
ସମ୍ବଲପୁର, ୩୧ ଅକ୍ଟୋବର (ହି.ସ.) - ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ସାରସ୍ୱତ କଲୋନୀ ବାସିନ୍ଦା ତଥା ବିଶିଷ୍ଟ ଆଧ୍ୟାତ୍ମିକବାଦୀ ବିରଂଚି ନାରାୟଣ ତ୍ରୀପାଠୀଙ୍କର ଶୁକ୍ରବାର ସକାଳ ୬ଟାରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା । ବାର୍ଦ୍ଧକ୍ୟତା କାରଣରୁ ସେ ଗତ ଏକ ସପ୍ତାହ ଧରି ଅସୁସ୍ଥ ରହିଥିଲେ । ପରଲୋକ ଖବର ମିଳିବା ପରେ ସତ୍ୟସାଇ ସେବା ସମିତି ଏବଂ ସାରସ୍ୱତ କଲୋନୀ ବାସିନ୍ଦା ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କର ଅମର ଆତ୍ମାକୁ ଶ୍ରଦ୍ଧାଞ୍ଜଳୀ ଦେଇଥିଲେ । ପୂର୍ବାହ୍ନରେ ଦୁର୍ଗାପାଲି ସ୍ଥିତ ରାଜଘାଟ ଠାରେ ତାଙ୍କର ଏକମାତ୍ର ପୁଅ ହେମନ୍ତ ତ୍ରୀପାଠୀ ମୁଖାଗ୍ନୀ ଦେବାପରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ସେ ମାନେଶ୍ୱର ବ୍ଲକ ଗୟାଧର ପାଲି ଗ୍ରାମର ମୂଳବାସିନ୍ଦା ଥିଲେ । ଗତ କିଛି ବର୍ଷ ହେବ ପୁଅ ହେମନ୍ତଙ୍କ ପାଖରେ ସାରସ୍ୱତ କଲୋନୀରେ ରହି ଆସୁଥିଲେ । ତାଙ୍କ ପରଲୋକ ଅନ୍ତେ ତାଙ୍କର ଧମପତ୍ନୀ ସୁରୁଚୀ ତ୍ରୀପାଠୀ, ପୁତ୍ରବଧୂ ପ୍ରଜ୍ଞା ତ୍ରୀପାଠୀ, ଦୁଇ ନାତୁଣୀ ଶିବାଂଶୀ ଏବଂ ଶ୍ରେୟାଂଶୀ ଓ ଦୁଇ ଝିଅ ରୀତାଞ୍ଜଳୀ ମିଶ୍ର, ମିତାଞ୍ଜଳୀ ଷଡଙ୍ଗୀ ରହିଛନ୍ତି । ଏହି ଦୁଃଖଦ ଖବର ମିଳିବା ପରେ ସମଗ୍ର ଅଂଚଳରେ ଶୋକର ଲହରୀ ଖେଳିଯାଇଛି ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ