
ଭୁବନେଶ୍ୱର, ୩୧ ଅକ୍ଟୋବର (ହି.ସ)- ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଆମେ ସମସ୍ତେ ଭାରତୀୟ ଓ ଆମ ସମସ୍ତଙ୍କୁ ଏକ ସୂତ୍ରରେ ବାନ୍ଧି ରଖିବାର ପ୍ରୟାସ କରିଥିଲେ ସର୍ଦ୍ଦାର ପଟେଲ ଓ ଆଜି ଆମ ଭାରତୀୟଙ୍କ ଭାଇଚାରା ସୁଦୃଢ ହୋଇଛି ଓ ଏକ ସଶକ୍ତ ଭାରତ ଗଢିବା ପାଇଁ ଆମ ଭିତରେ ଏକତା, ସମନ୍ୱୟ ଓ ଦେଶପ୍ରେମର ଭାବନା ନିହାତି ଆବଶ୍ୟକ ରହିଛି । ଏକ ଭାରତ, ଶ୍ରେଷ୍ଠ ଭାରତ, ଆତ୍ମନିର୍ଭରଶୀଳ ଭାରତ’ ଆମର ସଂକଳ୍ପ ବୋଲି ବିଜେପିର ବରିଷ୍ଠ ନେତା ଗୋଲକ ମହାପାତ୍ର କହିଥିଲେ । ଏହି ଅବସରରେ ରାଜ୍ୟ କାର୍ଯ୍ୟାଳୟ ଠାରେ ରାଜ୍ୟ ଉପସଭାପତି ଡ଼ ଜତିନ୍ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ଡ଼ ପୂର୍ଣ୍ଣ ଚନ୍ଦ୍ର ମଲ୍ଲିକ ପ୍ରମୁଖ ସର୍ଦ୍ଦାର ପଟେଲଙ୍କ ଅବଦାନ ସମ୍ପର୍କରେ ଉଲ୍ଲେଖ କରିଥିଲେ। ଆଜି ଠାରୁ ଆସନ୍ତା ନଭେମ୍ବର ୨୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ୬୩ ଟି ସ୍ଥାନ ରେ ଦଳ ପକ୍ଷରୁ ଏକତା ପଦଯାତ୍ରା ଅନୁଷ୍ଠିତ ହେବ ବୋଲି କାର୍ଯ୍ୟକ୍ରମର ଆବାହକ ଡ଼ ଜତିନ୍ ମହାନ୍ତି ଜଣାଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା