
କନ୍ଧମାଳ , ୩୧ ଅକ୍ଟୋବର (ହି.ସ.) - ବରିଷ୍ଠ ଆଇନଜୀବି ତଥା ବିଜେପି ନେତା ପୀତବାସ ପଣ୍ଡା ହତ୍ୟାକାଣ୍ଡ ରେ ସମ୍ପୃକ୍ତ ଥିବା ଅଭିଯୋଗ ରେ ବ୍ରହ୍ମପୁର ଜେଲ ରେ ଥିବା ବିଜେ ଡି ନେତା ତଥା ପୂର୍ବତନ ମେୟର ଶିବ ଶଙ୍କର ଦାସ ଓରଫ ପିଣ୍ଟୁ ଦାସ ଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ତାଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଆବେଦନ କରିବା ପରେ ତାଙ୍କୁ ଶୁକ୍ରବାର କଡ଼ା ସୁରକ୍ଷା ମଧ୍ୟରେ ଫୁଲବାଣୀ ଜେଲ୍ କୁ ସ୍ଥାନାନ୍ତର କରlଯାଇଛି l ଶୁକ୍ରବାର ଦିନ୧୨.୩୦ମିନିଟ ରେ ଫୁଲବାଣୀ ଜିଲ୍ଲା କାରାଗାର କୁ ଅଣାଯାଇଥିଲା l ଏଠାରେ କଡା ସୁରକ୍ଷା ବ୍ୟବସ୍ଥା ଭିତରେ ତାଙ୍କୁ ରଖାଯିବ ବୋଲି ଜେଲ ଅଧିକ୍ଷକ କହିଛନ୍ତି l
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ