରାଜଧାନୀ ମନ୍ଦିର ସୁରକ୍ଷା ଭଷାଣୀ କମିଟି -ନୟାପଲ୍ଲୀ, ଉତ୍ତର
ଭୁବନେଶ୍ଵର ଭଷାଣୀ କମିଟି -ଚନ୍ଦ୍ରଶେଖରପୁର ଏବଂ ଓଲ୍ଡ ଟାଉନ୍ ଭଷାଣୀ କମିଟି । ଏହି ଭଷାଣୀ ସମୟରେ
ଯାନବାହାନ ଗୁଡ଼ିକର ଚଳାଚଳକୁ କିଛି ନିର୍ଦ୍ଦିଷ୍ଟ ସ୍ଥାନରେ ବାରଣ କରାଯାଇଛି । ୩ ତାରିଖ
ଅପରାହ୍ନ ୨ ଘଟିକା ଠାରୁ ରାତି ୧ ଘଟିକା ପର୍ଯ୍ୟନ୍ତ ଏହି କଟକଣା ଲାଗୁ ରହିବ । ସହିଦ ନଗର ଭଷାଣୀ କମିଟିର ସମସ୍ତ ମେଢ ସହିଦ ନଗରରେ
ଏକତ୍ରିତ ହୋଇ ସେଠାରୁ ଭାୟା ରାମ ମନ୍ଦିର ଛକ,
ମାଷ୍ଟର କ୍ୟାଣ୍ଟିନ୍ ଛକ ଦେଇ ରାଜମହଲ
ଯିବେ । ନୟାପଲ୍ଲୀ ଭଷାଣୀ କମିଟିର
ସମସ୍ତ ମେଢ ନୟାପଲ୍ଲୀରେ ଏକତ୍ରିତ ହୋଇ ସେଠାରୁ ସିଆରପି ଛକ ଭାୟା ନୟାପଲ୍ଲୀ ଅଣ୍ଡରପାସ୍,
ସି.ଆର.ପି ଛକ, ଡି.ଏ.ଭି ଛଳ ଡାହାଣ ମୋଡ଼ ନେଇ
ଗୋପବନ୍ଧୁ ଛକ, ସିରିପୁର ଛକ ହୋଇ ଯିବେ । ଶୋଭାଯାତ୍ରା ସମୟରେ, ସି.ଆର.ପି ଛକ ପାର୍ଶ୍ବରୁ ଜୟଦେବ ବିହାର ଆଡ଼କୁ ଯିବାକୁ ଚାହୁଁଥିବା
ଯାନବାହନ ଗୁଡ଼ିକ ସି.ଆର.ପି ଛକ ଠାରୁ ଏକାମ୍ର ପାର୍କ ରାସ୍ତା ଦେଇ ଯାଇପାରିବେ । ଏହି
ଟ୍ରାଫିକ୍ ନିୟମ ଅପରାହ୍ଣ ୨ ଘଟିକା ଠାରୁ ଭଷାଣୀ ଯାତ୍ରା ଶେଷ ହେବ ପର୍ଯ୍ୟନ୍ତ ଲାଗୁ କରାଗଲା ।
ଏହି ସମୟରେ ଷ୍ଟୁଆର୍ଟ ସ୍କୁଲ୍ ରାସ୍ତା, ୟୁନିଟ୍-୮ ରାସ୍ତା, ଓ.ୟୁ.ଏ.ଟି ଛକ - ନିୟୁ ଏୟାରପୋର୍ଟ ରାସ୍ତାରେ ଯାତାୟତ କରୁଥିବା
ଯାନବାହାନ ଗୁଡିକ ଏହାର ସଂଲଗ୍ନ ରାସ୍ତା ଦେଇ ଯାଇପାରିବେ । ଚନ୍ଦ୍ରଶେଖରପୁର ଭଷାଣୀ କମିଟିର ସମସ୍ତ ମେଢ କ୍ଲବ
ଟାଉନ ଆପର୍ଟମେଣ୍ଟ ପଡିଆରେ ଏକତ୍ରିତ ହୋଇ ସେଠାରୁ ନାଲକୋ ଛକ ହୋଇ ଯିବେ. ଶୋଭାଯାତ୍ରା ସମୟରେ, ନନ୍ଦନକାନନ ଛକ ପଟୁ ଜୟଦେବ ବିହାର ଛକ ଆଡ଼କୁ ଆସୁଥିବା ଯାନବାହନ
ଗୁଡ଼ିକକୁ କିଟ୍ କିମ୍ବା କଳାରାହାଙ୍ଗ ଛକ ଠାରେ ଥିବା ସଂଲଗ୍ନ ରାସ୍ତା ଦେଇ ଯାଇପାରିବେ । ଏହି
ଟ୍ରାଫିକ୍ ନିୟମ ଅପରାହ୍ଣ ୨ ଘଟିକା ଠାରୁ ଭଷାଣୀଯାତ୍ରା ଶେଷ ହେବା ପର୍ଯ୍ୟନ୍ତ ଲାଗୁ କରାଗଲା ।
ଏହା ବ୍ୟତୀତ, ଭୁବନେଶ୍ବର
ସହରର ବିଭିନ୍ନ ରାସ୍ତାରେ ଅନ୍ୟ ପୂଜା କମିଟି ମାନଙ୍କ ଦ୍ବାରା ବ୍ୟକ୍ତିଗତ ବିସର୍ଜନ
ଶୋଭାଯାତ୍ରା ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା