
ଜୟପୁର, ୩୧ ଅକ୍ଟୋବର (ହି.ସ.) - କୋରାପୁଟ ଓକିଲ ସଂଘ ପକ୍ଷରୁ ରାଜ୍ୟ ସ୍ତରୀୟ କ୍ରିକେଟ ଟୁର୍ନାମେଣ୍ଟ ଆୟୋଜିତ ହେବ ।ଆସନ୍ତା ନଭେମ୍ବର ୨ ରୁ ୧୦ ତାରିଖ ପର୍ଯ୍ୟନ୍ତ କୋରାପୁଟ ଜିଲ୍ଲାରେ ଆୟୋଜିତ ହେବ । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୧୬ ଟି ଓକିଲ ଦଳ ଏଥିରେ ଭାଗ ନେବେ । ଓକିଲ ସଂଘ ପକ୍ଷରୁ କୋରାପୁଟ ପ୍ରେସ କ୍ଲବରେ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି।
ଏହି ଟୁର୍ଣ୍ଣାମେଂଟ ମାଧ୍ୟମରେ ଓଡ଼ିଶାର ଓକିଲ ମାନଙ୍କ ମଧ୍ୟରେ ମିତ୍ରତା, ଏକତା ଓ ଖେଳାଧ୍ୟାନ ମନୋଭାବକୁ ମଜବୁତ କରିବା ଉଦ୍ଦେଶ୍ୟ ରେ କ୍ରିକେଟ ଟୁର୍ନାମେଂଟ ଆୟୋଜନ କରାଯାଉଛି। ଏହି ସାମ୍ବାଦିକ ସମ୍ମିଳନୀ ରେ କୋରାପୁଟ ଓକିଲ ସଂଘର ସଭାପତି ପ୍ରଭାତ ମହାପାତ୍ର ସହିତ ସଂଘ ର ବରିଷ୍ଠ ଓକିଲମାନେ ଉପସ୍ଥିତ ଥିଲେ। ଉଦଘାଟନୀ ଅନୁଷ୍ଠାନ ଅତି ଆଡମ୍ବର ସହକାରେ କୋରାପୁଟ ଷ୍ଟାଡିଅମ ଠାରେ ଶୁଭାରମ୍ଭ ହେବ। ଏଥିରେ ଜିଲ୍ଲା ଓ ରାଜ୍ୟ ସ୍ମରର ବିଭିନ୍ନ ଅଧୂକାରୀ, ନ୍ୟାୟବିତ ଓ ଅତିଥୂମାନେ ଯୋଗ ଦେବେ। ଏହି ଅବସରରେ ସମସ୍ତ କୋରାପୁଟ ବାସୀ ଓ ଖେଳପ୍ରେମୀମାନେ ଉପସ୍ଥିତି ରହି ଖେଳାଳିମାନଙ୍କୁ ଉତ୍ସାହିତ କରିବାକୁ ଓକିଲ ସଂଘ ନିବେଦନ କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ପିକେପି