ପୋଲିସ ପକ୍ଷରୁ ଏକତା ଦୌଡ଼ର ଆୟୋଜିତ
Bhubaneswar, 31 ଅକ୍ଟୋବର (ହି.ସ.) ଆଜି ଦେଶ ପାଳିଛି ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ l ଏହି ଅବସରରେ ବୈପାରୀଗୁଡା ପୋଲିସ ପକ୍ଷରୁ ଏକତା ଦୌଡ଼ ଅନୁଷ୍ଠିତ ହୋଇଯାଇଛି l ସ୍ଥାନୀୟ ହାଇସ୍କୁଲ ଠାରୁ ବୈପାରୀଗୁଡା ଗୌଡ଼ ସାହି ଛକ ପର୍ଯ୍ୟନ୍ତ ଏକ ଗଣଦୌଡ ଅନୁଷ୍ଠିତ ହୋଇଯାଇ
ପୋଲିସ ପକ୍ଷରୁ ଏକତା ଦୌଡ଼ର ଆୟୋଜିତ


Bhubaneswar, 31 ଅକ୍ଟୋବର (ହି.ସ.)

ଆଜି ଦେଶ ପାଳିଛି ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ l ଏହି ଅବସରରେ ବୈପାରୀଗୁଡା ପୋଲିସ ପକ୍ଷରୁ ଏକତା ଦୌଡ଼ ଅନୁଷ୍ଠିତ ହୋଇଯାଇଛି l ସ୍ଥାନୀୟ ହାଇସ୍କୁଲ ଠାରୁ ବୈପାରୀଗୁଡା ଗୌଡ଼ ସାହି ଛକ ପର୍ଯ୍ୟନ୍ତ ଏକ ଗଣଦୌଡ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଏହି ଗଣଦୌଡ଼ରେ ସାମିଲ ହୋଇଛନ୍ତି ଥାନା ଅଧିକାରୀ ଓଆଇସି ଦମ୍ବୁରୁଧର ବାର୍ତିଆ, ବିଇଓ ସୁକାନ୍ତ କର୍ତ୍ତାମୀ, ପୋଲିସ ଓଏସଏସଏଫ ଫେର୍ସ, ହାଇସ୍କୁଲ ପ୍ରଧାନ ଶିକ୍ଷକ ଏବଂ ବିଦ୍ୟାଳୟ ଛାତ୍ର ଛାତ୍ରୀ l ସ୍ଥାନୀୟ ବିଇଓ ଉପସ୍ଥିତ ଛାତ୍ର ଛାତ୍ରୀଙ୍କୁ ତାଙ୍କ ଜୀବନୀ ବିଷୟରେ ଆଲୋକପାତ କରିଛନ୍ତି l ସ୍ୱାଧୀନ ଭାରତର ସେ ଥିଲେ ପ୍ରଥମ ଉପ-ପ୍ରଧାନମନ୍ତ୍ରୀ। ଆଧୁନିକ ଭାରତର ଗଠନକାରୀ କରିବା ତାଙ୍କର ସ୍ୱପ୍ନ ଥିଲା l ସାରା ଭାରତ ବର୍ଷରେ ଜଣେ ଲୌହମାନବ ଭାବେ ପରିଚିତ ସର୍ଦ୍ଦାର ପଟେଲ।ଏକତା ଏବଂ ଆତ୍ମନିର୍ଭର ଭାରତର ଭାବନାକୁ ଜାଗ୍ରତ କରିବା ପାଇଁ ଏହି ଗଣଦୌଡ଼ ଆୟୋଜନ ହୋଇଛି ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି l

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande