୬୯ତମ ରାଜ୍ୟ ବିଦ୍ୟାଳୟ ସମୂହ ସତରଞ୍ଜ ପ୍ରତିଯୋଗିତା ଅନୁଷ୍ଠିତ
ଖୋର୍ଦ୍ଧା, ୩୧ ଅକ୍ଟୋବର (ହି.ସ.) - ୬୯ତମ ରାଜ୍ୟ ବିଦ୍ୟାଳୟ ସମୂହ ସତରଞ୍ଜ ପ୍ରତିଯୋଗିତା ସ୍ଥାନୀୟ ବିଜେବି ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ଅତିଥିମାନେ ଜଗନ୍ନାଥଙ୍କୁ ପ୍ରଦୀପ ପ୍ରଜୋଳନ ଓ ପୁଷ୍ପମାଲ୍ୟ ଅର୍ପଣ କରି ଉଦଘାଟନ କରିଥିଲେ। ଏହି ଉଦଘାଟନୀ ଉତ୍ସବରେ ସମ୍
ସତରଞ୍ଜ


ଖୋର୍ଦ୍ଧା, ୩୧ ଅକ୍ଟୋବର (ହି.ସ.) - ୬୯ତମ ରାଜ୍ୟ ବିଦ୍ୟାଳୟ ସମୂହ ସତରଞ୍ଜ ପ୍ରତିଯୋଗିତା ସ୍ଥାନୀୟ ବିଜେବି ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ଅତିଥିମାନେ ଜଗନ୍ନାଥଙ୍କୁ ପ୍ରଦୀପ ପ୍ରଜୋଳନ ଓ ପୁଷ୍ପମାଲ୍ୟ ଅର୍ପଣ କରି ଉଦଘାଟନ କରିଥିଲେ। ଏହି ଉଦଘାଟନୀ ଉତ୍ସବରେ ସମ୍ମାନିତ ଅତିଥି ଭାବେ ଜ୍ୟୋତି ପ୍ରସାଦ ପରିଡା ସହକାରୀ ନିର୍ଦ୍ଦେଶକ (ଶାରୀରିକ ଶିକ୍ଷା), ମାଧ୍ୟମିକ ଶିକ୍ଷା, ଓଡ଼ିଶା ବିବରଣୀ ପଠନ କରି କହିଲେ ଯେ ଚଳିତଥର ସତରଞ୍ଜ ରେ ୨୫୩ ଜଣ କ୍ରୀଡ଼ାବିତ୍‌, ପ୍ରତି ଜିଲ୍ଲାରୁ ମ୍ୟାନେଜର ଓ କୋଚ୍‌, ରାଜ୍ୟ ଅଫିସିଆଲ୍ ଓ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ଶାରୀରିକ ଶିକ୍ଷା ଶିକ୍ଷକ ଅଂଶଗ୍ରହଣ କରିଥିଲେ। ଭାଗନେଇଥିବା ପିଲାମାନେ ଏହିଠାରୁ ଯେଉଁମାନେ ବିବେଚିତ ହେବେ ଆଗାମୀ ଦିନରେ ୫ ଜଣ ବାଳକ ଓ ୫ ଜଣ ବାଳିକା ତ୍ରିପୁରା,ଅଗରତାଲାଠାରେ ଓଡ଼ିଶାର ବିଜୟ ଧୈର୍ଯ୍ୟ ଉଡେଇବେ ବୋଲି ଆହ୍ୱାନ ଦେଇଥିଲେ। ପରେ ପରେ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ସଭାପତି ସୋନାମିକା ରାୟ ପିଲାମାନଙ୍କର ପ୍ରତିଯୋଗିତା ଦେଖି ଅଭିଭୁତ ଓ ଖୁସି ହୋଇ ପିଲାମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଜ୍ଞା ପରମିତା ଜେନା ପିଲାମାନଙ୍କୁ କହିଥିଲେ ଯେ ଏନ୍‌ଇପି-୨୦୨୦ କରିକୁଲମରେ କ୍ରୀଡ଼ା କୁ ପ୍ରାଧାନ୍ୟ ଦିଆଯାଉଛି ଯେଉଁଥିରେ ପିଲାମାନେ କିପରି ଜୀବନ କୈଶଳ, କ୍ରୀଡ଼ା ସଂସ୍କୃତିର ଉନ୍ନତି ଓ ଜୀବନ ଥିବା ଯାଏ ସୁସ୍ଥତା - ଶାରୀରିକ ଓ ମାନସିକ ଭାବେ ସନ୍ତୁଳିତ କରି ଜିଇଁ ପାରିବା ବୋଲି କହିଥିଲେ। ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରଶ୍ମିବାଳା ପରିଡା ଓ ବିଜୟ ବେହେରା, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଦିଲ୍ଲିପ କୁମାର ମୁଦି, ନୟାଗଡ଼ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଅନିଲ୍ ଦାସ, ଖୋର୍ଦ୍ଧା ଗୋଷ୍ଠୀ ଶିକ୍ଷା ଅଧିକାରୀ ଯାନ୍‌ଞସେନି ସାହୁ, ବାଲିପାଟଣା ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରଭାତ କୁମାର ରଥ, ବେଗୁନିଆ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାସ୍କର ଲେଙ୍କା ପ୍ରଭୁତି ପିଲାମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଖୋର୍ଦ୍ଧା ମାଟିର ପାଇକ ନୃତ୍ୟ ସବୁଠାରୁ ଆକର୍ଷଣୀୟ ଥିଲା। ଶେଷରେ ବିଜେବି ଉଚ୍ଚ ବିଦ୍ୟାଳୟ, ଖୋର୍ଦ୍ଧା ପ୍ରଧାନ ଶିକ୍ଷୟିତ୍ରୀ ସବିତା ଦାସ ଧନ୍ୟବାଦ ଅର୍ପଣ କରିଥିଲେ ଓ ମଂଚ ପରିଚାଳନା କରିଥିଲେ ରେବତୀ ପଣ୍ଡା ଓ ନିରଞ୍ଜନ ଶତପଥୀ। ଖୋର୍ଦ୍ଧା ଜିଲ୍ଲାର ସମସ୍ତ ଶାରୀରିକ ଶିକ୍ଷା ଶିକ୍ଷକ ପ୍ରମୁଖ ସହଯୋଗ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande