ଧାମନଗର ବ୍ଲକ ପ୍ରଶାସନ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ
ଭଦ୍ରକ, ୩୧ ଅକ୍ଟୋବର (ହି.ସ.) - ଏହି ଜିଲାର ଧାମନଗର ବ୍ଲକ ପ୍ରଶାସନ ପକ୍ଷରୁ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଙ୍କ ୧୫୦ ତମ ଜୟନ୍ତୀ ରେ ରାଷ୍ଟ୍ରୀୟ ଭାଇଚାରା ଓ ଦେଶ ପ୍ରେମ ଆମ ବିକସିତ ଭାରତ ର ଏକତା ଓ ଶକ୍ତି ପାଇଁ ରାଷ୍ଟ୍ରୀୟ ଏକତା ଦିବସ ରେ ଗଣ ଦୌଡ କରା ଯାଇଥିଲା ।ଧାମନଗର ମେଡ଼ିକାଲ ଛକ ଠାରୁ ପଂଚାୟତ
DHAMNAGAR RASTRIYA EKATA DIVAS


ଭଦ୍ରକ, ୩୧ ଅକ୍ଟୋବର (ହି.ସ.) - ଏହି ଜିଲାର ଧାମନଗର ବ୍ଲକ ପ୍ରଶାସନ ପକ୍ଷରୁ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଙ୍କ ୧୫୦ ତମ ଜୟନ୍ତୀ ରେ ରାଷ୍ଟ୍ରୀୟ ଭାଇଚାରା ଓ ଦେଶ ପ୍ରେମ ଆମ ବିକସିତ ଭାରତ ର ଏକତା ଓ ଶକ୍ତି ପାଇଁ ରାଷ୍ଟ୍ରୀୟ ଏକତା ଦିବସ ରେ ଗଣ ଦୌଡ କରା ଯାଇଥିଲା ।ଧାମନଗର ମେଡ଼ିକାଲ ଛକ ଠାରୁ ପଂଚାୟତ ସମିତି କାର୍ଯ୍ୟାଳୟ ପର୍ଯ୍ୟନ୍ତ ଗଣ ଦୌଡ କରାଯାଇଥିଲା।ପଂଚାୟତ ସମିତି କାର୍ଯ୍ୟାଳୟ ପରିସର ରେ ଧାମନଗର ଏସ ଡି ପି ଓ ତ୍ରିଲୋଚନ ସେଠୀ ଙ୍କ ସଂଯୋଜନା ରେ ଧାମନଗର ତହସିଲଦାର ଶାଇଶ୍ରୀ ଲୋକନାଥ ସେଠୀ, ବିଡ଼ିଓ ବନବିହାରି ଦିନ୍ଧା, ଧାମନଗର ଏନ ଏ ସି ଅଧ୍ୟକ୍ଷା ନିବେଦିତା ଜେନା,ପଂଚାୟତ ସମିତି ଉପାଧ୍ୟକ୍ଷ ଜଗବନ୍ଧୁ ପ୍ରଧାନ, ବିଦ୍ୟୁତ୍ ବିଭାଗ ଏସ ଡି ଓ ଶିବ ପ୍ରସାଦ ଦାସ,ବିଜେଡି ବ୍ଲକ ସଭାପତି ପ୍ରତାପ ସାମଲ, ସୁଶାନ୍ତ କୁମାର ରାଉତ, ଏମ ଡି ହବିବୁର ରହେମାନ, ଜ୍ଞାନ ରଞ୍ଜନ ମହାକୁଡ଼,ଶିକ୍ଷାବିତ୍ ମହେଶ୍ୱର ସ୍ୱାଇଁ, ପଦ୍ମଲାଭ ତ୍ରିପାଠୀ,ସାମ୍ବାଦିକ ପ୍ରଦୀପ କୁମାର ମହାପାତ୍ର, କୃଷ୍ଣ ଚନ୍ଦ୍ର ଜେନା, ସେକ ଜାଫର ଅଲ୍ଲୀ,ସରୋଜ କୁମାର ସେଠୀ, ଏମ ଡି ଜିଲାନି,ସଂଜିବି ମହାନ୍ତି ସମେତ ବିଶିଷ୍ଟ ବ୍ୟକ୍ତି ମାନେ ସ୍ୱର୍ଗତ ପଟେଲ ଙ୍କ ସ୍ମୃତି ଚାରଣ କରିବା ସହ ଦେଶ ପ୍ରତି ଅବଦାନ ସମ୍ପର୍କ ରେ ବକ୍ତବ୍ୟ ପ୍ରଦାନ କରିଥିଲେ ।ଏହି କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ସମାଜ ସେବୀ,ସାମ୍ବାଦିକ,ମେଡ଼ିକାଲ କର୍ମଚାରି, ଆଶାକର୍ମୀ ଓ ଯୁବ ଖେଳାଳିମାନେ ସାମିଲ ହୋଇଥିଲେ। ଧାମନଗର ଥାନା ର ଏସ ଆଇ ପ୍ରଦୀପ ନାୟକ,ମହେଶ୍ୱର ପ୍ରଧାନ, ରଶ୍ମିତା ମଲିକ, ଏ ଏସ ଆଇ ସୁଜିତ ରାଉତ,ଲରେନ୍ କୁଜୁର୍ ପ୍ରମୁଖ ପରିଚାଳନା କରିଥିଲେ। ତେବେ ଏହି କାର୍ଯ୍ୟକ୍ରମ ସଫଳତା ର ସହ ସମାପନ ହୋଇଥିବାରୁ ଧାମନଗର ଥାନା ଅଧିକାରି ରଞ୍ଜନ କୁମାର ସେଠୀ ସମସ୍ତ ଙ୍କୁ କୃତଜ୍ଞତା ଜଣାଇଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande