ଶିଶୁଙ୍କୁ ଆଳ କରି ଭିକ୍ଷାବୃତି କରିବାରେ ଲାଗୁନି ରୋକ : ଭିକ୍ଷାବୃତି ପାଇଁ ବଢିଲା ଝିଅକୁ ପରିବାର ଲୋକେ ଦେଉଛନ୍ତି ତାଲିମ
ଧର୍ମଶାଳା,୩ଅକ୍ଟୋବର(ହି.ସ.) - ଯାଜପୁର ଜିଲାର ସମସ୍ତ ବ୍ଲକ ଅଂଚଳରେ ଦିନକୁ ଦିନ ଭିକ୍ଷାବୃତି ସଂଖ୍ୟା ବୁଦ୍ଧି ପାଇବାରେ ଲାଗିଛି । ଜିଲା ପ୍ରଶାସନର ସମସ୍ତ ସୁବିଧା ସୁଯୋଗ ଥାଇ ମଧ୍ୟ ଏ ଦିଗରେ ରୋକ ଲାଗାଇବାରେ ବିଫଳ ହୋଇଥିବା ଅଭିଯୋଗ ହୋଇଛି । ଯାହାକି ଜିଲା ପ୍ରଶାସନର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ
ଶିଶୁଙ୍କୁ ଆଳ କରି ଭିକ୍ଷାବୃତି କରିବାରେ ଲାଗୁନି ରୋକ : ଭିକ୍ଷାବୃତି ପାଇଁ ବଢିଲା ଝିଅକୁ ପରିବାର ଲୋକେ ଦେଉଛନ୍ତି ତାଲିମ


ଧର୍ମଶାଳା,୩ଅକ୍ଟୋବର(ହି.ସ.) - ଯାଜପୁର ଜିଲାର ସମସ୍ତ ବ୍ଲକ ଅଂଚଳରେ ଦିନକୁ ଦିନ ଭିକ୍ଷାବୃତି ସଂଖ୍ୟା ବୁଦ୍ଧି ପାଇବାରେ ଲାଗିଛି । ଜିଲା ପ୍ରଶାସନର ସମସ୍ତ ସୁବିଧା ସୁଯୋଗ ଥାଇ ମଧ୍ୟ ଏ ଦିଗରେ ରୋକ ଲାଗାଇବାରେ ବିଫଳ ହୋଇଥିବା ଅଭିଯୋଗ ହୋଇଛି । ଯାହାକି ଜିଲା ପ୍ରଶାସନର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବିଶେଷ କରି ମହିଳା ଓ ପୁରୁଷମାନେ ସେମାନଙ୍କ କୁନିକୁନି ପିଲାମାନଙ୍କୁ ଧରି ଗରିବର ପରିଚୟ ଦେଇ ଭିକ୍ଷାବୃତି କରୁଛନ୍ତି । ଏପରିକି ବଢିଲା ଝିଅମାନଙ୍କୁ ଭିକ୍ଷାବୃତି ପାଇଁ ପରିବାର ଲୋକେ ତାଲିମ ଦେଉଛନ୍ତି । ଏଭଳି ଘଟଣା ବୃଦ୍ଧି ପାଇବାରୁ ବିଭିନ୍ନ ମହଲରୁ ଜିଲାକୁ ନିନ୍ଦା ହେବାକୁ ପଡୁଛି । ଅନ୍ୟପକ୍ଷରେ ଏନେଇ ଚାଇଲ୍ଡ ଲାଇନରେ ଅଭିଯୋଗ କଲେ ମଧ୍ୟ କିଛି ସୁଫଳ ମିଳି ପାରୁ ନାହିଁ ।

ଅଭିଯୋଗ ମୁତାବକ,ରସୁଲପୁର ବ୍ଲକ ଅବିଭକ୍ତ ବ୍ରହ୍ମବରଦା ଅଂଚଳରେ ଭିକ୍ଷାବୃତି ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ସମସ୍ତ ସରକାରୀ ସୁବିଧା ଥାଇ ମଧ୍ୟ ଏଭଳି ଭିକ୍ଷାବୃତିକୁ ଆପଣାଉଥିବା ପରିବାର ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକତା ରହିଛି । ସେପଟେ କୋମଳମତି ଶିଶୁଙ୍କ ଭାଗ୍ୟ ଅନ୍ଧାରକୁ ଠେଲି ହୋଇ ଯାଇଛି । ବ୍ରହ୍ମବରଦା ସାପ୍ତାହିକ ହାଟରେ ୧୦ରୁ ଉର୍ଦ୍ଧ ପରିବାର ଲୋକେ ସେମାନଙ୍କ ଶିଶୁମାନଙ୍କୁ ଧରି ଭିକ୍ଷାବୃତି କରୁଥିବା ଘଟଣା ସାମ୍ନାକୁ ଆସିଛି । ତେବେ ଏହି ଘଟଣାକୁ ନେଇ ସେପ୍ଟେମ୍ବର ମାସ ୧୪ ତାରିଖରେ ଶୈଶବ ସୁରକ୍ଷା ଅଭିଯାନର ସଂଯୋଜକ ତଥା ଶିଶୁ ସୁରକ୍ଷା ଅଧିକାର କର୍ମୀ ମଂଟୁ ଦାସ ୧୦୯୮ରେ ଅଭିଯୋଗ କରିଥିଲେ । ହେଲେ ଏହି ଘଟଣାକୁ ଚାଇଲ୍ଡ ଲାଇନ ବିଭାଗ ଗୁରୁତ୍ୱ ନ ଦେଇ ଘଟଣାକୁ ଅଣ ଦେଖା କରିଥିଲା । ପରେ ସେ ପୁନଃର୍ବାର ୨୮ ତାରିଖ ଦିନ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ । ଜିଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶରେ ଚାଇଲ୍ଡ ଲାଇନ ସୁପରଭାଇଜର ମିନହାଜ ଖାଁନ୍ ତରବାରିଆଭାବେ ବୁଧବାର ସକାଳେ ବ୍ରହ୍ମବରଦା ଅଂଚଳରେ ପଂହଚି ଥିଲେ । ମାତ୍ର ଶିଶୁମାନଙ୍କ ଉଦ୍ଧାର କରିବାରେ ବିଫଳ ହୋଇଥିଲେ । ଜଣେ ମାତ୍ର ଚାଇଲ୍ଡ ଲାଇନ ଓ ଜଣେ ପୁଲିସ କର୍ମଚାରୀଙ୍କୁ ନେଇ ୧୦ରୁ ଉର୍ଦ୍ଧ ଭିକ୍ଷାବୃତିରେ ସାମିଲ ହୋଇଥିବା ମହିଳା ଓ ସେମାନଙ୍କ ଶିଶୁମାନଙ୍କୁ ଉଦ୍ଧାର କରିବାରେ ଅସମର୍ଥ ହୋଇଥିଲା । ଅପରପକ୍ଷେ ଏହି ଟିମ୍‌ରେ ଜଣେ ମହିଳା ଅଧିକାରୀ ନ ଥିବାରୁ ବାଳିକାଙ୍କୁ ଧରିବା ଓ ପଚୁରାଉଚୁରା କରିବାରେ ବାଧା ସୃଷ୍ଟି ହୋଇଥିଲା । ଏହି ଶିଶୁମାନଙ୍କ ବୟସ ୮ରୁ ୧୬ବର୍ଷ ହୋଇଥିବା ବେଳେ ସେମାନେ ଜିଲାର ସୁକିନ୍ଦା ଓ ବରୀ ଅଂଚଳର ହୋଇଥବବା ବେଳେ ଆଉ କିଛି ମୟୁରଭଞ୍ଜ ଜିଲାର ବୋଲି ଜଣାପଡିଥିଲା । ଶିଶୁମାନଙ୍କୁ ଉଦ୍ଧାର କରିବା ଅକ୍ଷମ ହେବା ପରେ କିଛି ସମୟ ପାଇଁ ସ୍ଥାନୀୟ ଅଂଚଳରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଚାଇଲ୍ଡ ଲାଇନ ଯତ୍ନ ଓ ସୁରକ୍ଷା ଆବ୍ୟାକ କରୁଥିବା ଶିଶୁମାନଙ୍କୁ ଉଦ୍ଧାର କରିବା ପାଇଁ ୨୪ ଘଂଟିଆ,ତୁରନ୍ତ ଉଦ୍ଧାରକାରୀ ଦଳ ସାରା ଦେଶରେ କାମ କରୁଥିବା ବେଳେ ଯାଜପୁର ଜିଲାରେ ଜଣେ କର୍ମଚାରୀ କିପରି ୧୦ରୁ ଉର୍ଦ୍ଧ ଏହି ଭିକ୍ଷାବୃତି ଘଟଣାରେ ସାମିଲ ହୋଇଥିବା ମହିଳା ଓ ସେମାନଙ୍କ ଶିଶୁ କିପରି ଉଦ୍ଧାର କରିବ ତାହାକୁ ନେଇ ସ୍ଥାନୀୟ ବୁଦ୍ଧିଜୀବି ଦୃଢ ନିନ୍ଦା କରିଛନ୍ତି । କେବଳ ଜିଲା ପ୍ରଶାସନକୁ ସନ୍ତୁଷ୍ଟ କରିବା ନେଇ ଏଭଳି ଲୋକ ଦେଖାଣିଆ ଚଢାଉ କରାଯିବା ନେଇ ସୁପରଭାଇଜରଙ୍କୁ ପ୍ରଶ୍ନ କରିଥିଲେ । ତେବେ ଏହି ଉଦ୍ଧାର ସମୟରେ ଜଣେ ମହିଳା ଓ ଜଣେ ୧୭ ବର୍ଷୀୟ ବାଳିକା ଭିକ୍ଷାବଅତି କରୁଥିବା ସମୟରେ ନିଜ ହେପାଜତକୁ ନେଇଥିଲା । ତଦନ୍ତ ସମୟରେ ବାଳିକାଟି ନିଜ ମାଉସୀ ସହ ଆସି ଥିବା ବେଳେ ମହିଳା ଜଣକ ଗରିବୀ ଭିକ୍ଷାବୃତି କରୁଥିବା ପ୍ରକାଶ କରିଥିଲେ । ସେ ନିଜର ଦୁଇ ସନ୍ତାନକୁ ପ୍ରଶାସନର ହସ୍ତାନ୍ତର କରିବା ପାଇଁ ପ୍ରତିଶ୍ରୃତି ଦେଇଥିଲେ । ତେବେ ସେମାନଙ୍କୁ ପ୍ରଶାସନ କେବେ ନିଜ ହେପାଜତକୁ ନେବ ତାହା ଆଗକୁ ଜଣାପଡିବ ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande