ଛତିଶଗଡରେ ପହଂଚିଲେ ପିଏମ ମୋଦି, ନୂଆ ରାପୁରର ସତ୍ୟସାଇ ହସ୍ପିଟାଲରେ ପହଂଚି ପିଲାଙ୍କ ଠାରୁ ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା
ରାୟପୁର, 1 ନଭେମ୍ବର (ହି.ସ.)-ଛତିଶଗଡ଼ର ସ୍ଥାପନା ଦିବସ ଅବସରରେ ରଜତ ମହୋତ୍ସବ କାର୍ଯ୍ୟକ୍ରମ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିର୍ଦ୍ଧାରିତ ସମୟ ଠାରୁ ପୂର୍ବରୁ ଶନିବାର ସକାଳ 9.22 ରେ ରାୟପୁରର ସ୍ୱାମୀ ବିବେକାନନ୍ଦ ଏୟାରପୋର୍ଟରେ ପହଂଚିଥିଲେ । ଏହା ପରେ ସେ
ଛତିଶଗଡରେ ପହଂଚିଲେ ପିଏମ ମୋଦି, ନୂଆ ରାପୁରର     ସତ୍ୟସାଇ ହସ୍ପିଟାଲରେ ପହଂଚି ପିଲାଙ୍କ ଠାରୁ ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା


ରାୟପୁର, 1 ନଭେମ୍ବର (ହି.ସ.)-ଛତିଶଗଡ଼ର ସ୍ଥାପନା

ଦିବସ ଅବସରରେ ରଜତ ମହୋତ୍ସବ କାର୍ଯ୍ୟକ୍ରମ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନିର୍ଦ୍ଧାରିତ ସମୟ ଠାରୁ ପୂର୍ବରୁ ଶନିବାର ସକାଳ 9.22 ରେ ରାୟପୁରର ସ୍ୱାମୀ ବିବେକାନନ୍ଦ

ଏୟାରପୋର୍ଟରେ ପହଂଚିଥିଲେ । ଏହା ପରେ ସେ ଲୋକଙ୍କର ଅଭିବାଦନ ଗ୍ରହଣ କରି ଗାଡ଼ିର କାଫିଲା ସହିତ

ନବ ରାୟପୁର ସତ୍ୟସାଇ ହସ୍ପିଟାଲ ପହଞ୍ଚିଥିଲେ।

ଏୟାରପୋର୍ଟରେ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ

ବିଷ୍ଣୁ ଦେବ ସାଏ ଏବଂ ମନ୍ତ୍ରିମଣ୍ଡଳର ସଦସ୍ୟମାନେ ସ୍ବାଗତ କରିଥିଲେ। ଏୟାରପୋର୍ଟର ରାସ୍ତାରେ

ବହୁତ ସଂଖ୍ୟକ ଲୋକ ଓ ଶିଶୁମାନେ ହାତ ହଲାଇ ଅଭିବାଦନ କରିଥିଲେ।

ସତ୍ୟସାଇ ହସ୍ପିଟାଲ ପହଞ୍ଚି ପ୍ରଧାନମନ୍ତ୍ରୀ ତାଙ୍କର

ହୃଦୟର ସଫଳ ଅପରେସନ୍ ହୋଇଥିବା ଶିଶୁମାନଙ୍କ ସହିତ ହୃଦୟର କଥାବାର୍ତ୍ତା କରି ତାଙ୍କର ଅବସ୍ଥା ପଚାରି

ବୁଝିଥିଲେ । ପ୍ରଧାନମନ୍ତ୍ରୀଙ୍କ ସହିତ ସାକ୍ଷାତ ପାଇଁ ଛତିଶଗଡ଼,

ମଧ୍ୟପ୍ରଦେଶ, ଓଡିଶା,

ବିହାର, ଝାରଖଣ୍ଡ,

ମହାରାଷ୍ଟ୍ର ସହିତ ଅନ୍ୟାନ୍ୟ ରାଜ୍ୟରୁ ଶରୀରରେ ସର୍ଜରୀ କରାଇଥିବା

ଶିଶୁମାନେ ଓ ତାଙ୍କର ପରିବାରଜନ ଉପସ୍ଥିତ ଥିଲେ।

ସାମାଜିକ ସେବା କ୍ଷେତ୍ରରେ କାର୍ଯ୍ୟରତ ଶ୍ରୀ ସତ୍ୟ

ସାଇ ହସ୍ପିଟାଲ ଗତ 13 ବର୍ଷରୁ କୌଣସି ଶୁଳ୍କ ବିନା ଶିଶୁମାନଙ୍କୁ ନୂତନ ଜୀବନ ଦେଉଛି। ହସ୍ପିଟାଲରେ

ବର୍ତ୍ତମାନ ପର୍ଯ୍ୟନ୍ତ 20 ହଜାରରୁ ଅଧିକ ଶିଶୁମାନଙ୍କର ହାର୍ଟର ସଫଳ ସର୍ଜରୀ ହୋଇସାରିଛି। ଏହା

ସହିତ 1.5 ଲକ୍ଷରୁ ଅଧିକ ଓପିଡି ସେବା ମଧ୍ୟ ଦିଆଯାଇଛି। ଏଠାରେ କେବଳ ଛତିଶଗଡ଼ ନୁହେଁ,

ବରଂ ଦେଶ-ବିଦେଶର ଶିଶୁମାନଙ୍କ ହାର୍ଟର ସଫଳ ସର୍ଜରୀ କରାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande