
ଖୋର୍ଦ୍ଧା, ୩୧ ଅକ୍ଟୋବର (ହି.ସ.) - ବର୍ତମାନ ଯୁବପିଢ଼ି ଅନେକ ଅବାଟକୁ ଯାଉଛନ୍ତି। ଏପରିକି କିଛି ଯୁବପିଢ଼ି ରାତାରାତି କୋଟିପତି ହେବାର ସ୍ୱପ୍ନ ମଧ୍ୟ ଦେଖୁଛନ୍ତି। ତେବେ ଚଳିତ ବର୍ଷ ଅକ୍ଟୋବର ୨୯ତାରିଖ ସୁଦ୍ଧା କଟକସ୍ଥିତ କେନ୍ଦ୍ରାଂଚଳ ରେଞ୍ଜ ଅଧିନରେ ଥିବା ଖୋର୍ଦ୍ଧା ଜିଲ୍ଲାରୁ ମୋଟ ୨୫ଟି ବ୍ରାଉନସୁଗାର ମାମଲାରେ ୧ କିଲୋ ୬୧୬ ଗ୍ରାମର ବ୍ରାଉନସୁଗାର ଜବତ ହୋଇଥିଲ। ଏହାର ଆନୁମାନିକ ମୂଲ୍ୟ ୧ କୋଟି ୬୧ ଲକ୍ଷ ୬୬ ହଜାର ୧୮୦ ଟଙ୍କା ହୋଇଥିବା ବେଳେ ଏଥିରେ ୫୯ ଜଣ ଗିରଫ ହୋଇଛନ୍ତି। ସେହିପରି ୭ଟି ଗଞ୍ଜେଇ ମାମାଲରେ ୯ଲକ୍ଷ ୮୪ ହଜାରରୁ ଊର୍ଦ୍ଧ୍ୱ ଟଙ୍କାର ପ୍ରାୟ ୯୮କିଲୋରୁ ଅଧିକ ଓଜନ ଗଞ୍ଜେଇ ଜବତ ହୋଇଥିଲା ବେଳେ ୯ ଜଣ ଗିରଫ ହୋଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / ରାକେଶ