ବକ୍ସିପାତ୍ରଙ୍କ ଜୟନ୍ତୀ ପାଳିତ
ଜୟପୁର, ୩୧ ଅକ୍ଟୋବର (ହି.ସ.) - ଉତ୍କଳ ସମ୍ମିଳନୀ କୋରାପୁଟ ଜିଲ୍ଲା ଶାଖା ପକ୍ଷରୁ ସ୍ୱର୍ଗତ ହରିଶଚନ୍ଦ୍ର ବକ୍ସିପାତ୍ରଙ୍କ ୯୨ତମ ଜୟନ୍ତୀ ଉତ୍ସବ ସ୍ଥାନୀୟ ଖାଲସାହି ସ୍ଥିତ ବକ୍ସିପାତ୍ର ପାର୍କ ପରିସରରେ ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ରାଜ୍ୟ ମନ୍ତ୍ରୀ ସ୍ୱର୍ଗତ ବକ୍ସିପାତ୍ର ଉତ୍କଳ ସମ୍ମିଳନୀ ରାଜ୍ୟ
ବକ୍ସିପାତ୍ରଙ୍କ ଜୟନ୍ତୀ ପାଳିତ


ଜୟପୁର, ୩୧ ଅକ୍ଟୋବର (ହି.ସ.) - ଉତ୍କଳ ସମ୍ମିଳନୀ କୋରାପୁଟ ଜିଲ୍ଲା ଶାଖା ପକ୍ଷରୁ ସ୍ୱର୍ଗତ ହରିଶଚନ୍ଦ୍ର ବକ୍ସିପାତ୍ରଙ୍କ ୯୨ତମ ଜୟନ୍ତୀ ଉତ୍ସବ ସ୍ଥାନୀୟ ଖାଲସାହି ସ୍ଥିତ ବକ୍ସିପାତ୍ର ପାର୍କ ପରିସରରେ ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ରାଜ୍ୟ ମନ୍ତ୍ରୀ ସ୍ୱର୍ଗତ ବକ୍ସିପାତ୍ର ଉତ୍କଳ ସମ୍ମିଳନୀ ରାଜ୍ୟ ଶାଖାର ସଭାପତି ଥିଲେ। ତାଙ୍କର ସୁପୁତ୍ର ଭୃଗୁ ବକ୍ସିପାତ୍ର ପ୍ରତିବର୍ଷ ରାଜ୍ୟ ସ୍ତରରେ ଜୟନ୍ତୀ ପାଳନ କରିଆସୁଥିବା ବେଳେ ଚଳିତ ବର୍ଷ ପୌର ପରିଷଦ ଦ୍ୱାରା ନିର୍ମିତ ପ୍ରତିମୂର୍ତି ନିକଟରେ ମଧ୍ୟ ଜୟନ୍ତୀ ଉତ୍ସବ ପାଳନ କରିଛନ୍ତି। ଉତ୍କଳ ସମ୍ମିଳନୀ ପକ୍ଷରୁ ବିନୋଦ ମହାପାତ୍ର,ଦେବେନ୍ଦ୍ର ବାହିନୀପତି, ମଦନ ମୋହନ ନାୟକ, ନବୀନ ମାଦଳା, ରାଜେନ୍ଦ୍ର ଗେ?ଡ, ସାନ୍ତନୁ ପାଣିଗ୍ରାହୀ, ସୁଭେନ୍ଦୁ ବ୍ରହ୍ମା, ସୂର?୍ୟ୍ୟନାରାୟଣ ରଥ, ମିନକେତନ ପରିଚ୍ଛା, କୃଷ୍ଣ ହୋତା, ଶିଳ୍ପା ପାଣି, ଚନ୍ଦ୍ରକାନ୍ତ ସୁତାର, ନୃସିପ୍ସହ ଚେ?ଧୁରୀ, ରବି ନାୟକ, ତରୁଣ କୁମାର ମହାପାତ୍ର, ରାଧା ମୋହନ ଗେ?ଡ ପ୍ରମୁଖ ଉପସ୍ଥିତ ଥିଲେ। ସକାଳୁ କେସିସି ବ୍ୟାଙ୍କ ସଭାପତି ଇଶ୍ୱର ପାଣିଗ୍ରାହୀ, ରମାକାନ୍ତ ରାଉଳ, ଶିବ ପଟ୍ଟନାୟକ, ରାମନାଥ ପାଣିଗ୍ରାହୀ ପ୍ରମୁଖ ପୁଷ୍ପମାଲ୍ୟ ଦେଇ ସ୍ମୃତି ଚାରଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande