ରକ୍ତଦାନ ଶିବିର ଅନୁଷ୍ଠିତ
ଜୟପୁର, 31 ଅକ୍ଟୋବର (ହି.ସ.) - ଜୟପୁର ସ୍ଥିତ ଜିଲା କଂଗ୍ରେସ ଭବନ ଠାରେ ଆଜି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି । ଭାରତରତ୍ନ ଇନ୍ଦିରା ଗାନ୍ଧୀଙ୍କ ଶ୍ରାଦ୍ଧବାର୍ଷିକ ଓ ସର୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତି ଅବସରରେ ଏହି ରକ୍ତ ଦାନ ଶବିର ଆୟୋଜନ ହୋଇଥିଲା । ପ୍ରଥମେ ଫଟୋ ଚିତ୍ରରେ ପଷ୍ପମାଲ୍ୟ ଅର୍ପଣ
ରକ୍ତ ଦାନ ଶିବିର ଅନୁଷ୍ଟିତ


ଜୟପୁର, 31 ଅକ୍ଟୋବର (ହି.ସ.) - ଜୟପୁର ସ୍ଥିତ ଜିଲା କଂଗ୍ରେସ ଭବନ ଠାରେ ଆଜି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି । ଭାରତରତ୍ନ ଇନ୍ଦିରା ଗାନ୍ଧୀଙ୍କ ଶ୍ରାଦ୍ଧବାର୍ଷିକ ଓ ସର୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତି ଅବସରରେ ଏହି ରକ୍ତ ଦାନ ଶବିର ଆୟୋଜନ ହୋଇଥିଲା । ପ୍ରଥମେ ଫଟୋ ଚିତ୍ରରେ ପଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଜିଲା ସଭାପତି ରୁପକ ତୁରୁକ ଙ୍କ ସହ କଂଗ୍ରେସ ନେତା ମାନେ ଉପସ୍ଥିତ ରହି ଶ୍ରଦ୍ଧାଞ୍ଚଳି ଦେଇଥିଲେ । ଏହା ପରେ ରକ୍ତଦାନ ଶିବିର ଆୟୋଜନ ହୋଇଥିଲା । ଏଥିରେ କଂଗ୍ରେସର ନେତା ଓ କର୍ମି ମାନେ ଉପସ୍ଥିତ ରହି ରକ୍ତଦାନ କରିଥିଲେ । ଏହି ଶିବିରରେ ୧୫ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା ।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande