କାର କାଚ ଭାଙ୍ଗି ଲୁଟି ନେଲେ ଦୁଇ ଲକ୍ଷ ଟଙ୍କା
ବାରିପଦା, ୩୧ ଅକ୍ଟୋବର (ହି.ସ.) - ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଅଂଚଳରେ ଦିନ ଦ୍ୱୀପ୍ରହରରେ କାର କାଚ ଭାଙ୍ଗି ଦୁଇ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ରାଇରଙ୍ଗପୁର ମୁଖ୍ୟ ବଜାର ରାସ୍ତା କଡ଼ରେ କାର ଛିଡ଼ା ହୋଇଥିବା ବେଳେ ଏହି ଲୁଟ ଘଟିଛି। ଅଭିଯୋଗ ଅନୁଯାୟୀ, ବାଇଦାପୋଷି ୱାର୍ଡ଼ ନଂ ୦୨ ଅଂଚଳର ବାସିନ୍ଦ
Car Glass Bhangi 2 Lac Loot


Car Glass Bhangi 2 Lac Loot


ବାରିପଦା, ୩୧ ଅକ୍ଟୋବର (ହି.ସ.) - ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଅଂଚଳରେ ଦିନ ଦ୍ୱୀପ୍ରହରରେ କାର କାଚ ଭାଙ୍ଗି ଦୁଇ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ରାଇରଙ୍ଗପୁର ମୁଖ୍ୟ ବଜାର ରାସ୍ତା କଡ଼ରେ କାର ଛିଡ଼ା ହୋଇଥିବା ବେଳେ ଏହି ଲୁଟ ଘଟିଛି। ଅଭିଯୋଗ ଅନୁଯାୟୀ, ବାଇଦାପୋଷି ୱାର୍ଡ଼ ନଂ ୦୨ ଅଂଚଳର ବାସିନ୍ଦା କାଲେଶ୍ୱର ହାଁସଦା ଓ ତାଙ୍କ ସ୍ତ୍ରୀ କାର ଯୋଗେ ମାର୍କେଟିଂ କରିବାକୁ ଘରୁ ବାହାରି ଥିଲେ। ପଛ ସିଟରେ ଏକ ବ୍ୟାଗରେ ଦୁଇ ଲକ୍ଷ ଟଙ୍କା ରଖିଥିଲେ। ତାଙ୍କ ସାଥିରେ ଗାଡ଼ି ଡ଼୍ରାଇଭର ମଧ୍ୟ ଥିଲେ। ବଜାର ପହଁଂଚିବା ରାସ୍ତାରେ ଡ୍ରାଇଭର ଜଣକ ଗାଡ଼ି ଛିଡ଼ା କରିଥିଲେ। ଏହାପରେ ସେମାନେ ମାର୍କେଟିଂ ପାଇଁ ଡ୍ରେସ ଦୋକାନକୁ ଯାଇଥିଲେ। ସେଠାରୁ ଆସି ଦେଖିଲା ବେଳକୁ ଗାଡିର ସାଇଡ କାଚ ଭାଙ୍ଗି ଗାଡ଼ିରେ ଥିବା ନଗଦ ଦୁଇ ଲକ୍ଷ ଟଙ୍କା ଅଜଣା ଦୁର୍ବୃତ ଲୁଟ କରି ଚମ୍ପଟ ମାରିଛନ୍ତି। ଏ ସମ୍ପର୍କରେ ରାଇରଙ୍ଗପୁର ଟାଉନ ଥାନା ପୋଲିସକୁ ଖବର ଦେଇଥିଲେ। ଖବର ପାଇ ରାଇରଙ୍ଗପୁର ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଜାରି ରଖିଛନ୍ତି। ଏହା ସହିତ ଆଖ ପାଖ ଦୋକାନ ସିସି ଟିଭି ଫୁଟେଜ ଯାଂଚ କରୁଛି। ତେବେ ଦିନ ଦ୍ୱିପହରରେ ଏହି ଚୋରି ଘଟଣା ଘଟିଥିବା ବେଳେ ପୋଲିସ ମଧ୍ୟ ଦୁର୍ବୃତଙ୍କ ସମ୍ପର୍କରେ ଟେର୍ ପାଇ ପାରିନାହିଁ।

ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ


 rajesh pande