କୁଆଖାଇର ଅସ୍ଥାୟୀ ପୋଖରୀ ବୁଲି ତଦାରଖ କଲେ ମେୟର
ଭୁବନେଶ୍ୱର, 3 ଅକ୍ଟୋବର (ହି.ସ.)- କୁଆଖାଇର ଅସ୍ଥାୟୀ ପୋଖରୀ ବୁଲି ତଦାରଖ କରିଛନ୍ତି ମେୟର । ସୁରକ୍ଷିତ ଭାବେ ଲୋକେ କିଭଳି ମାଙ୍କୁ ମେଲାଣି ଦେବେ ସେ ନେଇ ସ୍ଥିତି ଯାଞ୍ଚ କରାଯାଇଛି । ନଦୀ ପାଣିରେ ସ୍ରୋତ ବହୁ ଅଧିକ ଥ
କୁଆଖାଇର ଅସ୍ଥାୟୀ ପୋଖରୀ     ବୁଲି ତଦାରଖ କଲେ ମେୟର


ଭୁବନେଶ୍ୱର, 3 ଅକ୍ଟୋବର (ହି.ସ.)- କୁଆଖାଇର

ଅସ୍ଥାୟୀ ପୋଖରୀ ବୁଲି

ତଦାରଖ କରିଛନ୍ତି ମେୟର । ସୁରକ୍ଷିତ

ଭାବେ ଲୋକେ କିଭଳି

ମାଙ୍କୁ ମେଲାଣି ଦେବେ ସେ

ନେଇ ସ୍ଥିତି ଯାଞ୍ଚ କରାଯାଇଛି । ନଦୀ ପାଣିରେ ସ୍ରୋତ

ବହୁ ଅଧିକ ଥିବାରୁ ମାଙ୍କୁ

ମେଲାଣି ଦେବା ସମୟରେ

କେବଳ ଅସ୍ଥାୟୀ ପୋଖରୀ

ବ୍ୟତୀତ ନଦୀକୁ ଯିବାକୁ

ମନା କରିବା ସହ ସତର୍କକରାଇଛନ୍ତି ମେୟର ।

ଏଥର ଡିଜେ ମୁକ୍ତ ଓ

ନିଶାମୁକ୍ତ ଭଷାଣୀ ପାଇଁ ପ୍ରସ୍ତୁତି । ବିଏମସି ପକ୍ଷରୁ

୫ଟି ସ୍ଥାନରେ ହୋଇଛି ଅସ୍ଥାୟୀ ପୋଖରୀ। କୁଆଖାଇ, ଦୟା ଓ ଭାଗର୍ବୀରେ

ଖୋଳା ହୋଇଛି ଅସ୍ଥାୟୀ ପୋଖରୀ । ନଦୀରେ କେମିକାଲ ଓ

ପ୍ଲାଷ୍ଟିକ ନ ପଡିବା ଲାଗି ବିଏମସି

ତାର କୁଆଖାଇରେ ଦୁଇଟା ଓ ହଂସପାଳ ନିକଟ

ଦୟା ଓ ଭାଗର୍ବୀ ବାସୁଆଘାଇକୁ ମିଶାଇ 5 ଟି ଅସ୍ଥାୟୀ ପୋଖରୀ କରିଛି। ଭଶାଣି ଲାଗି ରାସ୍ତା,

ଘାଟ ଓ ଅଲୋକିକରଣ ବ୍ୟବସ୍ଥା କରିଛି ବିଏମସି। ଭଷାଣି ସମୟରେ ଅଘଟଣ

ରୋକିବା ଲାଗି ଅଗ୍ନିଶମ ଓ ଶାନ୍ତିଶୃଙ୍ଖଳା ଲାଗି ପୋଲିସ ପକ୍ଷରୁ ଫୋର୍ସ ନିୟୋଜିତ ହେବେ। ଏଣେ

ତେଣେ ମୃତ୍ତି ବିସର୍ଜନ ନ କରି ଅସ୍ଥାୟୀ ପୁଷ୍କରିଣୀରେ ବିସର୍ଜନ କରିବା ପାଇଁ ଅପିଲ କରିଛି। ଭୁବନେଶ୍ୱରରେ ଆୟୋଜିତ ହେଉଛି 5 ଟି ସ୍ଥାନରେ

ଭଷାଣି ଉତ୍ସବ। ସହିଦନଗରରେ ଭୁବନେଶ୍ୱର ଭଷାଣ ଉତ୍ସବ କମିଟି, ନୟାପଲ୍ଲୀରେ ରାଜଧାନୀ ମନ୍ଦିର ଭଷାଣୀ ସୁରକ୍ଷା

କମିଟି, ଏକାମ୍ର ଦୁର୍ଗା ମହୋତ୍ସବ, ଉତ୍ତର

ଭୁବନେଶ୍ୱର ପଟେ ଦୁଇଟା ଭଷାଣି ମହୋତ୍ସବ ଆୟୋଜିତ

ହେଉଛି। ପ୍ରଶାସନ ପକ୍ଷରୁ ଡିଜେ ବାରଣ ହୋଇଥିବାରୁ ଓଡ଼ିଶାର ପାରମ୍ପରିକ ବାଦ୍ୟ ଓ ଅଲୋକୀକରଣ

ଉପରେ ଧ୍ୟାନ ଦେଇଛନ୍ତି।ଏହା ସହ ରସୁଲଗଡ଼ ଓ ଦାରୁଠେଙ୍ଗ କୌଣସି କମିଟିକୁ ନ ଯାଇ ନିଜସ୍ଵ ଭଷାଣି

ଅନୁଷ୍ଠିତ କରିବେ। ଭୁବନେଶ୍ୱରରେ ଭଷାଣୀ ଉତ୍ସବ ଲାଗି କମିଶନରେଟ ପୋଲିସ ପକ୍ଷରୁ ଟ୍ରାଫିକ

ପରିଚାଳନା ଲାଗି ମାର୍ଗଦର୍ଶିକା ଜାରି ହୋଇଛି। ଶୃଙ୍ଖଳିତ ଭସାଣ ଲାଗି ବ୍ୟାପକ ପୋଲିସ ଫୋର୍ସ

ମୁତୟନ ହେବ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande