କେନ୍ଦ୍ରାପଡା, ୩ ଅକ୍ଟୋବର (ହି.ସ.)- ଗାନ୍ଧୀ ଜୟନ୍ତୀ ତଥା ବିଜୟା ଦଶମୀ ଅବସରରେ କେନ୍ଦ୍ରାପଡ଼ା ଡାକ ମଣ୍ଡଳ ଦ୍ୱାରା ସ୍ଵଛ ଭାରତ ଅଭିଯାନ ମିଶନର ଆୟୋଜନ କରାଯାଇଥିଲା। ଏଥିରେ ଡାକ ଅଧିକ୍ଷକ ଦେବପ୍ରସାଦ ଶତପଥିଙ୍କ ନେତୃତ୍ୱରେ ସହକାରୀ ଡାକ ଅଧିକ୍ଷକ, ଡାକ ନିରୀକ୍ଷକ, ଡାକପାଳ ଓ ସମସ୍ତ କର୍ମଚାରୀ ବଳଦେବଜୀଉଙ୍କ ମନ୍ଦିର ନିକଟରୁ ବଳଦେବଜୀଉ ପୋଷ୍ଟ ଅଫିସ ପର୍ୟନ୍ତ ରଥଦାଣ୍ଡର ଅଳିଆ ଆବର୍ଜନାକୁ ସଫା କରିଥିଲେ। ଏଥି ସହିତ ସ୍ଵଛ ଭାରତ ସୁସ୍ଥ ଭାରତର ନାରାରେ ଏକ ରାଲିର ଆୟୋଜନ କରାଯାଇଥିଲା। ଏଥିରେ ସମସ୍ତ ଜନସାଧାରଣଙ୍କୁ ସ୍ୱଚ୍ଛତାକୁ ଆପଣେଇ, ପ୍ଲାଷ୍ଟିକ ର ବର୍ଜନ କରି, ବୃକ୍ଷ ରୋପଣ କରି ଗୋଟେ ସୁସ୍ଥ ପରିବେଶ ଗଠନ ପାଇଁ ସଚେତନ କରାଯାଇଥିଲା। ସ୍ୱଚ୍ଛତା ଓ ରାଲି କାର୍ୟ୍ୟକ୍ରମ ପରେ ଡାକ ଅଧିକ୍ଷକ ଦେବପ୍ରସାଦ ଶତପଥିଙ୍କ ସଭାପତିତ୍ୱ ସମସ୍ତ କର୍ମଚାରୀଙ୍କୁ ନେଇ ବଳଦେବଜୀଉ ଉପ ଡାକଘରେ ଏକ ବୈଠକ ର ଆୟୋଜନ କରାଯାଇଥିଲା। ଏଥିରେ ଶ୍ରୀ ଶତପଥି ଛୁଟି ଥିବା ସତ୍ୱେ ସମସ୍ତ କର୍ମଚାରୀ ନିଜକୁ ଏହି ଅଭିଯାନରେ ସାମିଲ କରିଥିବାରୁ ସମସ୍ତଙ୍କୁ ସାଧୁବାଦ ଜଣାଇ ଥିଲେ। ତା' ସହିତ ଗାନ୍ଧୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହେଵା, ସ୍ବଦେଶୀ ଆପଣେଇବା, ସମୟାନୁବର୍ତ୍ତିତ ହେଵା, ପଲିଥିନ ବର୍ଜନ, ପ୍ଲାଷ୍ଟିକ ବର୍ଜନ, ବୃକ୍ଷ ରୋପଣ ପାଇଁ ପରାମର୍ଶ ଦେଇ ସଭା ଭଙ୍ଗ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ରବି