ଭୁବନେଶ୍ୱର, ୦୩ ଅକ୍ଟୋବର (ହି.ସ.)- ଗଜପତି ଜିଲ୍ଲାରେ ଏକାଧିକ ଭୂସ୍ଖଳନ ସହ ବନ୍ୟା ଘଟଣାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଚିନ୍ତା ବ୍ୟକ୍ତ କରିଛନ୍ତି। ପ୍ରଭାବିତ ଅଂଚଳରେ ସମସ୍ତଙ୍କ ସୁରକ୍ଷା ପାଇଁ ପ୍ରାର୍ଥନା କରିବା ସହ ସେମାନଙ୍କୁ ତ୍ୱରିତ ଉଦ୍ଧାର ଓ ରିଲିଫ କାର୍ଯ୍ୟ ସୁନିଶ୍ଚିନ୍ତ କରିବା ପାଇଁ ଆହ୍ୱାନ ଦେଇଛନ୍ତି ନବୀନ ପଟ୍ଟନାୟକ।
ଏକ୍ସରେ ନବୀନ ଲେଖିଛନ୍ତି ଗଜପତି ଜିଲ୍ଲାରେ ଏକାଧିକ ଭୂସ୍ଖଳନ ସହ ବନ୍ୟା ଖବର ବେଶ ଚିନ୍ତାଜନକ।
ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ପ୍ରଭାବରେ ମାତ୍ରାଧିକ ବର୍ଷା ଧନଜୀବନକୁ ବହୁଳ ଭାବେ ପ୍ରଭାବିତ କରିଛି। କେଉଁଠି ପ୍ରାଣହାନୀ ତ କେଉଁଠି ଲୋକେ ନିଖୋଜ, ବନ୍ୟାଘେରରେ ପରିବାର, ବନ୍ଦ ରାସ୍ତାକୁ ଜରୁରୀକାଳୀନ ସେବା ପାଇବାରୁ ଅନେକ ଗାଁ ବଂଚିତ। ମୋର ସମବେଦନା ବନ୍ୟା ପ୍ରଭାବିତ ଲୋକଙ୍କ ସହ ରହିଛି। ପ୍ରଭାବିତ ସ୍ଥାନରେ ଥିବା ଅଧିକାରୀଙ୍କୁ ଆହ୍ୱାନ କରୁଛି ସେମାନେ ତ୍ୱରିତ ଉଦ୍ଧାର ଓ ରିଲିଫ କାର୍ଯ୍ୟ ସୁନିଶ୍ଚିତ କରନ୍ତୁ। ପ୍ରଭାବିତ ଅଂଚଳରେ ସମସ୍ତଙ୍କ ସୁରକ୍ଷା ପାଇଁ ପ୍ରାର୍ଥନା କରୁଛି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା