ବିହାର ନିର୍ବାଚନର ସୁପରିଚାଳନା ପାଇଁ ୩୪୮ ପର୍ଯ୍ୟବେକ୍ଷକଙ୍କ ସହିତ ଆୟୋଗର ଉଚ୍ଚସ୍ତରୀୟ ବୈଠକ
ଭୁବନେଶ୍ୱର, ୩୧ ଅକ୍ଟୋବର (ହି.ସ)- ଭାରତ ନିର୍ବାଚନ ଆୟୋଗ ବିହାର ବିଧାନସଭା ପାଇଁ ହେଉଥିବା ସାଧାରଣ ନିର୍ବାଚନ- ୨୦୨୫ର ଉଭୟ ପର୍ଯ୍ୟାୟ ପାଇଁ ନିୟୋଜିତ ୩୪୮ ପର୍ଯ୍ୟବେକ୍ଷକଙ୍କ ସହିତ ଏକ ଉଚ୍ଚସ୍ତରୀୟ ଆଭାସୀ ବୈଠକ ଆୟୋଜନ କରିଥିଲେ । ମୁଖ୍ୟ ନିର୍ବାଚନ କମିଶନର ଶ୍ରୀ ଜ୍ଞାନେଶ କୁମାର, ନିର୍ବାଚନ କମି
ବିହାର ନିର୍ବାଚନର ସୁପରିଚାଳନା ପାଇଁ ୩୪୮ ପର୍ଯ୍ୟବେକ୍ଷକଙ୍କ ସହିତ ଆୟୋଗର ଉଚ୍ଚସ୍ତରୀୟ ବୈଠକ


ଭୁବନେଶ୍ୱର, ୩୧ ଅକ୍ଟୋବର (ହି.ସ)- ଭାରତ ନିର୍ବାଚନ ଆୟୋଗ ବିହାର ବିଧାନସଭା ପାଇଁ ହେଉଥିବା ସାଧାରଣ ନିର୍ବାଚନ- ୨୦୨୫ର ଉଭୟ ପର୍ଯ୍ୟାୟ ପାଇଁ ନିୟୋଜିତ ୩୪୮ ପର୍ଯ୍ୟବେକ୍ଷକଙ୍କ ସହିତ ଏକ ଉଚ୍ଚସ୍ତରୀୟ ଆଭାସୀ ବୈଠକ ଆୟୋଜନ କରିଥିଲେ ।

ମୁଖ୍ୟ ନିର୍ବାଚନ କମିଶନର ଶ୍ରୀ ଜ୍ଞାନେଶ କୁମାର, ନିର୍ବାଚନ କମିଶନର ଡକ୍ଟର ସୁଖବୀର ସିଂହ ସାନ୍ଧୁ ଏବଂ ଡକ୍ଟର ବିବେକ ଜୋଶୀ ଭୋଟର ସୁବିଧା ପାଇଁ ଜାରି ହୋଇଥିବା ନିର୍ଦ୍ଦେଶାବଳୀକୁ ସଠିକ ଢଙ୍ଗରେ ଅନୁପାଳନ କରି ମତଦାନ ଦିନ ଭୋଟରମାନଙ୍କ ପାଇଁ ସୁଖଦ ଅନୁଭବ ଆଣିବା ପାଇଁ ପରାମର୍ଶ ଦେଇଛନ୍ତି ।

ଆଦର୍ଶ ଆଚରଣ ବିଧିର ଅନୁପାଳନ, ସୀମା ଚେକ୍ ପୋଷ୍ଟରେ ନିୟମିତ ଯାଞ୍ଚ, ଭୁଲ ଓ ଭ୍ରାନ୍ତ ଖବର ଓ ସୂଚନାର ପ୍ରଚାର-ପ୍ରସାରକୁ ରୋକିବା ସହିତ ସଠିକ ସୂଚନାର ପ୍ରସାରଣ, ଅସୁରକ୍ଷିତ ଏବଂ ଗୁରୁତ୍ୱ ବହନ କରୁଥିବା ମତଦାନ କେନ୍ଦ୍ର ଗୁଡିକର ଚିହ୍ନଟ କରିବା ସହିତ ସୁରକ୍ଷା ସୁନିଶ୍ଚିତ ପାଇଁ ବିହିତ ପଦକ୍ଷେପ, ୧୯୫୦ ଟୋଲ୍‌-ଫ୍ରି ନମ୍ବର ଦ୍ୱାରା ଆଗତ ଅଭିଯୋଗଗୁଡିକର ସମାଧାନ, ସି-ଭିଜିଲ ଜରିଆରେ ଆସୁଥିବା ଅଭିଯୋଗର ସୁପରିଚାଳନା, ଇ.ଭି.ଏମ ଷ୍ଟ୍ରଙ୍ଗ ରୁମର ଆନୁସାଙ୍ଗିକ ବ୍ୟବସ୍ଥା ଆଦି ସମସ୍ତ ବିଷୟରେ ଆୟୋଗ ସମୀକ୍ଷା କରିଥିଲେ । ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ଲାଇସେନ୍ସପ୍ରାପ୍ତ ଅସ୍ତ୍ରଶସ୍ତ୍ରର ଜମା ଏବଂ ଅବୈଧ ଅସ୍ତ୍ରଶସ୍ତ୍ର ଜବତ ସୁନିଶ୍ଚିତ କରିବାକୁ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି ।

ମତଦାତାଙ୍କ ସୁବିଧା ପାଇଁ ଆୟୋଗ ଦ୍ୱାରା ନିଆଯାଇଥିବା ସଦ୍ୟତମ ପଦକ୍ଷେପ ଯଥା ମୋବାଇଲ୍ ଫୋନ୍ ଜମା ସୁବିଧା, ନୂତନ ଭାବରେ ଡିଜାଇନ୍ କରାଯାଇଥିବା ଭୋଟର ସୂଚନା ସ୍ଲିପ୍ , ଇ.ସି.ଆଇ.ନେଟ ଆପ୍ ଏବଂ ଏହା ଦ୍ୱାରା ପ୍ରାପ୍ତ ବିଭିନ୍ନ ଜନାଦୃତ ସେବା ସୁବିଧା, ପୋଲିଂ ଷ୍ଟେସନଗୁଡ଼ିକର ୧୦୦% ୱେବକାଷ୍ଟିଂ ଏବଂ ଆନୁମାନିକ ଭୋଟର ମତଦାନର ୨ ଘଣ୍ଟା ବ୍ୟବଧାନରେ ପ୍ରଦତ୍ତ ରିପୋର୍ଟ ସୁନିଶ୍ଚିତ କରିବା ଇତ୍ୟାଦି ସମସ୍ତ ବିଷୟରେ କମିଶନର ସମୀକ୍ଷା କରିଥିଲେ ।

ସୂଚନା ଯୋଗ୍ୟ ଯେ, ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ୧୨୧ ଜଣ ସାଧାରଣ ପର୍ଯ୍ୟବେକ୍ଷକ, ୧୮ ଜଣ ପୋଲିସ ପର୍ଯ୍ୟବେକ୍ଷକ ଏବଂ ୩୩ ଜଣ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଏବଂ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ୧୨୨ ଜଣ ସାଧାରଣ ପର୍ଯ୍ୟବେକ୍ଷକ, ୨୦ ଜଣ ପୋଲିସ ପର୍ଯ୍ୟବେକ୍ଷକ, ଏବଂ ୩୪ ଜଣ ଖର୍ଚ୍ଚ ପର୍ଯ୍ୟବେକ୍ଷକ ନିୟୋଜିତ ହୋଇଛନ୍ତି । ନିର୍ବାଚନର ସମସ୍ତ ବ୍ୟବସ୍ଥା ଓ ଆୟୋଜନ ଭୋଟରମାନଙ୍କ ପାଇଁ ଏକ ଉତ୍ସବମୁଖୀ ପରିବେଶ ସୃଷ୍ଟି କରିବ ଏବଂ ସେମାନଙ୍କୁ ବିପୁଳ ସଂଖ୍ୟାରେ ମତଦାନରେ ଅଂଶ ଗ୍ରହଣ କରିବାକୁ ଉତ୍ସାହିତ କରିବ ତାହା ସୁନିଶ୍ଚିତ କରିବା ପାଇଁ ଆୟୋଗ ପର୍ଯ୍ୟବେକ୍ଷକମାନଙ୍କୁ ପରାମର୍ଶ ଦେଇଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande