ବିଏମ୍ ସିର 35ତମ ସାଧାରଣ ବୈଠକ • ବିଏମ୍ ସି ହାତକୁ ଆସିବ ଆର୍ ଆଣ୍ଡ ବି ଅଧିନରେ ଥିବା 316 କି.ମି. ଡ୍ରେନ • ଆଇଗିଣିଆ କୁବେରପୁରୀଠାରେ ଟ୍ରକ ରହଣି ପାଇଁ ହେବ ପାର୍କିଂ ବ୍ୟବସ୍ଥା
Bhubaneswar, 31 ଅକ୍ଟୋବର (ହି.ସ.) • ବର୍ଜ୍ୟ ପରିଚାଳନା ପାଇଁ ଏଜେନ୍ସି ଚୟନ ନିମନ୍ତେ ଆସିଲା ଏସଓପି • ନଭେମ୍ବର 6 ତାରିଖ ଦିନ ମୁକ୍ତା ଓ ଜାଗା ମିଶନ ସଂପର୍କିତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି • ବିଦ୍ୟୁତ୍ ସମସ୍ୟା ସମାଧାନ ପାଇଁ 3 ଜୋନରେ ନିୟୋଜିତ ହେବେ 3 ଏଜେନ୍ସି ଭୁବନେଶ୍ୱର ମହାନଗ
ବିଏମ୍ ସିର 35ତମ ସାଧାରଣ ବୈଠକ • ବିଏମ୍ ସି ହାତକୁ ଆସିବ ଆର୍ ଆଣ୍ଡ ବି ଅଧିନରେ ଥିବା 316 କି.ମି. ଡ୍ରେନ • ଆଇଗିଣିଆ କୁବେରପୁରୀଠାରେ ଟ୍ରକ ରହଣି ପାଇଁ ହେବ ପାର୍କିଂ ବ୍ୟବସ୍ଥା


Bhubaneswar, 31 ଅକ୍ଟୋବର (ହି.ସ.)

• ବର୍ଜ୍ୟ ପରିଚାଳନା ପାଇଁ ଏଜେନ୍ସି ଚୟନ ନିମନ୍ତେ ଆସିଲା ଏସଓପି

• ନଭେମ୍ବର 6 ତାରିଖ ଦିନ ମୁକ୍ତା ଓ ଜାଗା ମିଶନ ସଂପର୍କିତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

• ବିଦ୍ୟୁତ୍ ସମସ୍ୟା ସମାଧାନ ପାଇଁ 3 ଜୋନରେ ନିୟୋଜିତ ହେବେ 3 ଏଜେନ୍ସି

ଭୁବନେଶ୍ୱର ମହାନଗର ନିଗମ (ବିଏମ୍ ସି)ର 35 ତମ ସାଧାରଣ ପରିଷଦ ବୈଠକ ଶାନ୍ତି ଶୃଙ୍ଖଳାର ସହ ଅନୁଷ୍ଠିତ ହୋଇଯାଇଛି । ବିଏମ୍ ସି ମୁଖ୍ୟାଳୟସ୍ଥିତ ଏକାମ୍ର ହଲରେ ଅନୁଷ୍ଠିତ ଏହି ସାଧାରଣ ବୈଠକରେ ମେୟର ଶ୍ରୀମତୀ ସୁଲୋଚନା ଦାସ, ଡେପୁଟି ମେୟର ଶ୍ରୀମତୀ ମଞ୍ଜୁଲତା କହଁର, କମିଶନର ଚଞ୍ଚଳ ରାଣା, ସିଟି ଇଂଜିନିୟର ନାରଦ ଚନ୍ଦ୍ର ରଥ, ଅତିରିକ୍ତ କମିଶନର ରତ୍ନାକର ସାହୁ, ଶ୍ରୀମତୀ ସସ୍ମିତା ସାହୁ ଓ କୈଳାସ ଚନ୍ଦ୍ର ଦାସ, ମୁଖ୍ୟ ବିତ୍ତ ଅଧିକାରୀ ଦୀପକ ରଂଜନ ବେହେରା ମଞ୍ଚାସୀନ ଥିଲେ ।

ସଂପ୍ରତ୍ତି ବିଏମ୍ ସି ଅଂଚଳରେ ବିଭିନ୍ନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଆଜିର ବୈଠକରେ ଗୁରୁତ୍ୱାରୋପ କରାଯାଇଛି । ଉନ୍ନତି ଓ ସହରୀ ବିକାଶ ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ଅର୍ଥ ମଂଜୁର କରିଛନ୍ତି । ଆଉ ମଧ୍ୟ କିଛି ଅର୍ଥ ରାଜ୍ୟ ସରକାର ଦେବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ଉଭୟା ମେୟର ଓ କମିଶନର ଗୃହକୁ ଅବଗତ କରାଇଥିଲେ । ତେଣୁ ପ୍ରତ୍ୟେକ ଓ୍ୱାର୍ଡରେ କିଛି କିଛି କାମ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ମଧ୍ୟ କମିଶନର ଅବଗତ କରାଇଛନ୍ତି । କେବଳ ସେତିକି ନୁହେଁ ଆର୍ ଆଣ୍ଡ ବି ଅଧିନରେ ଥିବା 316 କିଲୋମିଟର ଡ୍ରେନ ମଧ୍ୟ ବିଏମ୍ ସି ଅଧିନକୁ ଆସିବ । ଏପରିକି ବିଡିଏ/ପଞ୍ଚାୟତରେ ଥିବା ଅନେକ ରାସ୍ତା ବିଏମ୍ ସି ଅଧିନକୁ ଆସିବ । ବିଭିନ୍ନ ଉପବିଭାଗ ଓ କର୍ପୋରେଟରଙ୍କ ପକ୍ଷରୁ ମୋଟ 18ଟି ପ୍ରସ୍ତାବ ଆଗତ କରାଯାଇଥିଲା । ଆସିଥିବା ପ୍ରସ୍ତାବଗୁଡିକୁ ବୈଠକରେ ଉପସ୍ଥାପନ କରାଯାଇଥିଲା । ସେହିପରି ମାନ୍ୟବର କର୍ପୋରେଟରଙ୍କ ପକ୍ଷରୁ ମୋଟ 14ଟି ଲିଖିତ ପ୍ରଶ୍ନ ଗୃହରେ ଆଗତ କରାଯାଇଥିଲା । ସେ ସଂପର୍କରେ ବୈଠକରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା ।

ଆଇଗିଣିଆ ଆଳୁଗଦି ବା କୁବେରପୁରୀଠାରେ ଟ୍ରକ ରହିବା ପାଇଁ ହେବ ପାର୍କିଂ ବ୍ୟବସ୍ଥା । ବର୍ଜ୍ୟ ସଂଗ୍ରହ ଓ ପରିଚାଳନା ପାଇଁ ଏଜେନ୍ସି ଚୟନ ନିମନ୍ତେ ଆସିଥିବା ଏସଓପିକୁ କର୍ପୋରେସନ ମଂଜୁରୀ ମିଳିଛି । ସେହିପରି ବିଦ୍ୟୁତ୍ ସମସ୍ୟାର ସ୍ଥାୟୀ ସମାଧାନ କରିବା ପାଇଁ ତିନୋଟି ଜୋନରେ ତିନୋଟି ଏଜେନ୍ସିଙ୍କୁ ନିୟୋଜିତ କରାଯିବା ପାଇଁ ନିଷ୍ପତ୍ତି ହୋଇଛି । ଏଥିପାଇଁ ଖୁବ୍ ଶୀଘ୍ର ଟେଣ୍ଡର ଆହ୍ୱାନ କରାଯିବ । ଆସନ୍ତା 6 ତାରିଖ ଦିନ ମୁକ୍ତା ଓ ଜାଗା ମିଶନ ସଂପର୍କିତ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପାଇଁ କର୍ପୋରେସନର ସ୍ୱତନ୍ତ୍ର ବୈଠକ ଡକାଯିବ ବୋଲି ନିଷ୍ପତ୍ତି ହୋଇଛି ।

ଏହି ସମସ୍ତ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ଅତିରିକ୍ତ କମିଶନର ଶ୍ରୀ ରତ୍ନାକର ସାହୁ ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande