ଗ୍ରାମାଂଚଳ ଲେଖକ ସଂଘର ବାର୍ଷିକ ଉତ୍ସବ, ମୁଖପତ୍ର ପଲ୍ଲୀ ବଧୁର ଲୋକାର୍ପଣ
ଧର୍ମଶାଳା,୩ଅକ୍ଟୋବର(ହି.ସ.) - ଯାଜପୁର ଜିଲା ଧର୍ମଶାଳା ପ୍ରେସ କ୍ଲବ ପରିସରରେରେ ଗ୍ରାମାଂଚଳ ଲେଖକ ସଂଘର ବାର୍ଷିକ ଉତ୍ସବ ଓ ମୁଖପତ୍ର ପଲ୍ଲୀବଧୁର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଗ୍ରାମାଂଚଳ ଲେଖକ ସଙ୍ଘର ସଭାପତି ବିବେକାନନ୍ଦ ରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅତିଥି ଭାବରେ ଡକ୍ଟର
ଗ୍ରାମାଂଚଳ ଲେଖକ ସଂଘର ବାର୍ଷିକ ଉତ୍ସବ, ମୁଖପତ୍ର ପଲ୍ଲୀ ବଧୁର ଲୋକାର୍ପଣ


ଧର୍ମଶାଳା,୩ଅକ୍ଟୋବର(ହି.ସ.) - ଯାଜପୁର ଜିଲା ଧର୍ମଶାଳା ପ୍ରେସ କ୍ଲବ ପରିସରରେରେ ଗ୍ରାମାଂଚଳ ଲେଖକ ସଂଘର ବାର୍ଷିକ ଉତ୍ସବ ଓ ମୁଖପତ୍ର ପଲ୍ଲୀବଧୁର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଗ୍ରାମାଂଚଳ ଲେଖକ ସଙ୍ଘର ସଭାପତି ବିବେକାନନ୍ଦ ରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅତିଥି ଭାବରେ ଡକ୍ଟର ପ୍ରଭାସ ଚନ୍ଦ୍ର ଆଚାର୍ଯ୍ୟ, ଅବସର ପ୍ରାପ୍ତ ପ୍ରଧ୍ୟାପକ ତଥା ସାହିତ୍ୟିକ ଗୈତମ ଜେନା, ମନୋରଞ୍ଜନ ବେହୁରା ପ୍ରମୁଖ ଯୋଗଦେଇ ପଲ୍ଲୀବଧୁ ପତ୍ରିକା ସମ୍ପର୍କରେ ବିସ୍ତୃତ ଆଲୋକପାତ କରିଥିଲେ । ଗ୍ରାମାଂଚଳ ଲେଖକ ସଂଘ ପକ୍ଷରୁ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ସାହିତ୍ୟିକ ଜଚିନ୍ଦ୍ର ରାଉତ, ଶିକ୍ଷାବିତ ଭିକାରୀ ସାମଲ,ଯୁବ ଉଦ୍ୟୋଗି ବ୍ରାହ୍ମାନଦ ସାହୁ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରଦତ ମାନପତ୍ର ଗୁଡିକୁ ସୂର୍ଯ୍ୟାସ୍ତ ନିୟଜ କୁଆଖିଆ ପ୍ରତିନିଧି ଶୁଭେନ୍ଦୁ ସାମଲ ଓ଼ ଉପସ୍ଥାପକ ବିଶ୍ୱପ୍ରକାଶ ଖୁଁଟିଆ ପାଠ କରିଥିଲେ । ସୂର୍ଯ୍ୟାସ୍ତ ନିୟଜ ସହ ସମ୍ପାଦକ ଆଦିତ୍ୟ ମାହୁନ୍ତ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ଶିକ୍ଷାବିତ ଗଣେଶ୍ୱର ବେହେରା ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଆଶୁତୋଷ ଦେବୀ ପ୍ରସାଦ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । ସୂର୍ଯ୍ୟାସ୍ତ ନିୟଜର ଖଗେଶ୍ୱର ସାମଲ , ଏକାଦଶୀ ସେଠୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande