
କେନ୍ଦୁଝର, 31 ଅକ୍ଟୋବର (ହି.ସ.) ଲୌହ ମାନବ, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମତିଥ୍ ୩୧ ଅକ୍ଟୋବରକୁ ରାଷ୍ଟ୍ରୀୟ ଏକତା ଦିବସ ରୂପେ ପାଳନ କରାଯାଏ। ବଡ଼ବିଲ ପୋଲିସ ପ୍ରଶାସନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଦ୍ବାରା ଏହି ଦିବସଟି ପାଳନ କରାଯାଇଛି । ଏହି ପରିପ୍ରେକ୍ଷୀରେ ବଡ଼ବିଲ ଏସ୍ ଡି ପି ଓ ଦେବେନ୍ଦ୍ର ନାଥ ପିଙ୍ଗୁଆ, ଥାନା ଅଧିକାରୀ ଅଶୋକ କୁମାର ନାୟକ, ବରଦା ପ୍ରସାଦ ସାହୁଙ୍କ ନେତୃତ୍ବରେ ରାଷ୍ଟ୍ରୀୟ ଏକତାର ନାରାଦେଇ ବଡ଼ବିଲ କିରିବୁରୁ ଛକ ଠାରୁ ବିଶାଳ ଶୋଭାଯାତ୍ରା ବାହାରି ବଙ୍ଗଳା ଛକ, ମେନ ରୋଡ଼ ଓ ବାଟା ଛକ ହୋଇ ବିକାଶ ମହଲ ପର୍ଯ୍ୟନ୍ତ ଯାଇଥିଲା । ବଡ଼ବିଲ ତହସିଲଦାର ରାକେଶ କୁମାର ପଣ୍ଡା, ବଡ଼ବିଲ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ମୁଖ୍ୟ ଡ଼ ସୌଭାଗ୍ୟ ରଶ୍ମି ରଞ୍ଜନ ସାମଲ, ସାଂସଦ ପ୍ରତିନିଧୂ ନୀଳମଣି ମହାନ୍ତି, ଟ୍ରକ ମାଲିକ ସଙ୍ଘର ପୂର୍ବତନ ସଭାପତି ଦୟାଲ ସିଂ, କାଉଁନସିଲର ଧମେନ୍ଦ୍ର ମହାନ୍ତି,ବଡ଼ବିଲ ସିଭିଲ ସୋସାଇଟି ର ସଦସ୍ୟ, ପ୍ରୟାସ ଗ୍ରୁପର ସଦସ୍ୟ, ବିଭିନ୍ନ ସ୍ବୟଂ ସହାୟତା ଗୋଷ୍ଠୀ ର ମହିଳା,ବଡ଼ବିଲ ପୌର ପାଳିକା କର୍ମଚାରୀ, ଟ୍ରକ ମାଲିକ ସଙ୍ଘର ସଦସ୍ୟ, ବଡ଼ବିଲ ଶିଳ୍ପ ତାଲିମ କେନ୍ଦ୍ର, ମହାବିଦ୍ୟାଳୟ ଓ ବିଭିନ୍ନ ସ୍କୁଲ ର ଛାତ୍ରଛାତ୍ରୀ, ସ୍ଥାନୀୟ ବୁଦ୍ଧିଜୀବୀ ଓଁ ବରିଷ୍ଠ ନାଗରିକ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଏହି ପରିପ୍ରେକ୍ଷୀରେପୂର୍ବରୁ ବଡ଼ବିଲ ପୋଲିସ ପ୍ରଶାସନ ପକ୍ଷରୁ ବିଭିନ୍ନ ଶିକ୍ଷାନୁଷ୍ଠାନ ରେ ଛାତ୍ରଛାତ୍ରୀ ଙ୍କୁ ନେଇ ଡିବେଟ ପ୍ରତିଯୋଗିତା କରାଯାଇଥିଲା। ଏଥିରେ କୃତି ଛାତ୍ରଛାତ୍ରୀ ଙ୍କୁ ମେଡାଲ ଓ ମାନପତ୍ର ଦେଇ ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମ ଶେଷରେ ବଡ଼ବିଲ ଏସ୍ ଡି ପି ଓ ଦେବେନ୍ଦ୍ର ନାଥ ପିଙ୍ଗୁଆ ଓ ଥାନା ଅଧୂକାରୀ ଅଶୋକ କୁମାର ନାୟକ ସମସ୍ତ ଅଞ୍ଚଳବାସୀ ଙ୍କୁ ଧନ୍ୟବାଦ ଜଣାଇଥିଲେ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA